ଭୁବନେଶ୍ୱର : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଭୁବନେଶ୍ୱର ପକ୍ଷରୁ ମଙ୍ଗଳବାର ମହାନଗର ସମ୍ମିଳନୀ ଅନୁଷ୍ଠିତ ହୋଇଛି । ମହାନଗରର
ନୂତନ ସଭାପତି ଭାବେ ଅଧ୍ୟାପିକା ଡ. ସ୍ୱୟଂପ୍ରଭା ମିଶ୍ର ମନୋନୀତ ହୋଇଥିବାବେଳେ ସମ୍ପାଦକ ଭାବେ ଛାତ୍ରନେତା ପଙ୍କଜ ମହାନ୍ତି ଓ ସହ ସମ୍ପାଦକ ଭାବେ ଗଙ୍ଗାଧର ପାଢ଼ୀ ନିର୍ବାଚିତ ହୋଇଛନ୍ତି । ନୂତନ କାର୍ଯ୍ୟକାରିଣୀ ଘୋଷଣା ହେବା ପରେ ଏକ ଶୋଭାଯାତ୍ରାରେ ଯାଇ ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି । ସମ୍ମିଳନୀରେ ପୂର୍ବକ୍ଷେତ୍ର କ୍ଷେତ୍ରୀୟ ସହ ସଂଗଠନ ମନ୍ତ୍ରୀ ବୈଲୋଚନ ସାହୁ, ରାଜ୍ୟ ସଭାପତି ଗାର୍ଗୀ ବାନାର୍ଜୀ ଓ ଅଖିଳ ଭାରତୀୟ ଜନଜାତି କାର୍ଯ୍ୟ ପ୍ରମୁଖ ପ୍ରମୋଦ ରାଉତ ପ୍ରମୁଖ ଉପସ୍ଥିତ ରହି ମାର୍ଗଦର୍ଶନ କରିବା ସହ ବିବେକାନନ୍ଦଙ୍କ ଜ୍ଞାନ-ଏକତାଚରିତ୍ର ବାର୍ତ୍ତା ସମ୍ପର୍କରେ ଆଲୋକପାତ କରିଛନ୍ତି ।