Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବେଆଇନ୍ ଗୋରୁ ବୋଝେଇ ପିକ୍ଅପ୍ ଜବତ, ୩୦ ଗୋରୁ ଉଦ୍ଧାର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବେଆଇନ୍ ଗୋରୁ ବୋଝେଇ ପିକ୍ଅପ୍ ଜବତ, ୩୦ ଗୋରୁ ଉଦ୍ଧାର

ତାଳଚେର: ତାଳଚେର ବ୍ଲକ ଅନ୍ତର୍ଗତ ସନ୍ଥପଡ଼ା ନିକଟରୁ ୩ଟି ପିକଭ୍ୟାନରୁ ପ୍ରାୟ ୩୦ରୁ ଅଧିକ ଗୋରୁ ଉଦ୍ଧାର ହୋଇଛନ୍ତି । କିଛି ଦିନହେବ ଅନୁଗୋଳ ଅଂଚଳରୁ ନିୟମିତ ଗୋରୁ ଚାଲାଣ ହେଉଥିବା ବେଳେ ପୋଲିସ୍ ପକ୍ଷରୁ ଚଢ଼ାଉ କରି ଅନେକ ଗୋ ଚାଲାଣ କାଡ଼ି ଧରୁଥିଲେ ମଧ୍ୟ ଗୋରୁ ମାଫିଆ ଗୋଚାଲାଣ ବ୍ୟବସାୟରୁ ଓହରୁ ନାହାନ୍ତି । ଗତକାଲି ବିଳମ୍ବିତ ରାତ୍ରୀରେ ବିଭିନ୍ନ ଅଂଚଳରୁ ଜାତୀୟ ରାଜପଥଦେଇ ବହ୍ଳଣ ଛକ ଦେଇ ଯାଉଥିବା ୩ଟି ବେଆଇନ୍ ଗୋରୁ ବୋଝେଇ ପିକପଭ୍ୟାନ ସନ୍ଥପଡ଼ା ନିକଟରୁ ସ୍ଥାନୀୟ କିଛି ଯୁବକମାନେ ଏହା ଜାଣିପାରି ସରପଂଚ ସହଦେବ ସାହୁଙ୍କୁ ଜଣାଇଥିଲେ । ତଦଅନୁସାରେ ସରପଂଚ ଶ୍ରୀ ସାହୁ ତାଳଚେର ଥାନାକୁ ଅବଗତ କରାଇବା ପରେ ଘଟଣା ସ୍ଥଳରେ ପୋଲସ ପଂହଚିବା ସହିତ ବଜ୍ରରଙ୍ଗି କର୍ମୀ ଓ ସ୍ଥାନୀୟ ଲୋକଙ୍କ ସହଯୋଗରେ ପିକପଭ୍ୟାନକୁ ଧରିବାରେ ସଫଳ ହୋଇଥିଲେ । ମାତ୍ର ଚତୁରତା ସହ ସମ୍ପୃକ୍ତ ଚାଳକ ପୋଲସକୁ ଚକମାଦେଖାଇ ସେଠାରୁ ଚତୁରତା ସହ ଫେରାର୍ ହୋଇଯାଇଥିଲେ । ଏଥିରେ ଥିବା ପ୍ରାୟ ୩୦ଟି ଗୋରୁଗାଈଙ୍କୁ ଉଦ୍ଧାର କରିଥିଲେ । ଏହି ଶହଶହ ବେଆଇନ ଗୋ ଚାଲାଣକୁ ହିନ୍ଦୁ ସମ୍ପ୍ରଦାୟର ଲୋକ ଦୃଢ଼ ନିନ୍ଦା କରିବା ସହ ଗୋ’ ଚାଲାଣକୁ ରୋକିବା ପାଇଁ ପୋଲିସ ଓ ପ୍ରଶାସନ ଦୃଢ ପଦକ୍ଷେପ ନେବାକୁ ଦାବି ହେଉଛି ।

Leave a Reply