ହିନ୍ଦୁମାନଙ୍କୁ ଅତ୍ୟାଚାର ବିରୋଧରେ ପ୍ରତିବାଦ ଶୋଭାଯାତ୍ରା

ହିନ୍ଦୁମାନଙ୍କୁ ଅତ୍ୟାଚାର ବିରୋଧରେ ରେଙ୍ଗାଲିରେ ପ୍ରତିବାଦ ଶୋଭାଯାତ୍ରା
ରେଙ୍ଗାଲି : ବାଂଲାଦେଶରେ ବାରମ୍ବାର ହିନ୍ଦୁମାନଙ୍କୁ ଅତ୍ୟାଚାର, ଅନ୍ୟାୟ ଏବଂ ଦୁଷ୍କର୍ମ ଓ ହତ୍ୟା ପ୍ରତିବାଦରେ ଡିସେମ୍ବର 18 ତାରିଖ ଦିନ ସମ୍ବଲପୁର ଜିଲା ରେଙ୍ଗାଲିରେ ହିନ୍ଦୁ ଯୁବା ସଂଗଠନ ପକ୍ଷରୁ ଏକ ଶୋଭାଯାତ୍ରା ଓ ପ୍ରତିବାଦ ସଭା ଆୟୋଜିତ ହୋଇଥିଲା। ସ୍ଥାନୀୟ ବାବା ମନ୍ଦିରରୁ ଶୋଭାଯାତ୍ରା
ବାହାରି ରେଙ୍ଗାଲି ମୁଖ୍ୟ ରାସ୍ତାଦେଇ ନାଇସ୍ ଛକ ପର୍ଯ୍ୟନ୍ତ ପହଞ୍ଚିଥିଲା। ବିଭିନ୍ନ ହିନ୍ଦୁ ସଂଗଠନ ଏହାକୁ ସମର୍ଥନ କରିଥିଲେ। ପ୍ରତିବାଦ ସଭାରେ ବାଂଲାଦେଶ ବିରୋଧରେ କଡ଼ା ପଦକ୍ଷେପ ନେବାପାଇଁ ବିଶ୍ବ ହିନ୍ଦୁ ପରିଷଦ ପ୍ରାନ୍ତ ସଭାପତି ଡା. ରାଜକୁମାର ବଡପଣ୍ଡା, ହନୁମାନ ଜୟନ୍ତି ସମନ୍ଵୟ ସମିତି ସଭାପତି ସୁଧର ରଞ୍ଜନ ବହିଦାର, ପୂର୍ବତନ ବିଧାୟକ ନାଉରୀ ନାଏକ ପ୍ରମୁଖ ଦାବି କରିଥିଲେ। ଗତ କିଛିଦିନ ହେବ ବାଂଲାଦେଶରେ ହିନ୍ଦୁ ଅସୁରକ୍ଷିତ ରହିବା ସଂଗେ
ସଂଗେ ତାଙ୍କ ପ୍ରତି ଯେଉଁ ବର୍ବରତା ପ୍ରଦର୍ଶନ କରାଯାଉଛି ତାହା ନିନ୍ଦନୀୟ ଓ ଅମାନବୀୟ ବୋଲି ସଭାରେ ମତପ୍ରକାଶ ପାଇଥିଲା। ହିନ୍ଦୁ ଯୁବା ସଂଗଠନ ସଂସ୍ଥାପକ ରକି ପାଣିଗ୍ରାହୀ, ହିନ୍ଦୁ ଯୁବା ସଙ୍ଗଠନ ସଭାପତି ନରେନ୍ଦ୍ର ମେହେର ସଭାପତି କାର୍ଯ୍ୟକ୍ରମ ଆୟୋଜନରେ ପ୍ରମୁଖ ଦାୟିତ୍ଵ ତୁଲାଇଥିଲେ। ସ୍ଵାଧୀନ ଏକତା ସଙ୍ଗଠନ, ରାମସେନା, ବିଶ୍ୱ ହିନ୍ଦୁ ପରିଷଦ, ବରିଷ୍ଠ ନାଗରିକ ପରିଷଦ ଆଦି ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା ସାମିଲ ହୋଇଥିଲେ । ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରେଙ୍ଗାଲି ତହସିଲଦାରଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଥିଲା 

Leave a Reply

Your email address will not be published. Required fields are marked *