Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସମାଜବାଦୀ ପାର୍ଟିର ସାଂସଦ ଜିଆଉର ରେହମାନ  ମିଟର ଟାମ୍ପରିଂ କରି ବର୍ଷେ ହେବ ବିଜୁଳି ଚୋରି କରୁଥିଲେ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସମାଜବାଦୀ ପାର୍ଟିର ସାଂସଦ ଜିଆଉର ରେହମାନ  ମିଟର ଟାମ୍ପରିଂ କରି ବର୍ଷେ ହେବ ବିଜୁଳି ଚୋରି କରୁଥିଲେ

ନୂଆଦିଲ୍ଳୀ: ସମାଜବାଦୀ ପାର୍ଟିର ସାଂସଦ ଜିଆଉର ରେହମାନଙ୍କ ପାଇଁ ପୁଣି ବଢ଼ିଲା ଅଡୁଆ । ବିଜୁଳି ଚୋରି ନେଇ ସାଂସଦଙ୍କ ନାଁରେ ଥାନାରେ ଏତଲା ଦେଇଛି ବିଜୁଳି ବିଭାଗ । ମିଟର ଟାମ୍ପରିଂ କରି ବର୍ଷେ ହେବ ବିଜୁଳି ଚୋରି କରୁଥିଲେ ସାଂସଦ । ଘଟଣା ଜଣାପଡ଼ିବା ପରେ ଆଜି ବିଦ୍ୟୁତ ବିଭାଗ ଟିମ୍‌ ସାଂସଦଙ୍କ ଘରେ ପହଁଚିଥିଲା । ଚଢ଼ାଉ ବେଳେ ଉତ୍ତେଜନା ପ୍ରକାଶ ପାଇବାର ଭୟ ଥିବାରୁ ପୋଲିସ ଫୋର୍ସ ସହ ପହଞ୍ଚିଥିଲେ ବିଦ୍ୟୁତ କର୍ମଚାରୀ । ସୁରକ୍ଷା ଦୃଷ୍ଟିରୁ ସାଂସଦଙ୍କ ଘର ନିକଟରେ ବ୍ୟାପକ ଫୋର୍ସ ମୁତୟନ କରାଯାଇଥିଲା । ପୂର୍ବରୁ ବିଦ୍ୟୁତ ବିଭାଗ ସାଂସଦଙ୍କ ଘରେ ଲାଗିଥିବା ପୁରୁଣା ମିଟରକୁ ହଟାଇ ତାକୁ ସିଲ୍ କରିଥିଲେ । ଏହାପରେ ଯାଞ୍ଚ ପାଇଁ ଲ୍ୟାବକୁ ପଠାଇଥିଲେ । ଯାଞ୍ଚରୁ ଜଣାପଡ଼ିଥିଲା ସାଂସଦଙ୍କ ଘରର ବିଜୁଳି ବିଲରେ ବର୍ଷ ବର୍ଷର ରିଡିଂ ଜିରୋ ଥିଲା । ଏହାପରେ ତାଙ୍କ ଘରର ବିଦ୍ୟୁତ୍ ମିଟରକୁ ଦୁଇ ଦିନ ତଳେ ବଦଳାଇ ନୂଆ ଲଗାଯାଇଥିଲା । କେବଳ ସେତିକି ନୁହେଁ ସାଂସଦଙ୍କ ଘରେ କେତେ ଇଲେକ୍ଟ୍ରୋନିକ୍ ଉପକରଣ ବ୍ୟବହାର କରାଯାଉଛି ତାହା ଜାଣିବା ପାଇଁ ବିଦ୍ୟୁତ୍ ବିଭାଗ ଟିମ୍ ସାଂସଦଙ୍କ ଘରେ ବ୍ୟବହୃତ ଇଲେକ୍ଟ୍ରୋନିକ୍ ଉପକରଣଗୁଡ଼ିକୁ ଯାଞ୍ଚ କରିଥିଲେ । 

ସାଂସଦଙ୍କ ଘରୁ ୧୬.୫ ୱାଟର ବିଦ୍ୟୁତ ଉପକରଣ ମିଳିଥିବା ଜଣାପଡ଼ିଛି । ଯେଉଁଥିରେ ରହିଛି ୮୩ଟି ବଲ୍‌, ୧୯ଟି ପଙ୍ଖା, ୩ଟି ଏସି । ତେବେ ଯାଞ୍ଚ ପାଇଁ ଯାଇଥିବା ପୋଲିସ କର୍ମଚାରୀ ଓ ବିଦ୍ୟୁତ ବିଭାଗ କର୍ମଚାରୀଙ୍କୁ ସାଂସଦଙ୍କ ବାପା ଧମକାଇଥିବା ଅଭିଯୋଗ ହୋଇଛି । ସରକାର ବଦଳିଲେ ସମସ୍ତଙ୍କ ହିସାବ ହେବ ବୋଲି ସରକାରୀ ଅଧିକାରୀଙ୍କୁ ଧମକ ଦେଇଥିଲେ ଜିୟାରଉର ରେହମାନଙ୍କ ବାପା । ଏହି ଘଟଣା ଏବେ ସାଂସଦଙ୍କ ପାଇଁ ଅଡୁଆ ବଢ଼ାଇଛି । ସମ୍ଭଲ ହିଂସା ମାମଲାରେ ଗତକାଲି ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ଅପିଲ କରିଥିଲେ ସାଂସଦ ଜିଆଉର ରେହମାନ । ଏବେ ଆଉ ଏକ ମାମଲା ସାଂସଦ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ସେପଟେ ସମ୍ଭଲରେ ମସଜିଦ ଏବଂ ମଦ୍ରାସା ସମେତ ଅନେକ ଘରେ ବିଦ୍ୟୁତ୍ ଚୋରି ହେଉଥିବା ଜଣାପଡ଼ିଛି। ହିଂସାକାଣ୍ଡ ଘଟଣା ପରେ ପ୍ରଶାସନ ବିଦ୍ୟୁତ ଚୋରି ବିରୋଧରେ ଅଭିଯାନକୁ ଜୋରଦାର କରିଛି । ୩ ମାସ ମଧ୍ୟରେ ୧୨୫୦ ଏଫଆଇଆର ରୁଜୁ କରାଯାଇଛି । ଏହାସହ ୫ କୋଟି ୨୦ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଛି ।

Leave a Reply