ରାଜନୈତିକ ସଙ୍କଟରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ

ଅଟୱା: କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଏକ ବଡ଼ ରାଜନୈତିକ ସଙ୍କଟରେ ଫସି ରହିଛନ୍ତି। ତାଙ୍କ ଇସ୍ତଫା ଦାବି ତୀବ୍ର ହୋଇଛି। ସୂଚନାନୁସାରେ, ୬୦ ରୁ ୭୦   କାନାଡିୟ ପାର୍ଲାମେଣ୍ଟ ସାଂସଦ ଚାହୁଁଛନ୍ତି ଯେ, ଟ୍ରୁଡୋ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ। ଦେଶରେ ତାଙ୍କର ଲୋକପ୍ରିୟତା ଦ୍ରୁତ ଗତିରେ ହ୍ରାସ ପାଉଛି। ଏହି ବିବାଦର ମୂଳ ଆମେରିକା ସହ ଜଡିତ ଏବଂ ଏହି କାରଣରୁ କାନାଡାର ଉପମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ କ୍ରିଷ୍ଟିଆ ଫ୍ରିଲାଣ୍ଡ ସୋମବାର  ନିଜ ପଦରୁ ଇସ୍ତଫା ଦେଇଛନ୍ତି।

ସୂଚନାନୁସାରେ, ଆମେରିକାର ନୂତନ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ  ଦ୍ବାରା ଶୁଳ୍କ ଲାଗୁ ଯୋଗୁ ଜଷ୍ଟିନ ଟ୍ରୁଡୋ ଏବଂ କ୍ରିଷ୍ଟିଆ ଫ୍ରିଲାଣ୍ଡଙ୍କ ମଧ୍ୟରେ ପାର୍ଥକ୍ୟ ଦେଖାଦେଇଥିଲା। ଫ୍ରିଲାଣ୍ଡଙ୍କ ଇସ୍ତଫା ଏକ ଅପ୍ରତ୍ୟାଶିତ ଝ ଟକା ବୋଲି ବିବେଚନା କରାଯାଉଛି। ଟ୍ରୁଡୋ ଏଥିପାଇଁ ପ୍ରସ୍ତୁତ ନ ଥିଲେ, ବର୍ତ୍ତମାନ କାନାଡାର ଟ୍ରୁଡୋ-ନେତୃତ୍ୱାଧୀନ ସରକାର ସଂଖ୍ୟାଲଘୁ ସ୍ଥିତିରେ ପହଞ୍ଚିଛନ୍ତି।

Leave a Reply

Your email address will not be published. Required fields are marked *