ଏକ ଦେଶ, ଏକ ନିର୍ବାଚନ’ ବିଲ୍ ଜେପିସିକୁ ପଠାଗଲା

ନୂଆଦିଲ୍ଲୀ: ଲୋକସଭାରେ ‘ଏକ ଦେଶ ଏକ ନିର୍ବାଚନ’ ବିଲ୍ ଆଗତ ହେବା ପାଇଁ ଭୋଟିଂ ହୋଇଛି। ବିଲ୍ ଆଗତ ସପକ୍ଷରେ ୨୬୯ ଭୋଟ୍ ପଡିଥିବାବେଳେ ବିରୋଧ‌ରେ ୧୯୮ ଭୋଟ୍ ପଡିଛି। ଏହା ପରେ ଏହି ବିଲ୍‌କୁ ଉଭୟ ଗୃହର ମିଳିତ କମିଟି(ଜେପିସି)ନିକଟକୁ ପଠାଯାଇଛି। 

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପରାମର୍ଶ ପରେ ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ବିସ୍ତୃତ ଆଲୋଚନା ପାଇଁ ସଂସଦର ମିଳିତ କମିଟି ନିକଟକୁ ବିଲ୍ ପଠାଇବାକୁ ଅନୁରୋଧ କରିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ବିଲ୍ ଉପରେ ଲୋକସଭାରେ ଏକ ବିବୃତି ଦେଇଛନ୍ତି। ଲୋକସଭାରେ ଏହି ବିଲ୍ ଉପରେ ଆଲୋଚନା ବେଳେ ଅମିତ ଶାହ କହିଛନ୍ତି, ଯେତେବେଳେ ଏହି ସମ୍ବିଧାନ ସଂଶୋଧନ ବିଲ୍ କ୍ୟାବିନେଟରେ ଆଲୋଚନା ପାଇଁ ଆସିଲା, ସେତେବେଳେ ପ୍ରଧାନମନ୍ତ୍ରୀ ନ‌ରେନ୍ଦ୍ର ମୋଦୀ କହିଥିଲେ ଯେ, ଏହାକୁ ଜେପିସିକୁ ଦିଆଯାଉ। ସବୁ ସ୍ତରରେ ଏହା ଉପରେ ଏକ ବିସ୍ତୃତ ଆଲୋଚନା ହେବା ଉଚିତ୍।ଅମିତ ଶାହ କହିଛନ୍ତି,ଏହି କାରଣରୁ ମୁଁ ଅନୁଭବ କରୁଛି ଯେ, ଗୃହର ଅଧିକ ସମୟ ନ ଦେଇ ଯଦି ପ୍ରଧାନମନ୍ତ୍ରୀ କହିଛନ୍ତି, ଏହାକୁ ଜେପିସି ହସ୍ତାନ୍ତର କରିବାକୁ ସେ ପ୍ରସ୍ତୁତ ଅଛନ୍ତ।  ତେବେ ସମଗ୍ର ଆଲୋଚନା ଜେପିସିରେ ହେବ ଏବଂ ଜେପିସି ରିପୋର୍ଟ ଆଧାରରେ ଏହି ନିଷ୍ପତ୍ତି ନିଆଯିବ କିନ୍ତୁ କ୍ୟାବିନେଟ୍ ଏହାକୁ ପାସ୍ କଲେ ମଧ୍ୟ ଆଲୋଚନା ପୁଣି ହେବ। 

Leave a Reply

Your email address will not be published. Required fields are marked *