ବିରାଟ ମୋଟର ସାଇକେଲ୍ ଶୋଭାଯାତ୍ରା ପାଇଁ ବଜରଙ୍ଗ ଦଳର ପ୍ରସ୍ତୁତି ବୈଠକ

ସାଲେପୁର :ଆସନ୍ତା ୩୦ତାରିଖ ପବିତ୍ର ଶ୍ରୀରାମ ନବମୀ ଅବସରରେ ବଜରଙ୍ଗ ଦଳ ପକ୍ଷରୁ ଏକ ବିରାଟ ମୋଟର ସାଇକେଲ୍ ଶୋଭାଯାତ୍ରା ପାଇଁ ବଜରଙ୍ଗୀ କର୍ମୀମାନେ ଚଳଚଞ୍ଚଳ ହୋଇପଡିଥିବାବେଳେ ବିଭିନ୍ନ ସ୍ଥାନରେ ଗେରୁଆ ଝଣ୍ଡା ମାରି ପ୍ରସ୍ତୁତିକୁ ଜୋରଦାର କରୁଥିବା ଦେଖିବାକୁ ମିଳିଛି । ଏ ନେଇ ସାହେଶ୍ୱରୀ ପୀଠରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କଟକ ଜିଲ୍ଲା ଉପଦେଷ୍ଟା ନାରାୟଣ ଭୂୟାଁ, ଅଭିଷେକ ପଣ୍ଡା, ଅମିୟରଂଜନ ଛାଟୋଇ, ବିଶ୍ୱଜିତ୍ ବାରିକ, ହିମାଂଶୁ ଶେଖର ସାହୁ, ରତ୍ନାକର ସାହୁ, ରୁଦ୍ରପ୍ରସାଦ ଅଭିଷେକ ପ୍ରମୁଖ ଉପସ୍ଥିତ ରହି ଏହି ବିଶାଳ ଶୋଭାଯାତ୍ରାକୁ ସଫଳ କରିବାପାଇଁ ସମସ୍ତ ପ୍ରକାର ଯୋଜନା ପ୍ରସ୍ତୁତ କରିଥିଲେ । ଏଥିରେ ସାଲେପୁର, ନିଶ୍ଚିନ୍ତକୋଇଲି, ମାହାଙ୍ଗା ଅଞ୍ଚଳର ଯେପରି ଅଧିକରୁ ଅଧିକ ବଜରଙ୍ଗ ଦଳର କର୍ମୀମାନେ ଯୋଗଦେବେ ସେ ନେଇ ଯୋଜନା ପ୍ରସ୍ତୁତ କରାଯାଇଥିଲା । ପବିତ୍ର ଶ୍ରୀରାମ ନବମୀ ଅବସରରେ ଏକ ବିଶାଳ ଶୋଭାଯାତ୍ରା ଜଗତପୁରରୁ ବାହାରି ନିଶ୍ଚିନ୍ତକୋଇଲିରେ ଶେଷ ହେବ ବୋଲି ଜଣାଯାଇଛି । ଏହି ରାଲି ଆସିବା ସମୟରେ ବିଭିନ୍ନ ଛକରେ ସ୍ୱାଗତ ସମ୍ବର୍ଦ୍ଧନା କରିବାପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥିରେ ହଜାର ହଜାର ବଜରଙ୍ଗ ଦଳର କର୍ମୀମାନେ ସାମିଲ ହେବେ ବୋଲି ଜିଲ୍ଲା ଉପଦେଷ୍ଟା ନାରାୟଣ ଭୂୟାଁ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *