Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବଣ୍ଟା ହେଲା ଶ୍ରୀ ରାମଙ୍କ ଅକ୍ଷତ ଚାଉଳ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବଣ୍ଟା ହେଲା ଶ୍ରୀ ରାମଙ୍କ ଅକ୍ଷତ ଚାଉଳ

ଚମ୍ପୁଆ. : ଚମ୍ପୁଆ ଶ୍ରୀ ରାମ ମନ୍ଦିର ଠାରେ ପୂଜାର୍ଚ୍ଚନା କରାଯାଇ ଚମ୍ପୁଆ ବ୍ଲକର ୨୨ ଗୋଟି ପଂଚାୟତ ଓ ୧ ଟିଏ ଏନସଏସିକୁ ଆସିଥିବା ଅକ୍ଷତ ଚାଉଳ ବଂଟନ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ଗତ ୧୫ ତାରିଖ ଏହି ଅକ୍ଷତ ଚାଉଳ ଅଯୋଧ୍ୟାରୁ ଆସି ଚମ୍ପୁଆ ପହଁଚିବା ପରେ ଚମ୍ପୁଆ ଶ୍ରୀ ରାମ ମନ୍ଦିରରେ ରଖାଯାଇଥିଲା । ଆଜି ଯଥା ରିତି ନିରି ଓ ଯଜ୍ଞ କରାଯାଇ ଏହି ଅକ୍ଷତ ଚାଉଳକୁ ଚମ୍ପୁଆ ବ୍ଲକର ୨୨ ଗୋଟି ପଂଚାୟତ ଓ ଏନଏସିର ପ୍ରତିନିଧି ମାନଙ୍କୁ କଳସରେ ଭର୍ତି କରାଯାଇ ପ୍ରଦାନ କରାଯାଇଥିଲା । ସଭାପତି ହରିହର ଚୈଧୂରୀ ଓ ସଂପାଦକ ଦେବେନ୍ଦ୍ର ଗିରି, ସହ ସଂପାଦକ ଗୋବର୍ଦ୍ଧନ ମହାନ୍ତ ପ୍ରମୁଖ ପଂଚାୟତ ପ୍ରତିନିଧି ମାନଙ୍କୁ ଏହି ଅକ୍ଷତ ଚାଉଳ ପୂର୍ଣ୍ଣ କଳସ ପ୍ରଦାନ କରିବା ପରେ ନାମ ସଂକିର୍ତନ ମାଧ୍ୟମରେ ସହର ପରିକ୍ରମା କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଧରଣୀଧର ଦାସ, ଗଙ୍ଗାଧର କର, ଦୀପକ ସାହୁ, ସଂଜୟ ଗିରି, ରାଜେଶ ଆଚାର୍ଯ୍ୟ, ଦୁଶ୍ମନ୍ତ ମହାନ୍ତ, ବସନ୍ତ ମହାନ୍ତ,ରାଜୁ ସାହୁ ଏବଂ ରାମ ମନ୍ଦିର କମିଟି ସମେତ ବହୁ ମାନ୍ୟଗନ୍ୟ ବ୍ୟକ୍ତି ପରିଚାଳନା କରିଥିଲେ

Leave a Reply