ବାଙ୍ଗଲାଦେଶରେ ହିନ୍ଦୁଙ୍କୁ ଆକ୍ରମଣର ପ୍ରତିବାଦ

ଯାଜପୁର, ୧୨। ୧୨ : ଭାରତ ସ୍ଵାଭିମାନ ଟ୍ରଷ୍ଟ ପତଞ୍ଜଳି ଯୋଗ ସମିତି ବ୍ୟାସନଗର ଶାଖା ତରଫରୁ ବାଂଲାଦେଶରେ ହିନ୍ଦୁ ମାନଙ୍କ ଉପରେ ହେଉଥ‌ିବା ବର୍ବରୋଚିତ ଆକ୍ରମଣ ବିରୋଧରେ ଏକ ପ୍ରତିବାଦ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପତଞ୍ଜଳି ଯୋଗ ସମିତି ର ଜିଲା ପ୍ରଭାରୀ ବିବେକାନନ୍ଦ ଜେନା ଓ ତହସିଲ ପ୍ରଭାରୀ ପୂର୍ଣ୍ଣ ଚନ୍ଦ୍ର ସ୍ଵାଇଁଙ୍କ ନେତୃତ୍ବରେ ଶତାଧ‌ିକ ସଭ୍ୟ ସଜ୍ଜା ଏହି ପ୍ରତିବାଦ  ସଭା ଓ ଶୋଭାଯାତ୍ରାରେ ଯୋଗଦେଇ ହିନ୍ଦୁ ମାନଙ୍କ ଉପରେ ହେଉଥିବା ଆକ୍ରମଣର ଘୋର ନିନ୍ଦା କରିଥିଲେ। ଶୋଭାଯାତ୍ରା ବ୍ୟାସନଗର ସ୍ଵୟଂ ଶାସିତ ମହାବିଦ୍ୟାଳୟ ରୁ ବାହାରି ଚୋରଦା ଛକ ଓ ଧବଳଗିରି ଛକ ହୋଇ ପୁନଶ୍ଚ ମହାବିଦ୍ୟାଳୟକୁ ଫେରିଥିଲା। ହାତରେ ବ୍ଲାନର ଓ ପ୍ଲାକାର୍ଡ ଧରି ଦେଶାତ୍ମବୋଧକ ସ୍ଲୋଗାନ ଦେଇ ସହରର ସମସ୍ତ ଜନ ସାଧାରଣଙ୍କୁ ସଚେତନ କରିବା ସହିତ ଏ ଦିଗରେ ପଦକ୍ଷେପ ନେବାପାଇଁ ଭାରତ ସରକାରଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ସହ ଯୋଗ ପ୍ରଭାରୀ ବିଭୀଷଣ ନାୟକ, ଯୁବ ପ୍ରଭାରୀ ପ୍ରବୀର ସ୍ଵାଇଁ, କାମଦେବ ଦାଶ, ଅଲେଖ ଜେନା, ବିଜୟ କୁମାର ନାଥ ଶର୍ମା, ପ୍ରଦୀପ ସାମଲ, ଇଞ୍ଜିନିୟର ବସନ୍ତ ଚୌଧୁରୀ, ଶ୍ରୀନୀବାସ ରାଜୁ, କିରଣ ରାଜୁ, ସୁରେନ୍ଦ୍ର ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *