ବାଂଲାଦେଶର ହିନ୍ଦୁ ବିରୋଧୀ ହିଂସାକୁ ନିନ୍ଦା କଲେ ଆସାମ ମୁଖ୍ୟମନ୍ତ୍ରୀ


ପୁରୀ,୧୨।୧୨: 12 ଡିସେମ୍ବର ଦିନ ପୁରୀ ଗସ୍ତରେ ଆସିଥିବା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା ଶ୍ରୀମନ୍ଦିର ଯାଇ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରିଛନ୍ତି। ମହାପ୍ରଭୁଙ୍କ ଦର୍ଶନ କରିବା ବେଳେ ଦେଶବାସୀ ଓ ବିଶ୍ଵବାସୀଙ୍କ ସୁଖ, ଶାନ୍ତି କାମନା କରିଥିବା ସେ ଗଣମାଧ୍ୟମକୁ କହିଛନ୍ତି। ଅନ୍ୟପଟେ ବାଂଲାଦେଶରେ ହିନ୍ଦୁ ବିରୋଧୀ ହିଂସାକୁ ନେଇ ତୀବ୍ର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏଥିସହ ଓଡ଼ିଶାରେ ବିଜେପି ସରକାରଙ୍କ ୬ ମାସ ପୂର୍ଭିକୁ ନେଇ ବିରୋଧୀଙ୍କୁ କଟାକ୍ଷ ମଧ୍ୟ କରିଛନ୍ତି। ବାଂଲାଦେଶରେ ହିନ୍ଦୁ ବିରୋଧୀ ହିଂସାକୁ ସେ ତୀବ୍ର ବିରୋଧ କରି କହିଛନ୍ତି, ଏହା ଚିନ୍ତାଜନକ ଓ ଦୁଃଖର ବିଷୟ। ଏଭଳି ସ୍ପର୍ଶକାତର ପ୍ରସଙ୍ଗକୁ ଯେତେ ନିନ୍ଦା କଲେ ବି କମ୍ ହେବ। ସଂଖ୍ୟାଲଘୁ ସମୁଦାୟଙ୍କୁ କିପରି ସୁରକ୍ଷା ଦିଆଯାଏ ତାହା କେବଳ ଭାରତରେ ଦେଖାଯାଇପାରିବ। ପାକିସ୍ତାନ, ବାଂଲାଦେଶ ଭଳି ଦେଶ ରେ ସଂଖ୍ୟାଲଘୁ ସମୁଦାୟଙ୍କ ସୁରକ୍ଷା ନାହିଁ। ହିନ୍ଦୁମାନଙ୍କ ସୁରକ୍ଷା ନିମନ୍ତେ କୁଟନୈତିକ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ନିଶ୍ଚତ କିଛି ନା କିଛି ପଦକ୍ଷେପ ନେବେ । ଆମ ଦେଶରେ ମଧ୍ୟ ଏନ୍‌ଆରସି ଲାଗୁ ହେଉ। ଯାହା ଫଳରେ ଦେଶରେ ଅନୁପ୍ରବେଶକାରୀ ଓ ପ୍ରକୃତ ଦେଶବାସୀଙ୍କୁ ଚିହ୍ନଟ କରାଯାଇପାରିବ।
ଶ୍ରୀମନ୍ଦିରକୁ ବୈକୁଣ୍ଠପୁରୀ କହିବା ସହ ସେ ମତ ଦେଇଛନ୍ତି ଯେ, ଶ୍ରୀମନ୍ଦିରରେ ମହାପ୍ରଭୁ ନି ଜେ ଅବସ୍ଥାନ କରି ଛନ୍ତି।

Leave a Reply

Your email address will not be published. Required fields are marked *