Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
୫ ବର୍ଷରେ ୧୭୮୩ ଗୋ-ଚାଲାଣ ମାମଲା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

୫ ବର୍ଷରେ ୧୭୮୩ ଗୋ-ଚାଲାଣ ମାମଲା


ଗୋ-ସୁରକ୍ଷା ପାଇଁ ଅନ୍ତଃ ମନ୍ତ୍ରୀମଣ୍ଡଳୀୟ କମିଟି
ଗୋ-ଚାଲଣ ଜନିତ ମାମଲା ବର୍ଷକୁ ବର୍ଷ ବଢିଚାଲିଛି। ୫ ବର୍ଷରେ ୧୭୮୩ଟି ମାମଲା ରୁଜୁ ହେଲାଣି। ଗୋସମ୍ପଦର ସୁରକ୍ଷା ପାଇଁ ରାଜ୍ୟ ସରକାର ଏକ ଅନ୍ତଃ ମନ୍ତ୍ରୀମଣ୍ଡଳୀୟ କମିଟି ଗଢ଼ିଛନ୍ତି। କୃଷି, କୃଷକ ସଶକ୍ତିକରଣ ଓ ଶକ୍ତି ମନ୍ତ୍ରୀ ଏହି କମିଟିର ଅଧ୍ୟକ୍ଷ ଅଛନ୍ତି। ବିଧାନସଭାରେ କହ୍ନାଇଁ ଚରଣ ଡାଙ୍ଗଙ୍କ ଅଣତାରକା ପ୍ରଶ୍ନର ଉତ୍ତରରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ ଶ୍ରୀ ମଲ୍ଲିକ ଉଲ୍ଲେଖ କରିଛନ୍ତି ଯେ, ଅନ୍ତଃମନ୍ତ୍ରୀମଣ୍ଡଳୀୟ କମିଟିରେ ୧୭ ଜଣ ସଦସ୍ୟ ଅଛନ୍ତି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚୟତିରାଜ, ଖାଦ୍ୟ, ଆଇନ, ଜଙ୍ଗଲ, ମତ୍ସ୍ୟ ଓ ପ୍ରାଣୀସମ୍ପଦ, ସମଜିକ ସୁରକ୍ଷା ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସଦସ୍ୟ ଅଛନ୍ତି। ସେହିପରି ଗୃହ ଓ ରାଜସ୍ବ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସହ ପଞ୍ଚାୟତିରାଜ, ଆଇନ, ପ୍ରଣୀସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ସଦସ୍ୟ ଅଛନ୍ତି। ଆଇନଶୃଙ୍ଖଳାର ପରିଚାଳନା ପାଇଁ ପୁଲିସ ମହାନିର୍ଦ୍ଦେଶକ(ଡିଜିପି), ଅତିରିକ୍ତ ଡିଜି (ଗୁଇନ୍ଦା), ମହାନିରୀକ୍ଷକ (ସ୍ବତନ୍ତ୍ର କାର୍ଯ୍ୟବାହିନୀ)ଙ୍କୁ ସଦସ୍ୟ ଭାବେ ନିଆଯାଇଛି। ସେହିପରି ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଓ ଓମଫେଡ୍‌ର ପରିଚାଳନା ନିର୍ଦ୍ଦେଶକ ମଧ୍ୟ କମିଟିରେ ସଦସ୍ୟ ଅଛନ୍ତି। ଶ୍ରୀ ମଲ୍ଲିକ ଦେଇଥିବା ତଥ୍ୟ ମୁତାବକ, ଓଡ଼ିଶା ପ୍ରିଭେନସନ ଅଫ କାଓ ସ୍ଵଟର ଆକ୍ଟ-୧୯୬୦ ଆଧାରରେ ଗୋ-ଚାଲାଣକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ୨୦୧୯ ମସିହାରେ ୧୩୯ଟି, ୨୦୨୦ରେ ୨୬୭ଟି, ୨୦୨୧ରେ ୩୭୧ଟି, ୨୦୨୨ରେ ୩୮୬ଟି ମାମଲା ଥିଲା। କିନ୍ତୁ ଗତବର୍ଷ ଗୋ-ଚାଲଣଜନିତ ମାମଲା ସଂଖ୍ୟା ବଢ଼ି ୬୨୦ ଛୁଇଁଥିଲା।

Leave a Reply