ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ରାୟଗଡ ବ୍ଲକ ସାଦରସ୍ତ ହାଟପଦା ଠାରେ ବସବାସ କରୁଥିବା ବୃଦ୍ଧ ଦମ୍ପତିଙ୍କ ମଧ୍ୟରୁ କୌଣସି କାରଣ ବଶତଃ ବୃଦ୍ଧା ଜଣଙ୍କର ଦେହାନ୍ତ ହୋଇଯାଇଥିଲା, ଖବର ପାଇ ରାୟଗଡ଼ ବଜରଙ୍ଗ ଦଳ ସେଠାରେ ପହଞ୍ଚି ସେଠାକାର ବିଷୟ ବୁଝିବା ସହ ଦମ୍ପତିଙ୍କ ପୁଅ, ଝିଅ ଓ ଆତ୍ମୀୟ ସୌଜନଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ତାଙ୍କ ପୁଅ ଚେନ୍ନାଇ ଠାରେ ଦିନ ମଜୁରିଆ ଭାବେ କାମ କରୁଥିବା ବେଳେ ସେ ଏଠାକୁ ଆସବା ପାଇଁ ଗୋଟିଏ ଦିନ ଡେରି ହେବ । ଏହି କଥାକୁ ନେଇ ଶେଷରେ ନିକଟତର ବନ୍ଧୁ ବର୍ଗଙ୍କୁ ସହଯୋଗ ମାଗି ବିଫଳ ହୋଇଥିଲେ । ପରିଶେଷରେ ରାୟଗଡ଼ ବଜରଙ୍ଗ ଦଳ ର କର୍ମୀ ମାନେ ନିଜ ପ୍ରଚେଷ୍ଟାରେ ଶବ ସତ୍କାର କରିଥିଲେ । ମୃତକଙ୍କ ସ୍ୱାମୀ ବିକ୍ରମ ପାଇକ ଜଣେ ରେଭିନ୍ୟୁ ବିଭାଗର ଜଣେ ରାତ୍ରୀ ଜଗୁଆଳୀ ଭାବେ କାର୍ଯ୍ୟ କରିଥିଲେ । ତାଙ୍କ ଅବସର ପରେ ସେ ନିଜ ଗାଁ ସେରଙ୍ଗକୁ ନ ଯାଇ ରାୟଗଡ ହାଟପଦା ସ୍ଥିତ ଲ୍ୟାମ୍ପ କାର୍ଯ୍ୟାଳୟ ପରିସରରେ ଥିବା ଏକ ଘରେ ସ୍ୱାମୀ ସ୍ତ୍ରୀ ମିଶି ରହି ଆସୁଥିଲେ । କିଛି ମାସ ହେବ ବୃଦ୍ଧା ଙ୍କ ସ୍ୱାସ୍ଥ୍ୟ ଖରାପ ଥିଲା । ବୃଦ୍ଧାଙ୍କ ମୃତ୍ୟୁ ହୋଇଯାଇଥିଲା । ଅସହାୟ ଅବସ୍ଥାରେ ରହି ଥିବା ବୃଦ୍ଧାଙ୍କ ମୃତ୍ୟୁ ଖବର ପାଇ ଗ୍ରାମର ବଜରଙ୍ଗ ଦଳର ବହୁ ଯୁବକ ମାନେ ସହଯୋଗ କରିଥିଲେ ଓ ଧର୍ମୀୟ ରୀତିନୀତି ଅନୁସାରେ ବୃଦ୍ଧାଙ୍କ ଶେଷକୃତ୍ୟ ସଂପନ୍ନ କରିଥିବା ଦେଖିବକୁ ମିଳିଛି । ଏହିପରି କାର୍ଯ୍ୟ ପାଇଁ ମୃତକ ମାଁଙ୍କ ଅମର ଆତ୍ମାର ସଦ୍ଗତି କାମନା ସହ ବଜରଙ୍ଗ ଭାଇ ମାନଙ୍କର ଏହି ସାହାଯ୍ୟ ମନୋଭାବକୁ ସାଧାରଣ ଲୋକେ ଓ ଜିଲ୍ଲା ବଜରଙ୍ଗ ଦଳ ପକ୍ଷରୁ ସାଧୁବାଦ ଜଣାଇଛନ୍ତି ।