Deprecated: Return type of Wslm_ProductLicense::offsetExists($offset) should either be compatible with ArrayAccess::offsetExists(mixed $offset): bool, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 97

Deprecated: Return type of Wslm_ProductLicense::offsetGet($offset) should either be compatible with ArrayAccess::offsetGet(mixed $offset): mixed, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 101

Deprecated: Return type of Wslm_ProductLicense::offsetSet($offset, $value) should either be compatible with ArrayAccess::offsetSet(mixed $offset, mixed $value): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 105

Deprecated: Return type of Wslm_ProductLicense::offsetUnset($offset) should either be compatible with ArrayAccess::offsetUnset(mixed $offset): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 109

Deprecated: Return type of ameMetaBoxSettings::offsetExists($offset) should either be compatible with ArrayAccess::offsetExists(mixed $offset): bool, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 88

Deprecated: Return type of ameMetaBoxSettings::offsetGet($offset) should either be compatible with ArrayAccess::offsetGet(mixed $offset): mixed, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 102

Deprecated: Return type of ameMetaBoxSettings::offsetSet($offset, $value) should either be compatible with ArrayAccess::offsetSet(mixed $offset, mixed $value): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 119

Deprecated: Return type of ameMetaBoxSettings::offsetUnset($offset) should either be compatible with ArrayAccess::offsetUnset(mixed $offset): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 133
ଇଂରାଜୀ ଲିଙ୍କ୍ ଲାଙ୍ଗୁଏଜ୍ ହୋଇପାରେ, କିନ୍ତୁ ମାତୃଭାଷାର ବିକଳ୍ପ ହୋଇପାରିବ ନାହିଁ- ମୁଖ୍ୟମନ୍ତ୍ରୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଇଂରାଜୀ ଲିଙ୍କ୍ ଲାଙ୍ଗୁଏଜ୍ ହୋଇପାରେ, କିନ୍ତୁ ମାତୃଭାଷାର ବିକଳ୍ପ ହୋଇପାରିବ ନାହିଁ- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଇଂରାଜୀ ଭାଷା ଲିଙ୍କ୍ ଲାଙ୍ଗୁଏଜ୍ ହୋଇପାରେ, କିନ୍ତୁ ମାତୃଭାଷାର ବିକଳ୍ପ ହୋଇପାରିବ ନାହିଁ।  ଆଜି ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟର ଠାରେ ଆୟୋଜିତ ରାଜ୍ୟସ୍ତରୀୟ ଭାରତୀୟ ଭାଷା ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି ।  ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଜିକାଲି ପିଲାମାନେ ଇଂରାଜୀ ଭାଷାକୁ ଯୋଗାଯୋଗର ଏକ ମାଧ୍ୟମ ଭାବେ ବ୍ୟବହାର ନକରି, ଇଂରାଜୀ କହିବାକୁ ଏକ ଫେସନ୍ ଭାବେ ଗ୍ରହଣ କରୁଛନ୍ତି। ଇଂରାଜୀ ମିଡିଅମ୍‌ରେ ପଢୁଥିବା ଅନେକ ଛାତ୍ରଛାତ୍ରୀ ଓଡିଆ ଭାଷା ପଢିବାରେ ଅକ୍ଷମ। ଏହା ଦୁଃଖର ବିଷୟ।  ଇଂରାଜୀ ଓ ହିନ୍ଦୀ ଆମ ପାଇଁ ଏକ ଲିଙ୍କ ଲାଙ୍ଗୁଏଜ୍ ହୋଇପାରେ । କିନ୍ତୁ, ଏହା କେବେ ଆମ ମାତୃଭାଷାର ବିକଳ୍ପ ହୋଇ ପାରିବ ନାହିଁ। ତେଣୁ, ରାଜ୍ୟ ସରକାର ଓଡିଆ ଭାଷାର ବ୍ୟବହାର ଉପରେ ଗୁରୁତ୍ବଦେଇ କାମ ଆରମ୍ଭ କରିଛନ୍ତି। ସରକାରୀ ଫାଇଲ୍‌କୁ ଓଡିଆ ଭାଷାରେ କରିବା ପାଇଁ ଦୃଢ ନିର୍ଦ୍ଦେଶ ଦିଆଯାଇଛି। ଅନେକ ବିଭାଗରେ ଓଡିଆ ଭାଷାରେ ଫାଇଲ୍ କାମ ଆରମ୍ଭ ମଧ୍ୟ ହେଲାଣି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।  ତାମିଲ୍ ମହାକବି ସୁବ୍ରମଣ୍ୟ ଭାରତୀଙ୍କ ଜୟନ୍ତୀ ଅବସରରେ ଆଜି ଭାରତୀୟ ଭାଷା ଉତ୍ସବ ପାଳନ କରାଯାଉଛି। ଚଳିତ ବର୍ଷର ଭାରତୀୟ ଭାଷା ମହୋତ୍ସବର ବିଷୟବସ୍ତୁ ହେଉଛି “ଭାଷା ମାଧ୍ୟମରେ ଏକତା” । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଜି ତାଙ୍କ ଜୟନ୍ତୀରେ ଆମେ ରାଜ୍ୟସ୍ତରରେ ଭାରତୀୟ ଭାଷା ଉତ୍ସବ ଭାବେ ପାଳନ କରୁଛୁ । ଏହା କେବଳ ଏକ ଉତ୍ସବ ନୁହେଁ, ଆମ ସଂସ୍କୃତି ଏବଂ ଗୌରବର ପ୍ରତୀକ । ଭାଷାଭିତ୍ତିକ ବିବିଧତା ହେଉଛି ଆମର  ସର୍ବଶ୍ରେଷ୍ଠ ଶକ୍ତି  ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସେ କହିଥିଲେ ଯେ, ଏହାକୁ କାୟ ମନୋବାକ୍ୟରେ ଅନୁସରଣ କରି ଆମେ ଆଗକୁ ଯିବାର ସ୍ବପ୍ନ ଦେଖିବା ହିଁ ଆଜିର ଆବଶ୍ୟକତା।    ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସ୍ବର୍ଗତ ଭାରତୀ ଯଦିଓ ତାମିଲ ସାହିତ୍ୟକୁ ନିଜ ପ୍ରତିଭା ବଳରେ ନିଜ ସାରସ୍ଵତ ସାଧନାରେ ଉଦ୍‌ବୁଦ୍ଧ କରିଛନ୍ତି, ସେ ଅନ୍ୟାନ୍ୟ ଭାରତୀୟ ଭାଷାକୁ ମଧ୍ୟ ଋଦ୍ଧିମନ୍ତ କରିଛନ୍ତି। ସେ ନିଜର ସାହିତ୍ୟ ମାଧ୍ୟମରେ ସମାଜ ସଂସ୍କାର ଉପରେ ଗୁରୁତ୍ୱ ଆରୋପ କରୁଥିଲେ। ସମାନତା, ମହିଳା ସଶକ୍ତିକରଣ ଓ ସାମାଜିକ ନ୍ୟାୟ ପ୍ରତିଷ୍ଠା ଜରିଆରେ ଏକ ପ୍ରଗତିଶୀଳ ଭାରତ ଗଠନ ପାଇଁ ଉଦ୍ୟମ କରୁଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।  ସୁବ୍ରମଣ୍ୟ ଭାରତୀ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଲୋକମାନ୍ୟ ବାଲ୍ ଗଙ୍ଗାଧର ତିଲକ୍ ଓ ଶ୍ରୀ ଅରୋବିନ୍ଦଙ୍କ ଦ୍ବାରା ଗଭୀର ଭାବରେ ପ୍ରଭାବିତ ହୋଇ ବୈପ୍ଳବିକ ଚିନ୍ତାଧାରାରେ କବିତା ଲେଖୁଥିଲେ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ,   ନିଜର ବଳିଷ୍ଠ ଲେଖା ମାଧ୍ୟମରେ ସେ ଯୁବ ସମାଜ ମଧ୍ୟରେ ଜାତୀୟତାର ଭାବ ଉଦ୍ରେକ କରି ସ୍ୱାଧୀନତା ସଂଗ୍ରାମ ପାଇଁ ପ୍ରେରଣା ଦେଉଥିଲେ। ତାଙ୍କର ସଙ୍ଗୀତ ‘ଆଚାମିଲାଇ ଆଚାମିଲାଇ’ ଯୁବ ସମାଜକୁ ଭୟମୁକ୍ତ ହୋଇ, ଋଢିବାଦୀ ପରମ୍ପରାକୁ ପଛରେ ପକାଇ ଆଗକୁ ବଢିବା ପାଇଁ ପ୍ରେରିତ କରୁଥିଲେ। ସମାଜରେ ମହିଳାମାନଙ୍କ ଶିକ୍ଷା ଉପରେ ସେ ଗୁରୁତ୍ୱ ଆରୋପ କରୁଥିଲେ। ତାଙ୍କର ଚିନ୍ତାଧାରା ତତ୍‌କାଳୀନ ସମୟ ଠାରୁ ଯଥେଷ୍ଟ ଆଗରେ ଥିଲା ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଥିଲେ। ଆମର ଯୁବ ସମାଜ ପାଖରେ ସୁବ୍ରମଣ୍ୟ ଭାରତୀଙ୍କ ଜୀବନୀରୁ ଯଥେଷ୍ଟ କିଛି ଶିଖିବାର ସୁଯୋଗ ରହିଛି ବୋଲି ସେ କହିଥିଲେ।  ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଯଶସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ନେତୃତ୍ଵରେ ଏ ମହାନ ଦେଶର ନାୟକ ଓ ନାୟିକାମାନଙ୍କୁ ଯଥୋଚିତ ସମ୍ମାନ ପ୍ରଦାନ ପାଇଁ ନିରବଚ୍ଛିନ୍ନ ପ୍ରଚେଷ୍ଟା ଜାରି ରହିଛି। କବିବର ଭାରତୀଙ୍କ ଦେଶର ଭାଷା, ସାହିତ୍ୟ ସହିତ ସମାଜ ଗଠନ ପାଇଁ ତାଙ୍କ ଅବଦାନ ବିଷୟରେ ଦେଶବାସୀଙ୍କୁ ଜଣାଇବା ନିମନ୍ତେ ଗତବର୍ଷ ୨୮ ସେପ୍ଟେମ୍ବର ୨୦୨୩ ରୁ ଆରମ୍ଭ କରି ୧୧ ଡିସେମ୍ବର ୨୦୨୩ ପର‌୍ୟ୍ୟନ୍ତ ୭୫ ଦିନ ବ୍ୟାପୀ କାର‌୍ୟ୍ୟକ୍ରମ ସାରା ଦେଶରେ ପାଳନ କରଯାଇଥିଲା ।  କଳା ଓ ସଂସ୍କୃତିର ପୂଜାରୀ ମାନଙ୍କୁ କାଳର କରାଳ ଗର୍ଭରେ ଲୀନ ହେବାକୁ ନଦେବା ପାଇଁ ମାନନୀୟ ମୋଦିଜୀ ପ୍ରତିଜ୍ଞାବଦ୍ଧ। ଏହି ମିଶନ୍ ସର୍ଦ୍ଦାର ପଟେଲଙ୍କ ବିଶ୍ଵର ସବୁଠାରୁ ଉଚ୍ଚ ପ୍ରତିମା ସ୍ଥାପନ ଠାରୁ ଆରମ୍ଭ ହୋଇଛି ବୋଲି ସେ କହିଥିଲେ।  ଓଡିଶାରେ ମଧ୍ୟ ଆମ ସରକାର ମୋଦୀଜୀଙ୍କ ଏହି ଭିଜନ୍‌କୁ ସାକାର କରିବାକୁ ଚେଷ୍ଟାରତ ହୋଇ ମାଧୋ ସିଂଙ୍କ ନାମରେ ମେଧାବୃତ୍ତି ଆରମ୍ଭ କରିବା, ଓଡିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ଏକ ବର୍ଷ ବ୍ୟାପୀ ଜୟନ୍ତୀ ପାଳନ କରିବା, ଗୋଦାବରୀଶ ମିଶ୍ରଙ୍କ ନାମରେ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ଆରମ୍ଭ କରିବା ଇତ୍ୟାଦି ଅନେକ କାର‌୍ୟ୍ୟକ୍ରମକ ଗ୍ରହଣ କରିଛନ୍ତି।   ଭାଷା ସର୍ବଦା ଆମ ସଂସ୍କୃତି, ଇତିହାସ ଏବଂ ପରମ୍ପରାର ସଂରକ୍ଷଣ କରି ଆସୁଛି । ଓଡ଼ିଆ, ଷଷ୍ଠ ଭାରତୀୟ ଭାଷା ଭାବରେ ଏକ ସ୍ବତନ୍ତ୍ର ଓ ଅନ୍ୟଭାଷା ଦ୍ବାରା ପ୍ରଭାବିତ ହୋଇ ନଥିବା ଭାଷା ଭାବରେ ଶାସ୍ତ୍ରୀୟ ମାନ୍ୟତା ପାଇଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଓଡିଆ ଭାଷାର କ୍ରମ ବିକାଶ ଉପରେ ଆଲୋକ ପାତ କରିଥିଲେ।  ଜାତୀୟ ଶିକ୍ଷା ନୀତି ୨୦୨୦ରେ ମାତୃଭାଷାକୁ ପାଠ୍ୟକ୍ରମରେ ସାମିଲ କରିବାକୁ କୁହାଯାଇଛି । ଏଥିରେ ମାତୃଭାଷା ଏବଂ ଆଞ୍ଚଳିକ ଭାଷାକୁ ଶିକ୍ଷା ମାଧ୍ୟମରେ ପ୍ରୋତ୍ସାହିତ କରିବାର ବ୍ୟବସ୍ଥା ରହିଛି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଭାଷାର ବିକାଶକୁ ଆମେ ପ୍ରାଥମିକତା ଦେଇଛୁ । ଆମ ସରକାର ବିଦ୍ୟାର୍ଥୀଙ୍କୁ ଡାକ୍ତରୀ ଏବଂ ବୈଷୟିକ ଶିକ୍ଷା ଭଳି କଠିନ ପାଠ୍ୟକ୍ରମକୁ ଆଞ୍ଚଳିକ ଭାଷାରେ ପଢିବାର ସୁଯୋଗ ପ୍ରଦାନ କରୁଛନ୍ତି ।  ଏହି ପଦକ୍ଷେପ ଛାତ୍ରଛାତ୍ରୀଙ୍କର ଶିକ୍ଷାଗତ ଏବଂ ମାନସିକ ବିକାଶକୁ ବୃଦ୍ଧି କରିବ । ମାତୃଭାଷା ଏବଂ ଆଞ୍ଚଳିକ ଭାଷା ସଂରକ୍ଷଣ ପାଇଁ ଆମେ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରୁଛୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।  କାର‌୍ୟ୍ୟକ୍ରମରେ ଯୋଗଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଲେ ଯେ ଭାଷା ଆମ ସଂସ୍କୃତି, ଐତିହ୍ୟ ଓ ଚିନ୍ତାଧାରାକୁ ପ୍ରତିଫଳିତ କରେ। ଆମର ଐତିହ୍ୟର ବିବିଧତାକୁ ଜାଣିବା ପାଇଁ ଏହି ଭଳି ଭାଷା ଉତ୍ସବ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।  ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ ସ୍ୱାଗତ ଭାଷଣ ଦେଇ କହିଥିଲେ ଯେ, ଭାଷାଭିତ୍ତିକ ଏକତାକୁ ଗୁରୁତ୍ୱ ଦେଇ ଆମେ ସୁବ୍ରମଣ୍ୟ ଭାରତୀଙ୍କ ଜୟନ୍ତୀ ପାଳନ କରୁଛୁ। ସବୁ ଭାରତୀୟ ଭାଷାର ଉନ୍ନତିରେ ଦେଶର ସଂସ୍କୃତି ଓ ଐତିହ୍ୟ ଉନ୍ନତ ହେବ ବୋଲି ସେ କହିଥିଲେ। ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ୨୦୩୬ର ଭିଜନ ଡକୁମେଣ୍ଟ ପ୍ରସ୍ତୁତ ପାଇଁ ନିଜର ଆଇଡିଆ ଦେବାକୁ ସେ ଆହ୍ୱାନ ଦେଇଥିଲେ। ସେମାନେ ନିଜେ କିପରି ଓଡିଶାର ଭବିଷ୍ୟତକୁ ଦେଖୁଛନ୍ତି, ତାକୁ ଭିତ୍ତି କରି ମତାମତ ଦେବାକୁ ସେ ପରାମର୍ଶ ଦେଇଥିଲେ। ବିଭାଗୀୟ ଅତିରିକ୍ତ ଶାସନ ସଚିବ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗୀତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ପୋଷ୍ଟର ମେକିଙ୍ଗରେ ଯାଜପୁର ବରୁଣେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟର ଅନ୍ନପୂର୍ଣ୍ଣା ମିଶ୍ର ପ୍ରଥମ ପୁରସ୍କାର, ଭଦ୍ରକ ଏଲ.ଏନ.କେ.ଏସ୍ ହାଇସ୍କୁଲର  ଅମୀୟ ଦାସ ଓ ଖୋର୍ଦ୍ଧା ବି.ଏମ୍ ହାଇସ୍କୁଲର ବିଷ୍ଣୁପ୍ରସାଦ ଦାସ ଦ୍ୱତୀୟ ପୁରସ୍କାର, ବାଲେଶ୍ୱର ଟାଉନ ସରକାରୀ ହାଇସ୍କୁଲର ସମିର ବେହେରା ଓ ବରଗଡ ନିଶାମଣୀ ସରକାରୀ ହାଇସ୍କୁଲ ସାଇନନ୍ଦନ ସାହୁ ତୃତୀୟ ପୁରସ୍କାର ପାଇଥିଲେ।  ସେହିପରି ଜର୍ଣ୍ଣାଲ ମେକିଙ୍ଗ ପାଇଁ ଜିଲ୍ଲା ସ୍ତରରେ ଦଳଗତ ପ୍ରତିଯୋଗୀତା ହେଇଥିଲା। ଏଥିରେ କଟକ ଜିଲ୍ଲା ପ୍ରଥମ ପୁରସ୍କାର, ସମ୍ବଲପୁର ଦ୍ୱତୀୟ ପୁରସ୍କାର ଓ ନୟାଗଡ ତୃତୀୟ ପୁରସ୍କାର ପାଇଥିଲେ। କାର‌୍ୟ୍ୟକ୍ରମ ଆରମ୍ଭରୁ କନ୍‌ଭେନ୍‌ସନ୍ ହଲରେ ପ୍ରଦର୍ଶିତ ହୋଇଥିବା ଓଡିଶାର ବିଭିନ୍ନ ଭାଷା, ବିଶେଷ କରି ଆଦିବାସୀ ଭାଷାଗୁଡିକର ପୁସ୍ତିକା ଓ ବର୍ଣ୍ଣମାଳାଗୁଡିକୁ ମୁଖ୍ୟମନ୍ତ୍ରୀ ଦେଖିଥିଲେ।

Leave a Reply