୪ ଗୋଚାଲାଣକାରୀ ଗିରଫ, ୪ ବଳଦ ଉଦ୍ଧାର


କଳାପଥର:ବୈଦ୍ୟଶ୍ଵର ଥାନା ଅନ୍ତର୍ଗତ ଗାଁରେ ବୁଲା ଗାଈ ଓ ବଳଦଙ୍କୁ ଚୋରି କରି ବିକ୍ରି କରୁଥିବା ଯୁବକଙ୍କୁ ଗିରଫ କରି ବାଙ୍କୀ ଅଦଲତକୁ ଚାଲାଣ କରାଯାଇଛି। ଗ୍ରାମାଞ୍ଚଳରୁ ଶାଗ ମାଛ ଦରରେ ଗୋରୁଙ୍କୁ କିଣି ଗୋମାଂସ ଚାଲାଣ କରି ଏମାନେ ଲକ୍ଷାଧିକ ଟଙ୍କା ରୋଜଗାର କରନ୍ତି। ଥାନା ଅଧିକାରୀ ପ୍ରିୟ ରଞ୍ଜନ ସେଠି ଧରପଗଡ଼ କରି ଗୋରୁ ଉଦ୍ଧାର କରିବା ସହ ଆସାମୀଙ୍କୁ ଅଦାଲତ ଚାଲାଣ କରିଛନ୍ତି।
ଗୋରୁଚାଲାଣକାରୀମାନେ ଅଭିନବ ଉପାୟରେ ଏହି କାରବାର କରୁଥିବା ଜଣାପଡ଼ିଛି । ଘଟଣାସ୍ଥଳରୁ ୪ଟି ବଳଦ ଉଦ୍ଧାର ହୋଇଥିବା ବେଳେ ୪ ଜଣ
ଗୋଚାଲାଣକାରୀଙ୍କୁ ଗିରଫ କରାଯାଇଛି । ଏମାନେ ହେଲେ କଳାପଥର ଗ୍ରାମର ଶରତ ଚନ୍ଦ୍ର ବେହେରା, ଲେମେରୀ ଗାଁର ମାନସ ବେହେରା, ଖଜୁରିପଦା ନୂଆସାହିର ବାଜି ଓରଫ ପ୍ରମୋଦ ଦାସ, ବୈଦ୍ୟଶ୍ଵର ନୂଆ ବଡ଼ବର ସାହିର ଲକ୍ଷ୍ମୀଧର ବେହେରା ବୋଲି ଜଣାପଡିଛି। ଚୋରି ବଳଦ ଦୁଇ ହଳକୁ ବେକରେ ଜୁଆଳି ଲଙ୍ଗଳ ପକାଇ ତିଗିରିଆସ୍ଥିତ ଗୋମାଂସ କଂସେଇଖାନାକୁ ବିକ୍ରି କରିବାକୁ ନେଉଥିବା ବେଳେ ଟି-ସେତୁ ନିକଟରୁ ବୈଦ୍ୟଶ୍ଵର ଥାନା ଅଧିକାରୀ ପ୍ରିୟରଞ୍ଜନ ସେଠୀଙ୍କ ଦ୍ବାରା ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି।

Leave a Reply

Your email address will not be published. Required fields are marked *