ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ବର୍ବୋରଚିତ ଆକ୍ରମଣ ବିରୋଧରେ ହିନ୍ଦୁ ସୁରକ୍ଷା ମଂଚ ତରଫରୁ ବିଶାଳ ଶୋଭାଯାତ୍ରା ଓ ପ୍ରତିବାଦ ସଭା

  • ଭୁବନେଶ୍ୱର,୧୦/୧୨: ସମଗ୍ର ବିଶ୍ୱ ମାନବାଧିକାର ଦିବସ ପାଳନ କରୁଥିବା ବେଳେ ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁ ମାନଙ୍କ ଉପରେ କଠୋରପନ୍ଥୀ ଇସ୍ଲାମିକ ସଂଗଠନ ଦ୍ୱାରା ବର୍ବୋରଚିତ ଆକ୍ରମଣ ଦ୍ୱାରା ମାନବାଧିକ କ୍ଷୁର୍ଣ୍ଣ ହେଉଥିବା ବେଳେ ଆର୍ନ୍ତଜାତୀୟ ମାନବାଧିକାର ସଂଗଠନ ତଥା ବୁଦ୍ଧିଜୀବୀମାନଙ୍କର ନିରବତା ସେମାନଙ୍କର କାର୍ଯ୍ୟକୁ ପ୍ରୋତ୍ସାହିତ କରୁଛି । ବାଂଲାଦେଶରେ ହିନ୍ଦୁ ନାରୀମାନଙ୍କୁ ଯେଭଳ ଅତି ନିର୍ମମ ଭାବରେ ହତ୍ୟା କରାଯାଉଛି, ହିନ୍ଦୁ ମଠ ମନ୍ଦିରଗୁଡିକୁ ଭାଙ୍ଗିରୁଜି ନଷ୍ଟ ଭ୍ରଷ୍ଟ କରାଯାଉଛି,ସାଧୁସନ୍ଥଙ୍କୁ ବନ୍ଦି କରାଯାଉଛି ତାହା ନିନ୍ଦନୀୟ । ବାଂଲାଦେଶର ମୁସଲମାନ ଆତଙ୍କବାଦୀଙ୍କର ଏହି କାର୍ଯ୍ୟକଳାପକୁ ବିରୋଧକରି ହିନ୍ଦୁ ସୁରକ୍ଷା ମଂଚ,ଭୁବନେଶ୍ୱର ତରଫରୁ ଏକ ବିଶାଳ ଶୋଭାଯାତ୍ରା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇ ଯାଇଛି । ଭୁବନେଶ୍ୱରର ପ୍ରଦର୍ଶନୀ ପଡିଆ ସମ୍ମୁଖରେ ଏକ ବିଶାଳ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିବାଦ ସଭାରେ ଗାୟତ୍ରୀ ପରିବାର, ଇସ୍କନ ପରିବାର, ଅନୁକୂଳ ଚନ୍ଦ୍ର ସତସଂଗ, ରାମକୃଷ୍ଣ ମିଶନ, ଆର୍ଯ୍ୟ ସମାଜ, ସତ୍ୟସାଇ ଟ୍ରଷ୍ଟ, ଡିଭାଇନ ଲାଇଫ ସୋସାଇଟି, ପତଞ୍ଜଳୀ ଯୋଗ ସଂସ୍ଥାନ, ପ୍ରଜ୍ଞାନ ମିଶନ, ଭାରତ ଯୋଗ ସଂସ୍ଥାନ ଆଦି ସଂଗଠନର ମୁଖ୍ୟମାନେ ଯୋଗଦେଇ ବାଂଲାଦେଶରେ ହିନ୍ଦୁମାନଙ୍କର ସୁରକ୍ଷା ଦାବି କରିଥିଲେ ।
  • ଏହାପରେ ୧୦ ହଜାରରୁ ଉର୍ଦ୍ଧ୍ୱ ହିନ୍ଦୁ, ବିଭିନ୍ନ ମତ, ପନ୍ଥ, ସଂପ୍ରଦାୟର ମୁଖିଆ,ସାଧୁସନ୍ଥ ଓ ହିନ୍ଦୁ ସଂଗଠନ ଗୁଡିକ ଭାଗନେଇ ଏକ ବିଶାଳ ଶୋଭାଯାତ୍ରାରେ ମାଷ୍ଟର କ୍ୟାଂଟିନ ଛକରେ ପହଁଚି ଥିଲେ । ସ୍ୱାମୀ ଶଙ୍କରାନନ୍ଦ ଗିରି ମହାରାଜ, ସ୍ୱାମୀ ଶ୍ରଦ୍ଧାନନ୍ଦ ସରସ୍ୱତୀ, ମହନ୍ତ ରାମକୃଷ୍ଣ ଦାଶ, ବ୍ରହ୍ମଚାରୀ ବିଶ୍ୱଚୈତନ୍ୟ, ବାବା ରମେଶ ଚନ୍ଦ୍ର ଦାସ,ସ୍ୱାମୀ ନିର୍ଭୟାନନ୍ଦ ଗିରି,ମହନ୍ତ ତୈଲୋକ୍ୟଶ୍ୱର ଭାରତୀ,ମହନ୍ତ ବୈଷ୍ଣବପୁରୀ, ମହନ୍ତ ଲିଙ୍ଗରାଜପୁରୀ, ସ୍ୱାମୀ ଜୀବନ ଚୈତନ୍ୟ ମହାରାଜଙ୍କ ନେତୃତ୍ୱରେ ସାଧୁସନ୍ଥଙ୍କ ଏକ ପ୍ରତିନିଧି ଦଳ ଓଡିଶାର ରାଜଭବନକୁ ଯାଇ ମାନ୍ୟବର ରାଜ୍ୟପାଳଙ୍କ ଜରିଆରେ ଭାରତର ମହାମହିମ ରାଷ୍ଟ୍ରପତି, ମାନ୍ୟବର ପ୍ରଧାନମନ୍ତ୍ରୀ ତଥା ମିଳିତ ଜାତିସଂଘର ସଂପାଦକଙ୍କ ନିକଟକୁ ଦାବିପତ୍ର ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *