Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ରାମ ମନ୍ଦିର ପାଇଁ ଦୁଇ କେଜିର ରୁପା ଇଟା ଦେବ କିନ୍ନର ସମାଜ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ରାମ ମନ୍ଦିର ପାଇଁ ଦୁଇ କେଜିର ରୁପା ଇଟା ଦେବ କିନ୍ନର ସମାଜ

କଟକ ଭକ୍ତି ଆଗରେ ସବୁ ଫିକା । କିଏ ଫୁଲ ଦେଇ ଭଗବାନଙ୍କୁ ପୂଜା କରୁଛି ତ ପୁଣି ଆଉ କିଏ କିଏ ଭକ୍ତିରେ ପ୍ରଭୁଙ୍କୁ ଡାକି । ହେଲେ ଭଗବାନଙ୍କ ଟିକେ ଆଶୀର୍ବାଦ ପାଇଁ ଆୟକୁ ସଞ୍ଚୟ କରି ଏପରି ଭକ୍ତିପୂତ ଅର୍ଘ୍ୟ ପ୍ରଦାନ କରିବା ସମସ୍ତଙ୍କ ପାଇଁ ଏକ ଉଦାହରଣ ହୋଇ ରହିବ । କାରଣ ଅଯୋଧ୍ୟାରେ ନିର୍ମାଣ ହେଉଥିବା ରାମ ମନ୍ଦିର ପାଇଁ ଓଡିଶାରୁ ଯିବ ରୂପା ଇଟା । ନିଜର ଅତ୍ୟନ୍ତ ସୀମିତ ଆୟ ସତ୍ତ୍ୱେ ଓଡିଶା କିନ୍ନର ସମାଜ ରାମ ମନ୍ଦିର ତିଆରି ପାଇଁ ଦୁଇ କେଜି ଓଜନର ରୂପା ଇଟା ଦେଇଛନ୍ତି । କଟକର ତାରକସୀ କାରିଗର ମାନେ ଏହି ରୂପା ଇଟା ତିଆରି କରିଛନ୍ତି । ଚଣ୍ଡୀ ମନ୍ଦିର, ଭୁବନେଶ୍ୱର ରାମ ମନ୍ଦିର ଓ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ପୂଜା କରି ଏହି ରୂପା ଇଟାକୁ ଅଯୋଧ୍ୟା ନେଇ ଯିବ ଓଡିଶା କିନ୍ନର ସମାଜ । ଓଡିଶା କିନ୍ନର ସମାଜର ଏକ ଅନନ୍ୟ ପ୍ରୟାସ କିନ୍ନର ମାନଙ୍କ ପ୍ରତି ଥିବା ସାଧାରଣ ଭାବନାକୁ ପରିବର୍ତ୍ତନ କରିଦେଇ ପାରିବ । ଏନେଇ ଭବ୍ୟ ରାମ ମନ୍ଦିରରେ ଏହି ରୂପା ଇଟା ସ୍ଥାପନ ହେଲେ ଜୀବନର ପ୍ରକୃତ ମୂଲ୍ୟ ବୋଧ ମିଳି ପାରିବ ବୋଲି କିନ୍ନର କହିଛନ୍ତି । ସମାଜରେ କିନ୍ନର ମାନଙ୍କୁ ନୁ୍ୟନ କରି ଦେଖିବା ଏକ ସାଧାରଣ କଥା ହେଇଗଲାଣି । କିନ୍ତୁ କଟକରେ ରହୁଥିବା ଓଡିଶା କିନ୍ନର ସମାଜର ଏହି ପ୍ରୟାସ ପାଇଁ ଲୋକଙ୍କ ଭାବନାକୁ ପରିବର୍ତ୍ତନ କରିଦେଇ ପାରିବ ବୋଲି ଓଡିଶା କିନ୍ନର ସମାଜ ଆଶାବ୍ୟକ୍ତ କରିଛନ୍ତି । କୋଭିଡ ପରେ କିନ୍ନର ମାନେ ଅତି ଦୟନୀୟ ଭାବେ ଦିନ କାଟୁଥିଲେ । ତଥାପି ପ୍ରଭୁ ଶ୍ରୀରାମଙ୍କ ପ୍ରତି ଥିବା ଶ୍ରଦ୍ଧା ସେମାନଙ୍କୁ ଏଭଳି ଏକ ପଦକ୍ଷେପ ନେବାକୁ ପ୍ରେରଣା ଯୋଗାଇଥିବା କିନ୍ନର ମାନେ କହିଛନ୍ତି । କଟକର ତାରକସୀ କାରିଗରମାନେ ଏହି ରୂପା ଇଟାକୁ ତିଆରି କରିଛନ୍ତି । ଜଗତର ମଙ୍ଗଳ କାମନା ପାଇଁ ଏଭଳି ରୂପା ଇଟା ଅଯୋଧ୍ୟା ଶ୍ରୀରାମଙ୍କ ମନ୍ଦିର ପାଇଁ ତିଆରି କରାଯାଇଥିବା କିନ୍ନର ସମାଜ କହିଛି । ସମାଜରେ ଅଣଦେଖାର ଶିକାର ସର୍ବଦା ହେଲା ପରେ ମଧ୍ୟ ଭଗବାନଙ୍କୁ କେବେ ବି ଦୂରୀଭୂତ କରିନୁ । ଜୀବନରେ ଖୁସି କହିଲେ ଏହି ଭଳି ଭକ୍ତିପୂତ ଅର୍ଘ୍ୟ ବୋଲି କିନ୍ନର ସମାଜ କହିଛି । ତେବେ ଏହି ରୂପା ଇଟାର ଦାମ ଲକ୍ଷାଧିକ ଟଙ୍କା ହେବ ବୋଲି ଅନୁମାନ କରଯାଇଥିବା ବେଳେ ରବିବାର ଏହି ଇଟାକୁ ଚଣ୍ଡି ମନ୍ଦିରରେ ପୂଜା କରିବା ପରେ ଏକ ବିଶାଳ ପଟୁଆର କିନ୍ନର ରାଲି କଟକ ପରିକ୍ରମା କରି ଓ ସମସ୍ତଙ୍କ ଆଶୀର୍ବାଦ ଭିକ୍ଷା କରିବ ବୋଲି କିନ୍ନର କହିଛନ୍ତି ।

Leave a Reply