Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବାଲେଶ୍ୱର ହିନ୍ଦୁ ସୁରକ୍ଷା ମଞ୍ଚ ତରଫରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବାଲେଶ୍ୱର ହିନ୍ଦୁ ସୁରକ୍ଷା ମଞ୍ଚ ତରଫରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ବାଲେଶ୍ୱର: ବାଙ୍ଗଲାଦେଶରେ ସଂଖ୍ୟାଲଘୁ ହିନ୍ଦୁ ମାନଙ୍କ ଉପରେ କଠୋରପନ୍ଥୀ ଇସ୍ଲାମିକ ଗ୍ରୁପ ଦ୍ୱାରା ଚାଲିଥିବା ବର୍ବରଚିତ୍ତ ଆକ୍ରମଣ ବନ୍ଦ ହେଉ । ହିନ୍ଦୁଙ୍କ ହିତ ଲାଗି ସ୍ୱର ଉତ୍ତୋଳନ କରୁଥିବା ବାଙ୍ଗଲାଦେଶ ଇସ୍କନ ମୁଖ୍ୟ ଚିନ୍ମୟ ପ୍ରଭୁଙ୍କୁ ମିଥ୍ୟା ଆରୋପରେ ଗିରଫଦାରି ଅତ୍ୟନ୍ତ ନିନ୍ଦନୀୟ । ଆଜି ଆମଠାରୁ ମାତ୍ର ୫୦୦ କିମି ଦୂର ଢାକାରେ ହିନ୍ଦୁଙ୍କ ଉପରେ ଏମିତି ଅତ୍ୟାଚାର କରାଯାଉଛି । କାଲି ଏଠାକାର ହିନ୍ଦୁଙ୍କ ଉପରେ ଏମିତି ନ ଘଟିବ ବୋଲି ତାର କିଛି ଗ୍ୟାରେଣ୍ଟି ନାହିଁ । ତେଣୁ ସମୟର ଆହ୍ୱାନ କ୍ରମେ ସମସ୍ତ ହିନ୍ଦୁ ସମାଜ ଏକାଠି ହେବାର ସମୟ ଆସିଛି । ଏହା ସହ ଭାରତ ସରକାର ମଧ୍ୟ ଏ ବିଷୟକୁ ଗୁରୁତର ସହ ବିଚାରକୁ ନେଇ ତୁରନ୍ତ ହସ୍ତକ୍ଷେପ କରନ୍ତୁ ବୋଲି ହିନ୍ଦୁ ସୁରକ୍ଷା ମଞ୍ଚ ପକ୍ଷରୁ ଦାବି କରାଯାଇଛି । ମଞ୍ଚ ତରଫରୁ ପ୍ରଧାନମନ୍ତ୍ରୀଙ୍କୁ ଦିଆଯାଇ ଥିବା ଦାବିରେ ତିନୋଟି ମୁଖ୍ୟ ଦାବି ରହିଛି । ଚିନ୍ମୟ କୃଷ୍ଣ ଦାସଙ୍କ ଅବିଲମ୍ବ ମୁକ୍ତି, ହିନ୍ଦୁ ସମ୍ପ୍ରଦାୟ ଉପରେ ଆକ୍ରମଣ କରୁଥିବା ବ୍ୟକ୍ତିମାନଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ, ବାଙ୍ଗଲାଦେଶରେ ଅଳ୍ପସଂଖ୍ୟକ ମାନବିକ ଅଧିକାର ସୁନିଶ୍ଚିତ କରିବା । ଶୁକ୍ରବାର ହିନ୍ଦୁ ସୁରକ୍ଷା ମଞ୍ଚ ବାଲେଶ୍ୱର ଶାଖାର ହଜାର ହଜାର ମହିଳା ଏବଂ ପୁରୁଷ କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ଏକ ବିଶାଳ ବିକ୍ଷୋଭ ଓ ପ୍ରତିବାଦ ଶୋଭାଯାତ୍ରା ଆୟୋଜିତ କରାଯାଇ ଜିଲ୍ଲାପାଳଙ୍କ ମାଧ୍ୟମରେ ଏକ ଦାବିପତ୍ର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ସ୍ଥାନୀୟ ମିଶନ ସ୍କୁଲ ପଡିଆରୁ ଏହି ଶୋଭାଯାତ୍ରା ବାହାରି ଏଡିଏମ ଛକ, ଷ୍ଟେସନ ଛକ, ଫକୀରମୋହନ ଗୋଲେଇ, ଫାଣ୍ଡି ଛକ ଓ କଚେରୀ ଛକ ଦେଇ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ପହଞ୍ଚିଥିଲା । ସେଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମଞ୍ଚର କାର୍ଯ୍ୟକର୍ତ୍ତା ସନ୍ଥ ହିମଗିରୀ ପ୍ରଭୁ, ବିଷ୍ଣୁମୋହନ ପଣ୍ଡା, ପର୍ଶୁରାମ ପରିଡ଼ା, ରଶ୍ମିରଞ୍ଜନ ଦାସ, ଶୁଭ୍ର ସମ୍ବିତ ନାୟକ, ଅଦୈତ୍ୟ ଦାସ ପ୍ରମୁଖ ବକ୍ତବ୍ୟ ରଖିଥିବାବେଳେ ଦୁର୍ଗାମାଧବ ରଥ ସଭା ସଭା ସଂଚାଳନ କରିଥିଲେ । ପରେ ମଞ୍ଚର କାର୍ଯ୍ୟକର୍ତ୍ତାଙ୍କ ଏକ ପ୍ରତିନିଧି ଦଳ ଶ୍ୟାମାନନ୍ଦ ପ୍ରଭୁ, ବିଷ୍ଣୁମୋହନ ପଣ୍ଡା, ଉମାକାନ୍ତ ମହାପାତ୍ର, ଶ୍ରୀନିବାସ ପ୍ରଧାନ, ପ୍ରଭଞ୍ଜନ ପାଢ଼ୀ, ବିଜୟ କୁମାର ଦାସ, ହେରେକୃଷ୍ଣ ଗିରି, ଅଦୈତ୍ୟ ଦାସ, ରଶ୍ମିରଞ୍ଜନ ଦାସ, ଶୁଭ୍ର ସମ୍ବିତ ନାୟକ, ରଶ୍ମିରଞ୍ଜନ ଶତପଥି ଓ ଦୁର୍ଗାମାଧବ ରଥ ପ୍ରମୁଖ ଜିଲ୍ଲାପାଳଙ୍କ ନିକଟକୁ ଯାଇ ଦାବିପତ୍ର ପ୍ରଦାନ କରିଥିଲେ ।

Leave a Reply