କଟକ: କଟକରେ ହିନ୍ଦୁ ସୁରକ୍ଷା ମଞ୍ଚ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ । ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ସୁରକ୍ଷା ମଞ୍ଚ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଶହ ଶହ ସଂଖ୍ୟାରେ ସାଧୁ ସନ୍ଥଙ୍କ ସମେତ ସ୍ୱୟଂ ସେବକ ସଂଘ, ଆର୍ଏସ୍ଏସ୍ର କର୍ମୀମାନେ ଏହି ବିକ୍ଷୋଭ ପ୍ରଦର୍ଶନରେ ସାମିଲ ହୋଇଛନ୍ତି । କଟକ ଗୌରୀ ଶଙ୍କର ପାର୍କ ନିକଟରେ ଏକାଠି ହୋଇଥିଲେ ସମସ୍ତେ । ଏହାପରେ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳ ଯାଏଁ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବାଂଲାଦେଶରେ ସ୍ୱାମୀ ଚିନ୍ମୟ ପ୍ରଭୁ ହିନ୍ଦୁ ମୌଳିକ ଦାବି ନେଇ ଆନ୍ଦୋଳନ କରିଥିବା ବେଳେ ତାଙ୍କୁ ଦେଶଦ୍ରୋହ ମାମଲାରେ ମିଥ୍ୟା ଆରୋପରେ ଜେଲ୍ରେ ବନ୍ଦ କରିଛନ୍ତି । ଯାହାକୁ ବିରୋଧ କରିଛି ହିନ୍ଦୁ ସୁରକ୍ଷା ମଞ୍ଚ । ଓଡିଶା ସମେତ ସାରା ଦେଶରୁ ବାଂଲାଦେଶୀଙ୍କୁ ହଟାଇବା ସହ ଯେଉଁମାନେ ଆମ ରାଷ୍ଟ୍ରରେ ରହି ସ୍ଥାନୀୟ ପରିଚୟ ଓ ସରକାରୀ ସୁବିଧା ପାଉଛନ୍ତି । ସେମାନଙ୍କୁ ହଟାଇବା ପାଇଁ ଦାବି କରିଛି ହିନ୍ଦୁ ସୁରକ୍ଷା ମଞ୍ଚ ।ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛି ହିନ୍ଦୁ ସୁରକ୍ଷା ମଞ୍ଚ । ଯେତେଦିନ ଯାଏଁ ବାଂଲାଦେଶୀଙ୍କୁ ହଟାଯାଇନି, ସେଦିନ ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି କହିଛି ହିନ୍ଦୁ ସୁରକ୍ଷା ମଞ୍ଚ ।