Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ନିଶ୍ଚିହ୍ନ ହୋଇଗଲାଣି ସବୁଜ ପାଚେରି, ଧୋଇଯାଉଛି ମୃତ୍ତିକା: ଉପକୂଳକୁ ମାଡି ଆସୁଛି ସାମୁଦ୍ରିକ ଜୁଆର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ନିଶ୍ଚିହ୍ନ ହୋଇଗଲାଣି ସବୁଜ ପାଚେରି, ଧୋଇଯାଉଛି ମୃତ୍ତିକା: ଉପକୂଳକୁ ମାଡି ଆସୁଛି ସାମୁଦ୍ରିକ ଜୁଆର

ଅସ୍ତରଙ୍ଗ: ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଉପକୂଳକୁ ସୁରକ୍ଷା ହେଉ କି ସାମୁଦ୍ରିକ ଜୁଆରକୁ ରୋକିବା ଦିଗରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ଦେବୀ ନଦୀ ଉପକୂଳରେ ଥିବା ସବୁଜ ପାଚେରୀ କ୍ରମଶଃ ନିଶ୍ଚିହ୍ନ ହୋଇଗଲାଣି । ଏଥିପାଈଁ ଉପକୂଳ ଅଞ୍ଚଳ ପ୍ରତି ବିପଦ ଦେଖାଦେଇଛି । ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ଦେବୀନଦୀ ପାର୍ଶ୍ୱବର୍ତ୍ତୀ ଖଣ୍ଡାସାହି-ଓସିଆଁ ନିକଟବର୍ତ୍ତୀ ବାବା ଧବଳେଶ୍ୱର ପୀଠ, କେଉଟଜଙ୍ଘା ନିକଟସ୍ଥ ବେଲେଶ୍ୱରପୀଠ ସହ ବିଭିନ୍ନ ସ୍ଥାନରେ ମୃତ୍ତିକା ମଧ୍ୟ ଅବକ୍ଷୟ ହେଉଛି । ଏଥିପାଈଁ ଉପକୂଳ ଅଞ୍ଚଳ ପ୍ରତି ବିପଦ ଦେଖାଦେଇଛି । କେତେବେଳେ ସାମୁଦ୍ରିକ ଜୁଆର ଆସି ଚାଷ ଏପରିକି ମୂର୍ତ୍ତିକା ମଧ୍ୟ ଅବକ୍ଷୟ ହେଉଛି । ସବୁଜ ପାଚେରୀ ସୃଷ୍ଟି ଫଳରେ ପ୍ରତିବର୍ଷ ଆସୁଥିବା ପ୍ରାକୃତିକ ବିପର୍ଯୟ ବନ୍ୟା, ବାତ୍ୟା ଆଦିରୁ ସହଜରେ ନ ହେଲେ ବି କେତେକାଂଶରେ ପ୍ରତିହତ କରି ହେଉଥିଲା । ନଦୀ ଓ ସମୁଦ୍ର କୂଳରେ ବନୀ ଜଙ୍ଗଲର ପ୍ରଭାବ ଆମେ ଗତକିଛି ଦିନ ତଳେ ହୋଇଥିବା ବାତ୍ୟାରେ ଦେଖିବାକୁ ପାଇଛେ । ୧୯୬୫ ବାତ୍ୟା, ୧୯୭୧, ୧୯୮୨ ମସିହା ବନ୍ୟା, ବାତ୍ୟା, ୧୯୯୯ ମହାବାତ୍ୟା, ୨୦୧୩ ଫାଇଲିନ୍‌, ୨୦୧୪ ହୁଡହୁଡ, ୨୦୧୮ ତିତିଲି, ୨୦୧୯ ଫନି ଓ ବୁଲବୁଲ, ୨୦୨୦ ଅମ୍ଫାନ, ୨୦୨୧ରେ ୟାସ ଓ ଗୁଲାବ, ୨୦୨୨ରେ ଯୱାଦରେ ମଧ୍ୟ ଏହି ବନୀ ଜଙ୍ଗଲ ଓ ସବୁଜ ପାଚେରୀର ପ୍ରଭାବ ଦେଖିବାକୁ ପାଇଛେ ବୋଲି ଅସ୍ତରଙ୍ଗ ଅଞ୍ଚଳର ପରିବେଶବିତ ତଥା ସମାଜସେବୀ ବିଜୟ କୁମାର ବେହେରା କହିଛନ୍ତି । ତାଙ୍କ ମତରେ ସମୁଦ୍ର, ନଦୀ ତଥା ପ୍ରତି ଗ୍ରାମର ଶେଷ ମୁଣ୍ଡରେ ଯଦି ସବୁଜ ପାଚେରୀ ସୃଷ୍ଟି ଆଳରେ କ୍ରମାନ୍ୱୟରେ କାଇଁଚ, କିଆ, କଣ୍ଟା ବାବୁଲା, କରଞ୍ଜ, ଖଜୁରୀ, ତାଳ ଓ ଝାଉଁ ଗଛ ଲଗାଯାଇପାରିବ ତେବେ ଏହା ବାତ୍ୟା ଓ ବନ୍ୟାର ପ୍ରଭାବରୁ ୭୦ ରୁ ୮୦ପ୍ରତିଶତ କମାଇ ପାରିବା ସହିତ ମୂର୍ତ୍ତିକା ସଂରକ୍ଷଣ ଦିଗରେ ସହାୟକ ହୋଇପାରିବ । ଏହି ସବୁଜ ପାଚେରୀ ମଧ୍ୟରେ ସ୍ଥାନ ପାଇଥିବା ଗଛଗୁଡିକ ଖାଲି ବନ୍ୟା ବାତ୍ୟାରୁ ଆମକୁ ରକ୍ଷା କରିବ ତା ନୁହେଁ ବରଂ ସାମାଜିକ ଅର୍ଥ ବ୍ୟବସ୍ଥାର ମଧ୍ୟ ପ୍ରଭାବ ପକାଇବ । ବେଣା ଗଛରୁ କାଇଁଚ ସଂଗ୍ରହ କରି ବିଭିନ୍ନ ସୌଖୁନି ସାମଗ୍ରୀ ତିଆରି କରି ଅର୍ଥ ଉପାର୍ଜନ କରି ହେବ । କିଆ ଫୁଲର ଚାହିଦା ମଧ୍ୟ ଅଧିକ, ବନ୍ୟା ଓ ବାତ୍ୟା ସମୟରେ କିଆ ଗଛରେ ଜୁଆର ମାଡ଼ ହେଲେ ଜୁଆରର ବଳ ମଧ୍ୟ କମି ଯାଇଥାଏ । ସେହିପରି ଖଜୁରୀ ଗଛର ପତ୍ରରୁ ଛାଞ୍ଚୁଣି, ଆସନ, ତାଳ ଗଛର ପତ୍ରରୁ ଆସନ, ତାଳ କାଠରେ ଘର ତିଆରି ସହିତ ଝାଉଁ ଗଛ କାଠର ଚାହିଦା ମଧ୍ୟ ରହିଛି । ସେହିପରି ସବୁଜ ପାଚେରୀ ମଧ୍ୟରେ ଆସୁଥିବା ସମସ୍ତ ଗଛ ମୂର୍ତ୍ତିକା ସଂରକ୍ଷଣରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଲିଭାଇଥାଏ । ପରିବେଶବିତି ତଥା ସମାଜସେବୀ ଶ୍ରୀ ବିଜୟ ବେହେରା କହିଛନ୍ତି ବାତ୍ୟା ପରେ ରିଲିଫି ସାମଗ୍ରୀକୁ ଯେପରି ଅଗ୍ରାଧିକାର ଦିଆଯାଉଛି । ସେହିଭଳି ବନ୍ୟା, ବାତ୍ୟା ଓ ଲଘୁଚାପରୁ ମୁକ୍ତି ପାଇବାକୁ ହେଲେ ନଦୀ, ସମୁଦ୍ର ଓ ଗ୍ରାମରେ ସବୁଜ ପାଚେରୀ ମାଧ୍ୟମରେ କାଇଁଚ, କିଆ, କଣ୍ଟା ବାବୁଲା, କରଞ୍ଜ, ଖଜୁରୀ, ତାଳ, ଝାଉଁ ଗଛ ଲଗାଇବାକୁ ଅନୁରୋଧ କରିଛନ୍ତି । ଉଭୟ ବନବିଭାଗ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ଏହି ସବୁ ଗଛଲଗାଇବା ଉପରେ ତତ୍ପରତା ଦେଖାଇବାକୁ ଦାବି ହେଉଛି ।

Leave a Reply