ଭଦ୍ରକ ହିନ୍ଦୁ ସୁରକ୍ଷା ମଞ୍ଚ ତରଫରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର

ବାଂଲାଦେଶରେ ହିନ୍ଦୁଙ୍କ ଉତ୍ପୀଡ଼ନ ବିରୋଧରେ ହିନ୍ଦୁ ସମାଜର ଦାବିପତ

ଭଦ୍ରକ : ତା ୬ ଡିସେମ୍ବର, ଭଦ୍ରକ ହିନ୍ଦୁ ସୁରକ୍ଷା ମଞ୍ଚ ତରଫରୁ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍‌ଯରେ ବାଙ୍ଗଲାଦେଶର ହିନ୍ଦୁ ସମାଜ ଉପରେ ବର୍ବରୋଚିତ ଆକ୍ରମଣ ତଥା ଇସ୍କନର ସନ୍ଥ ଚିନ୍ମୟ କୃଷ୍ଣ ଦାସଙ୍କ ଗିରଫଦାରୀ ବିରୋଧରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ଭଦ୍ରକ ଦକ୍ଷିଣେଶ୍ୱରୀ କାଳୀ ମନ୍ଦିର ଠାରୁ ଏକ ବିରାଟ ମଟରସାଇକେଲ ଶୋଭାଯାତ୍ରା ବାହାରି ଚରମ୍ପା ଷ୍ଟେସନ ବଜାର ପରିକ୍ରମା କରି ବାଇପାସ କଚେରୀଛକ ହୋଇ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଥିଲା । ସେଠାରେ ଏକ ପଥପ୍ରାନ୍ତ ସଭା ଶଶାଙ୍କ ଶେଖର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କରାଯାଇଥିଲା । ଭଦ୍ରକର ହିନ୍ଦୁ ସଂଗଠକ ମାନସ ମହାନ୍ତି , ଇସ୍କନର ତେଜସ୍ୱୀ ଗୌର ଦାସ, ଦୁର୍ଗାବାହିନୀର ରାଜ୍ୟ ସଂଯୋଜିକା ସିପ୍ରା ରାଉତ, ବିଶ୍ୱ ହିନ୍ଦୁ ପରିଷଦର ଜିଲ୍ଲାର ସଂପାଦକ ବସନ୍ତ ରାଉତ , ସମାଜ ସେବୀ ପୁର୍ଣ୍ଣ ଚନ୍ଦ୍ର ପାଣି ଆଦି ମନ୍ତବ୍ୟରେକହିଥିଲେ କି ଦୀର୍ଘବର୍ଷ ଧରି ବାଙ୍ଗଲାଦେଶରେ ହିନ୍ଦୁ ସମାଜ ଅତ୍ୟାଚାରିତ ହୋଇ ଚାଲିଛି, ସେଠାରେ ୧୯୪୭ରେ ୨୪ ପ୍ରତିଶତ ଥିଲେ ଏବେ ୬ ପ୍ରତିଶତ ହୋଇ ଗଲେଣି । ଜମାତେ ଉଲ୍ ମୁଜାହୁଦ୍ଦିନ ଓ ଜମାତେ ଇସଲାମୀ ପରି ଆତଙ୍କବାଦୀ ସଂଗଠନ ଗୁଡିକ ହିନ୍ଦୁମାନଙ୍କୁ ଟାର୍ଗେଟ କରିଛନ୍ତି । ଅଗଷ୍ଟ ମାସରେ ସେଖ ହସିନାଙ୍କ ଗାଦିଚ୍ୟୁତ ପରେ ହଜାର ହଜାର ହିନ୍ଦୁମାନଙ୍କୁ ଆକ୍ରମଣ, ହତ୍ୟା, ବଳତ୍କାର କରାଗଲା । ଏବେ ଇସ୍କନର ସନ୍ଥ ଚିନ୍ମୟ କୃଷ୍ଣ ଦାସଙ୍କ ଗିରଫ ସହ ତାଙ୍କର ସଚିବ ଏବଂ ପୂଜକ କେଶବ ଦାସ , ଶ୍ୟାମା ସୁନ୍ଦର ଦାସଙ୍କୁ ମଧ୍‌ଯ ଗିରଫ କରାଯାଇଛି । ଏମାନଙ୍କ ବିଷୟ ସହଯୋଗ ପାଇଁ ମିଡ଼ିଆ ଓ ଓକିଲ ମାନଙ୍କୁ ପ୍ରତିବନ୍ଧିତ କରାଯାଇଛି । ଭାରତରେ କସାବ ପରି ଆତଙ୍କବାଦୀ ପାଇଁ ଗଣ୍ଡା ଗଣ୍ଡା ଓକିଲ ଛିଡା ହେଉଥିଲା ବେଳେ ବାଙ୍ଗଲାଦେଶରେ ସନ୍ଥ ମାନଙ୍କ ପାଇଁ ଓକିଲ ମିଳୁ ନାହାନ୍ତି । ଧନ୍ୟ ଭାଇଚାରା ବୋଲି କୁହାଯାଇଥିଲା । ସେଥିପାଇଁ ଭାରତ ସରକାର ବାଙ୍ଗଲାଦେଶ ସରକାର ଉପରେ ଚାପ ପ୍ରୟୋଗ କରି ହିନ୍ଦୁମାନଙ୍କ ସୁରକ୍ଷା ସହ ଇସ୍କନ ସନ୍ଥ ମାନଙ୍କୁ ମୁକ୍ତ କରାଯିବାକୁ ଦାବିପତ୍ର ଦିଆଯାଇଥିଲା । ସଭା ପରେ ବରିଷ୍ଠ ସଂଗଠକ ବିଜୟ ଭୂଷଣ ନାୟକଙ୍କ ନେତୃତ୍ୱରେ ଶରତ ପରିହାରୀ, ସଞୟ ରାଉତ, ଲକ୍ଷ୍ମୀକାନ୍ତ ମିଶ୍ର, ଜ୍‌ଯୋତିରଞ୍ଜନ ସାହୁ ମଧୁସ୍ମିତା ମହାପାତ୍ର, ସଭାପତି ପ୍ରସନ୍ନ ଷଡ଼ଙ୍ଗୀ, ମାନସ ମହାନ୍ତି ପ୍ରମୁଖ ପ୍ରତିନିଧିଦଳ ଜିଲ୍ଲାପାଳଙ୍କୁ ଭେଟି ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *