ନୂଆଦିଲ୍ଲୀ: ବୈଦେଶିକ ସଚିବ ବିକ୍ରମ ମିସ୍ରି ଆସନ୍ତା ୯ ତାରିଖରେ ବାଂଲାଦେଶ ଗସ୍ତରେ ଯିବେ । ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର ବୃଦ୍ଧି ପାଉଥିବାବେଳେ ବୈଦେଶିକ ସଚିବଙ୍କ ଗସ୍ତ ଅନେକ ଗୁରୁତ୍ୱ ବହନ କରୁଛି । ତେବେ ସଚିବ ଫରେନ ଅଫିସ କନସଲଟେସନ ଲାଗି ବାଂଲାଦେଶ ଯାଉଥିବା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଏହି ସମୟରେ ସେ ବାଂଲାଦେଶ ପ୍ରତିପକ୍ଷଙ୍କ ସହିତ ମଧ୍ୟ ଆଲୋଚନା କରିବେ । ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଆକ୍ରମଣକୁ ନେଇ ମନ୍ତ୍ରଣାଳୟ କହିଛି ଯେ, ଆମେ ଏହି ପ୍ରସଙ୍ଗରେ ପୂର୍ବରୁ ମଧ୍ୟ ଆଲୋଚନା କରିସାରିଛୁ । ବାଂଲାଦେଶରେ ଚାଲିଥିବା ପ୍ରାସଙ୍ଗିକ ଆଇନଗତ ପ୍ରକ୍ରିୟାଗୁଡ଼ିକ ନିରପେକ୍ଷ ଭାବେ କାର୍ଯ୍ୟକାରୀ କରାଯିବ ବୋଲି ଆମର ଆଶା ରହିଛି ।