Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
କାନାଡାରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ ଖାଲିସ୍ତାନୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

କାନାଡାରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ ଖାଲିସ୍ତାନୀ


ବିଦେଶରେ ଖାଲିସ୍ତାନୀଙ୍କର ଭାରତ ବିରୋଧୀ ଗତିବିଧି ଲଗାତାର ବୃଦ୍ଧି ପାଇବାରେ ଲାଗିଛି । ଏବେ ଖାଲିସ୍ତାନ ସମର୍ଥକ କାନାଡାରେ ମହାତ୍ମା ଗାନ୍ଧୀଙ୍କ ମୂର୍ତ୍ତି ଭାଙ୍ଗିଦେବା ସହ ଏହା ଉପରେ ସ୍ପ୍ରେ ପେଣ୍ଟ ଦ୍ୱାରା ଭାରତ ଏବଂ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ନାରା ମଧ୍ୟ ଲେଖିଛନ୍ତି । ରିପୋର୍ଟ ଅନୁସାରେ, ଖାଲିସ୍ତାନୀମାନେ ଭାରତର ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ମୂର୍ତ୍ତି ଉପରେ ବହୁ ଆପତ୍ତିଜନକ କଥା ମଧ୍ୟ ଲେଖିଛନ୍ତି । ଘଟଣା ଗତ ଗୁରୁବାର ଦିନ ହୋଇଥିବା କୁହାଯାଉଛି । ମହାତ୍ମା ଗାନ୍ଧୀଙ୍କ ମୂର୍ତ୍ତି ଉପରେ ଖାଲିସ୍ତାନୀ ନିଜ ପତାକା ମଧ୍ୟ ଲଗାଇଥିଲେ । ଏହି ୬ ଫୁଟ ଉଚ୍ଚ ମୂର୍ତ୍ତିକୁ ୨୦୧୨ ମସିହାରେ ଭାରତ ସରକାର ଉପହାରଭାବେ କାନାଡାକୁ ଦେଇଥିଲେ । ଯାହାକୁ ସେଠାରେ ଅଣ୍ଟୋରିୟୋ ପ୍ରଦେଶର ହେମିଲଟନ ସହରର ସିଟି ହଲରେ ଲଗାଯାଇଥିଲା । ଗୁରୁବାର ଖାଲିସ୍ତାନୀ ସମର୍ଥକ ପ୍ରଦର୍ଶନ ମଧ୍ୟ କରିଥିଲେ । ଏହାପରେ କାନାଡା ସରକାର ଖାଲିସ୍ତାନୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭାରତ ସରକାର ପ୍ରତିଶ୍ରୁତି ଦେଇଛନ୍ତି ।

Leave a Reply