୬ ଗୋରୁଗାଡ଼ ଜବତ, ଦଲାଲ୍ ଫେରାର

୬ ଗୋରୁଗାଡ଼ ଜବତ, ଦଲାଲ୍ ଫେରାର୍
ତେଲକୋଇ, ୪/୧୨ :ବେଆଇନ ଗୋ ଚାଲାଣ ବେଳେ ତେଲକୋଇ ପୁଲିସ ଚଢ଼ାଉ କରି ୬ ଗୋରୁ ବୋଝେଇ ଗାଡ଼ି ଜବତ କରିବା ସହିତ ୪୦ ଗୋରୁ ଉଦ୍ଧାର କରିଛି । ଗୋଟିଏ ଗୋରୁ ମୃତ ଅବସ୍ଥାରେ ଉଦ୍ଧାର ହୋଇଥ‌ିବା ବେଳେ ଗୋ ମାଫିଆ ଫେରାର ହୋଇ ଯାଇଛନ୍ତି। ସୂଚନା ଅନୁସାରେ ମଙ୍ଗଳ ବାର ବିଳମ୍ବିତ ରାତିରେ ତେଲକୋଇ ଥାନା ଛାମୁଣ୍ଡା ଗ୍ରାମ ନିକଟରେ ୮ଟି ପିକଅପ ଭ୍ୟାନରେ ଗୋ ବୋଝେଇ ହୋଇ ବେଆଇନ ଚାଲାଣ ହେଉଥିବା ଖବର ପାଇ ତେଲକୋଇ ଥାନା ଆଇଆଇସି ସୁଶାନ୍ତ କୁମାର ପରିଡ଼ାଙ୍କ ନେତୃତ୍ଵରେ ଚଢାଉ କରାଯାଇଥିଲା। ପୁଲିସ ୬ଟି ଭ୍ୟାନକୁ ଜବତ କରିବାରେ ସକ୍ଷମ ହୋଇଥିବା ବେଳେ ଆଉ ଦୁଇଟି ଭ୍ୟାନ ପଳାଇ ଯାଇଥିଲା। ଜବତ ହୋଇଥିବା ଗାଡ଼ିର ଚାଳକ ମଧ୍ୟ ଘଟଣା ସ୍ଥଳରୁ ଖସି ଯାଇଥିଲେ। ପୁଲିସ ଗାଡ଼ିକୁ ଜବତ କରି ୩୧୬/୨୪ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଅପରପକ୍ଷରେ ତେଲକୋଇ ଥାନା ଅଧୀନ ତେଲକୋଇ ବଜାର ଅଞ୍ଚଳ ଓ ଜଗମୋହନ ପୁର ସ୍ଥିତ ୪୯ ନମ୍ବର ଜାତୀୟ ରାଜପଥ ଦେଇ ଦୈନିକ ବ୍ୟାପକ ମାତ୍ରାରେ ବେଆଇନ ଗୋ ଚାଲାଣ ହେଉଥ‌ିବା ବାରମ୍ବାର ଅଭିଯୋଗ ହେଉଛି।

Leave a Reply

Your email address will not be published. Required fields are marked *