ବୈଜ୍ଞାନିକଙ୍କ ଠାରୁ ବି ଅଧିକ ଏହି ବାଳକର IQ, ଜାଣନ୍ତୁ କିଏ ସେ ?

ନୂଆଦିଲ୍ଲୀ: କେହି ଛୋଟ ପିଲାକୁ ଯଦି କୌଣସି ପୁସ୍ତକ ପଢ଼ିବାକୁ ଦିଆଯାଏ, ତେବେ ହୁଏତ ତାକୁ ଉକ୍ତ ବହିକୁ ସାରିବାକୁ କିଛି ଦିନ ଲାଗିପାରେ, କିମ୍ବା ତା’ଠାରୁ ଅଧିକ। ଅବଶ୍ୟ ଏହା ନିର୍ଭର କରିଥାଏ ପିଲାର ମସ୍ତିଷ୍କ ଉପରେ। ପିଲାଟି କେତେ ଶୀଘ୍ର ସବୁ ମନେ ରଖିପାରୁଛି। ହେଲେ ଆଜି ଆମେ ଏଭଳି ଜଣେ ବିସ୍ମୟ ବାଳକ ବିଷୟରେ ଜାଣିବା ଯିଏକି ମାତ୍ର ତିନି ଘଣ୍ଟାରେ ପୂରା ଗଣିତ ବହିହିଁ ଶେଷ କରିଦେଇଥିଲେ । ତାହାବି ମାତ୍ର ଚାରି ବର୍ଷ ବୟସରେ । ଖାଲି ସେତିକି ନୁହେଁ ମାତ୍ର ୮ ବର୍ଷ ବୟସରେ ସେ ଗୋଟିଏ ଦିନରେ ହିଁ ଏକାଦଶ ଶ୍ରେଣୀର ପାଠ୍ୟକ୍ରମ ଶେଷ କରିଥିଲେ। ଆଉ ଏହି ଭାରତୀୟ ବାଳକଙ୍କୁ ନେଇ ଏବେ ଖୁବ୍ ଚର୍ଚ୍ଚା ।  

ଦକ୍ଷିଣ ଲଣ୍ଡନର ହନସ୍ଲୌର ରହୁଥିବା ଏହି ଭାରତୀୟ ବଂଶୋଦ୍ଭବଙ୍କ ନାଁ କ୍ରିଷ ଅରୋରା। ୧୦ ବର୍ଷୀୟ କ୍ରିଷଙ୍କ ବିଚକ୍ଷଣ ଶକ୍ତି ବିଷୟରେ ଜାଣି ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଥିବେ । ବଡ଼ କଥା ହେଲା ଏକ ପରୀକ୍ଷାରେ ତାଙ୍କ ଆଇକ୍ୟୁ ସ୍କୋର ୧୬୨ ରେକର୍ଡ ହେବା ପରେ ଏବେ ସେ ଷ୍ଟିଫେନ ହକିଙ୍ଗ ଏବଂ ଆଲବର୍ଟ ଆଇନଷ୍ଟାଇନଙ୍କ ଭଳି ଜିନିୟସଙ୍କୁ ମଧ୍ୟ ପଛରେ ପକାଇଛନ୍ତି।

କ୍ରିଷ ଏବେ ଦୁନିଆର ୧ ପ୍ରତିଶତ ସବୁଠୁ ଚତୁର ଲୋକଙ୍କ ମଧ୍ୟରେ ସାମିଲ ହୋଇଛନ୍ତି। ନିକଟରେ କ୍ରିଷ ମେନସା ସୋସାଇଟିରେ ମଧ୍ୟ ସ୍ଥାନ ପାଇଛନ୍ତି। ଏହି ସୋସାଇଟିରେ ବ୍ୟକ୍ତିଗତ ଭାବରେ ଅଧିକ ଆଇକ୍ୟୁ ଥିବା ଲୋକ ରହିଛନ୍ତି। କ୍ରିଷଙ୍କଙ୍କ ମାଆ ମାଉଲି ଏବଂ ବାପା ନିଶ୍ଚଲ ଦୁହେଁ ଇଞ୍ଜିନିୟରି। 

କ୍ରିଷଙ୍କ ବିଷୟରେ କହିଲେ, ଖୁବ୍ କମ୍ ବୟସରୁ ତାଙ୍କର ବିଚକ୍ଷଣ କ୍ଷମତା ଦେଖିବାକୁ ମିଳିଥିଲା। ୪ ବର୍ଷ ବୟସରେ ସେ ପ୍ରାଞ୍ଜଳ ଭାବରେ ପଢ଼ିବା ସହ କଠିନ ଗଣିତର ମଧ୍ୟ ଅତି ସହଜରେ ସମାଧାନ କରିପାରୁଥିଲେ । ତାଙ୍କ ମାଆ ମାଉଲି କହିଛନ୍ତି, କ୍ରିଷ ଚାରି ବର୍ଷର ହୋଇଥିବାବେଳେ ତିନି ଘଣ୍ଟାରେ ଗୋଟିଏ ଗଣିତ ବହି ଶେଷ କରିଦେଇଥିଲେ। ସେହିଭଳି ଯେତେବେଳେ ୮ ବର୍ଷର ହୋଇଥିଲେ କ୍ରିଷ ଏକାଦଶ ଶ୍ରେଣୀର ପୂରା ପାଠ୍ୟକ୍ରମକୁ ଗୋଟିଏ ଦିନରେ ହିଁ ସାରିଦେଇଥିଲେ। ଆସନ୍ତା ବର୍ଷ ସେପ୍ଟେମ୍ବରରେ କ୍ରିଷ ୟୁକେର ପ୍ରସିଦ୍ଧ ଗ୍ରାମାର ସ୍କୁଲ କ୍ବିନ ଏଲିଜାବେଥ ସ୍କୁଲରେ ଯୋଗଦେବାକୁ ଯାଉଛନ୍ତି। 

ତେବେ କେବଳ ପାଠପଢ଼ା  ହିଁ ନୁହେଁ, କ୍ରିଷ ଗୀତ ଗାଇବାରେ ମଧ୍ୟ ପାରଙ୍ଗମ। ପିଆନୋ ବଜାଇବାରେ ପୁରସ୍କୃତ ହେବା ସହ ଟ୍ରିନିଟ କଲେଜ ତରଫରୁ ହଲ୍ ଅଫ୍‌ ଫେମରେ ସ୍ଥାନ ପାଇଛନ୍ତି। ପିଆନୋର ୪ ଗ୍ରେଡ ମଧ୍ୟ ସେ କେବଳ ୬ ମାସରେ ସାରିଥିଲେ।

ଏସବୁ ପରେବି କ୍ରିଷ କୁହନ୍ତି ସେ କେବେବି ଭୟ କରନ୍ତିନି, କାରଣ ସେ ଜାଣିଛନ୍ତି ସେ କିଛିବି ଖରାପ କରିବେନି। ସେ କୁହନ୍ତି ଏକାଦଶ ଶ୍ରେଣୀର ପରୀକ୍ଷା ଖୁବ୍ ସହଜ। ତେବେ ନୂଆ ସ୍କୁଲକୁ ଯିବା ନେଇ ସେ ଖୁବ୍‌ ଉତ୍ସାହିତ ଅଛନ୍ତି, ଏବଂ ନୂଆ ସ୍କୁଲରେ ମିଳିବାକୁ ଥିବା ଚାଲେଞ୍ଜ ଖୁବ୍ ରୋମାଞ୍ଚକର ହେବ ବୋଲି ମଧ୍ୟ କହିଛନ୍ତି। କ୍ରିଷ ଆହୁରି କହିଛନ୍ତି ପ୍ରାଇମେରୀରେ କିଛି ଶିଖିବାକୁ ମିଳିନଥିଲା। ସେଠାରେ ଦିନ ସାରା କେବଳ ମଲ୍ଟିପ୍ଲିକେସନ ଏବଂ ବାକ୍ୟ ଗଠନ କରିବାକୁ କୁହାଯାଉଥିଲା। ଯେତେବେଳେକି ମତେ ଆଲଜେବ୍ରା କରିବାକୁ ପସନ୍ଦ।’’

Leave a Reply

Your email address will not be published. Required fields are marked *