‘ସିନ୍ଧୁଦେଶ’ ମୁକ୍ତି ଆନ୍ଦୋଳନ ତେଜିଲା

ହାଇଦ୍ରାବାଦ(ପାକିସ୍ତାନ): ସ୍ବତନ୍ତ୍ର ବାଲୁଚିସ୍ତାନ ରାଷ୍ଟ୍ର ଗଠନ ପାଇଁ ଆନ୍ଦୋଳନ ଚାଲିଥିବା ବେଳେ ସ୍ବତନ୍ତ୍ର ସିନ୍ଧୁଦେଶ ନିମନ୍ତେ ଆନ୍ଦୋଳନ ଆରମ୍ଭ ହୋଇଛି। ଆଜି ସିନ୍ଧୁ ଜାତୀୟ ସାଂସ୍କୃତିକ ଦିବସରେ ସ୍ବତନ୍ତ୍ର ରାଷ୍ଟ୍ର ଗଠନ ପାଇଁ ଦାବି କରାଯାଇଛି। ଆଜି ସିନ୍ଧୁ ସାଂସ୍କୃତିକ ଦିବସ ପାଳିତ ହୋଇଥିଲା। ଏହି ଅବସରରେ ପାକିସ୍ତାନ ଛାଡ଼ି ଜର୍ମାନୀରେ ଶରଣ ନେଇଥିବା ଜୟ ସିନ୍ଧ ମୁତ୍ତାହିଦା ମହଜ୍‌ (ଜେଏସ୍‌ଏମ୍‌ଏମ୍‌)ର ଅଧ୍ୟକ୍ଷ ଶାଫି ବୁରଫାତ୍‌ ଅଭାସୀ ମାଧ୍ୟମରେ ଉପସ୍ଥିତ ଲୋକଙ୍କୁ ସମ୍ବୋଧିତ କରିଥିଲେ। ନିଜର ଅଭିଭାଷଣରେ ସେ ସ୍ବତନ୍ତ୍ର ‘ସିନ୍ଧୁଦେଶ’ ଗଠନ କରିବାକୁ ଆହ୍ବାନ ଦେଇଛନ୍ତି।

ବିନା ସ୍ବାଧୀନତାରେ ସଂସ୍କୃତି ଓ ଇତିହାସକୁ ସୁରକ୍ଷିତ ରଖିହେବ ନାହିଁ, ଏଣୁ ନିଜର ଐତିହାସିକ ଓ ରାଜନୈତିକ ପରିଚୟକୁ ପୁନଃପ୍ରତିଷ୍ଠା କରିବାକୁ ସେ ଜନସାଧାରଣକୁ କହିଛନ୍ତି। ଏହା ସହ ‘ତୁହଞ୍ଜୋଦେଶ ମୁହଞ୍ଜୋଦେଶ ସିନ୍ଧୁଦେଶ ସିନ୍ଧୁଦେଶ’ (ତୁମର ଦେଶ ମୋର ଦେଶ ସିନ୍ଧୁଦେଶ)ର ସ୍ଲୋଗାନ୍‌ ଦେଇଥିଲେ। ଏହାକୁ ନେଇ ସଂପ୍ରତି ପାକିସ୍ତାନରେ ରାଜନୈତିକ ହଇଚଇ ସୃଷ୍ଟି ହୋଇଛି। ତେବେ ପାକିସ୍ତାନ ପ୍ରଶାସନ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ।

Leave a Reply

Your email address will not be published. Required fields are marked *