Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କଳାହାଣ୍ଡି ତରଫରୁ ଧର୍ମଗଡ଼ ଠାରେ ପୂର୍ଣ୍ଣ ସରକାରୀ ମାନ୍ୟତା ପ୍ରାପ୍ତ ସ୍ୱୟଂ ଶାସିତ ମହାବିଦ୍ୟାଳୟ କରିବା ପାଇଁ ଏକ ଛାତ୍ର ଆନ୍ଦୋଳନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କଳାହାଣ୍ଡି ତରଫରୁ ଧର୍ମଗଡ଼ ଠାରେ ପୂର୍ଣ୍ଣ ସରକାରୀ ମାନ୍ୟତା ପ୍ରାପ୍ତ ସ୍ୱୟଂ ଶାସିତ ମହାବିଦ୍ୟାଳୟ କରିବା ପାଇଁ ଏକ ଛାତ୍ର ଆନ୍ଦୋଳନ


ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ସୁଦୃଢ଼ ଅବସ୍ଥାରେ ନାହିଁ । ଏକ ମାତ୍ର ବିଶ୍ୱବିଦ୍ୟାଳୟ ଥିବା ସହିତ ପୂର୍ଣ୍ଣ ସରକାରୀ ମାନ୍ୟତା ପ୍ରାପ୍ତ ମହାବିଦ୍ୟାଳୟ ମଧ୍ୟ ନାହିଁ । ତେଣୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କଳାହାଣ୍ଡି ତରଫରୁ ଧର୍ମଗଡ଼ ଠାରେ ପୂର୍ଣ୍ଣ ସରକାରୀ ମାନ୍ୟତା ପ୍ରାପ୍ତ ସ୍ୱୟଂ ଶାସିତ ମହାବିଦ୍ୟାଳୟ କରିବା ପାଇଁ ଏକ ଛାତ୍ର ଆନେ୍ଦାଳନ କରିଛି । ପୂର୍ଣ୍ଣ ସରକାରୀ ମାନ୍ୟତା ପ୍ରାପ୍ତ ମହାବିଦ୍ୟାଳୟ ଘୋଷଣା ହେଲେ ମହାବିଦ୍ୟାଳୟରେ ଫି’ର ମୂଲ୍ୟ କମିବା ସହିତ ଗରିବ ବିଦ୍ୟାର୍ଥୀ ମାନେ ମଧ୍ୟ ପାଠ ପଢିବା ପାଇଁ ସୁଯୋଗ ପାଇବେ ବୋଲି ଏବିଭିପି ତରଫରୁ ଏହି ଆନେ୍ଦାଳନରେ କୁହା ଯାଇଥିଲା । ଧର୍ମଗଡ ପଞ୍ଚାୟତ ମହାବିଦ୍ୟାଳୟକୁ ସ୍ୱୟଂଶାସିତ ମହାବିଦ୍ୟାଳୟ ମାନ୍ୟତା ପ୍ରଦାନ ପାଇଁ ଏକ ଶୋଭାଯାତ୍ରା କଲେଜ ଛକରୁ ଆରମ୍ଭ ହୋଇ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା । ଧର୍ମଗଡ ପଞ୍ଚାୟତ ମହାବିଦ୍ୟାଳୟକୁ ପୂର୍ଣ୍ଣ ସରକାରୀ ମାନ୍ୟତା ଓ ଏହାକୁ ସ୍ୱୟଂଶାସିତ ଘୋଷଣା, ଖାଲି ଥିବା ଅଧ୍ୟାପକ ନିଯୁକ୍ତି, ବିଜ୍ଞାନ ଓ କଳା ବିଷୟ ଗୁଡିକରେ ସ୍ନାତକ ଖୋଲିବା, ଛାତ୍ର ଆବାସ ଓ ଛାତ୍ରୀ ନିବାସର ନିର୍ମାଣ ଭଳି ଅନେକ ଦାବିରେ ବିଦ୍ୟାର୍ଥୀ ମାନେ ରଣ ହୁଙ୍କାର କରିଥିଲେ । ଏହା ପରେ ଏକ ୮ ଦଫା ଦାବି ଧର୍ମଗଡ ଉପ ଜିଲ୍ଲାପାଳଙ୍କୁ ପ୍ରଦାନ କରା ଯାଇଥିଲା । ଏହି ଆନେ୍ଦାଳନର ନେତୃତ୍ୱ ଏବିଭିପିର ଜିଲ୍ଲା ସଂଯୋଜକ ତନ୍ମୟ ବିଶି, ଧର୍ମଗଡ଼ ନଗର ସହ ସମ୍ପାଦକ ଅଭିମନୁ୍ୟ ଧଙ୍ଗଡାମାଝୀ, ଧର୍ମଗଡ ବ୍ଲକ ସଂଯୋଜକ ରଶ୍ମି ରଞ୍ଜନ ଭାଟି ନେଇଥିଲେ । ଏହା ସହିତ ଲିଙ୍ଗେଶ୍ୱର୍ ଜାଲ, ହିମାଂଶୁ, ମୁକେଶ ହଂସ, ଶୁଭମ୍ ନାଏକ, ଲୋକନାଥ, ସୁଜିତ, ଆକାଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଆନେ୍ଦାଳନ ଦ୍ୱାରା ସରକାର ଓ ପ୍ରଶାସନ ଚେତିବା ସହିତ ଧର୍ମଗଡ଼ରେ ଶିକ୍ଷା ସୁରକ୍ଷା ଓ ରୋଜଗାରର ବିକାଶ ପାଇଁ ଧ୍ୟାନ ଦିଅନ୍ତୁ ନଚେତ ଆଗାମୀ ଦିନରେ ବିଶାଳ ଛାତ୍ର ଆନେ୍ଦାଳନ ହେବ ବୋଲି ଏବିଭିପିର ଜିଲ୍ଲା ସଂଯୋଜକ ତନ୍ମୟ ବିଶି ନିଜର ମତ ରଖିଛନ୍ତି

Leave a Reply