ବେଆଇନ ଗୋ’ ଚାଲାଣ ଉପରେ ଚଢ଼ଉ ଜାରି-ରକ୍ତ ଚାଉଳ ଚୋବାଉଛନ୍ତି ଚୋରା ବେପାରୀ

ବେଆଇନ ଗୋ’ ଚାଲାଣ ଉପରେ ଚଢ଼ଉ ଜାରି-ରକ୍ତ ଚାଉଳ ଚୋବାଉଛନ୍ତି ଚୋରା ବେପାରୀ
ତିହିଡ଼ି,୨୯/୧୧: ବେଆଇନ ଗୋ ଚାଲାଣ ଉପରେ ଭଦ୍ରକ ଆରକ୍ଷୀ ଅଧୀକ୍ଷକ ଶୂନ୍ୟ ସହନଶୀଳତା ନୀତିକୁ ସାଧାରଣରେ ପ୍ରଶଂସା
କରାଯାଇଛି । ଅପରପକ୍ଷରେ ବେପାରୀମାନେ ପୁଲିସ ଉପରେ ଗାଡ଼ି ଚଢ଼ାଇଦେବା ଭଳି ଘଟଣା ନଜରକୁ ଆସିଛି। ଏସ୍‌ପିଙ୍କ ନିର୍ଦେଶକ୍ରମେ ଚାନ୍ଦବାଲି ଆଡୁ ଭଦ୍ରକ ଅଭିମୁଖେ ଯାଉଥ‌ିବା ଏକ ବେଆଇନ ଗୋରୁ ବୋଝେଇ ପିକ୍‌ଅପ ଭ୍ୟାନକୁ ମଙ୍ଗଳବାର ଏସ୍‌ଆଇ କମଳାକାନ୍ତ ଶତପଥୀ ଷ୍ଟପ ବୋର୍ଡ଼ ସାହାଯ୍ୟରେ ଅଟକାଇବାକୁ ଚେଷ୍ଟା କରିଥିଲେ। ହଠାତ ଗାଡ଼ିଟି ତାଙ୍କ ଆଡ଼କୁ ମାଡ଼ିଆସିବାରୁ ସେ ଡେଇଁ ପଡ଼ି ଅଳ୍ପକେ ରକ୍ଷା ପାଇଥିଲେ। ଏହି ସମୟରେ
ଗାଡ଼ିଟି ଖସି ପଳାଇଥିଲା। ଏ ନେଇ ଏକ ମାମଲା ରୁଜୁ ହୋଇଥିଲେ ହେଁ ଗାଡ଼ିର କୌଣସି ସନ୍ଧାନ ମିଳି ନାହିଁ ।

Leave a Reply

Your email address will not be published. Required fields are marked *