ଇସ୍କନ ସାଧୁ ଚିନ୍ମୟ ଦାସଙ୍କ ସମେତ ୧୭ ଜଣଙ୍କ ବ୍ୟାଙ୍କ ଆକାଉଣ୍ଟରୁ ନେଣଦେଣ ଉପରେ ୩୦ ଦିନ ପାଇଁ ରୋକ୍

ଢାକା: ଇସ୍କନ ସାଧୁ ଚିନ୍ମୟ କୃଷ୍ଣ ଦାସଙ୍କ ଗିରଫଦାରୀକୁ ନେଇ ଭାରତ ସମେତ ସମଗ୍ର ବିଶ୍ବର ବିରୋଧର ସ୍ବର ଉଠୁଥିବାବେଳେ ତାହାର ପ୍ରଭାବ ବାଂଲାଦେଶ ସରକାରଙ୍କ ଉପରେ ପଡୁନାହିଁ । ଏବେ ଚିନ୍ମୟ ଦାସଙ୍କ ସମେତ ୧୭ ଜଣଙ୍କ ବ୍ୟାଙ୍କ ଆକାଉଣ୍ଟରୁ ନେଣଦେଣ ଉପରେ ୩୦ ଦିନ ପାଇଁ ରୋକ୍ ଲଗାଇବାକୁ ବାଂଲାଦେଶର ଆର୍ଥିକ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି।

ଶୁକ୍ରବାର ବଂଲାଦେଶର ଗଣମାଧ୍ୟମରେ ଏହି ସୂଚନା ପ୍ରକାଶ ପାଇଛି। ‘ପ୍ରଥମ ଆଲୋ’ ଖବରକାଗଜର ରିପୋର୍ଟ ଅନୁଯାୟୀ, ବାଂଲାଦେଶ ବ୍ୟାଙ୍କର ଫାଇନାନ୍ସିଆଲ ଇଣ୍ଟେଲିଜେନ୍ସ ୟୁନିଟ୍ (ବିଏଫ୍ଆଇୟୁ) ବିଭିନ୍ନ ବ୍ୟାଙ୍କ ଏବଂ ଆର୍ଥିକ ଅନୁଷ୍ଠାନକୁ ଏହି ଆକାଉଣ୍ଟରୁ ସମସ୍ତ ପ୍ରକାର କାରବାରକୁ ଏକ ମାସ ପାଇଁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛି। 

ବିଏଫ୍ଆଇୟୁ ବିଭିନ୍ନ ବ୍ୟାଙ୍କ ଏବଂ ଆର୍ଥିକ ଅନୁଷ୍ଠାନଗୁଡ଼ିକୁ ତିନି କାର୍ଯ୍ୟଦିବସ ମଧ୍ୟରେ ଏହି ବ୍ୟାଙ୍କ ଆକାଉଣ୍ଟ ସମ୍ବନ୍ଧୀୟ ସୂଚନା ପଠାଇବାକୁ ଅନୁରୋଧ କରିଛି। ଏଥିରେ ସମସ୍ତ ପ୍ରକାର ବ୍ୟବସାୟରେ ଏହି ୧୭ ଜଣ ବ୍ୟକ୍ତିଙ୍କ ମାଲିକାନାରେ ଥିବା ସମସ୍ତ ଆକାଉଣ୍ଟର କାରବାର ବିବରଣୀ ଅନ୍ତର୍ଭୁକ୍ତ । ବାଂଲାଦେଶ ସମନ୍ବିତ ସନାତନୀ ଜାଗରଣ ଜ୍ୟୋତିର ମୁଖପାତ୍ର ଚିନ୍ମୟ କ୍ରିଷ୍ଣା ଦାସଙ୍କୁ ଦେଶଦ୍ରୋହ ମାମଲାରେ ସୋମବାର ଢାକାର ହଜରତ ଶାହଜାଲାଲ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଗିରଫ କରାଯାଇଛି।

Leave a Reply

Your email address will not be published. Required fields are marked *