Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
କୁଖ୍ୟାତ ଠକ ଅବଦୁଲ ସଲିମ୍ ଗିରଫ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

କୁଖ୍ୟାତ ଠକ ଅବଦୁଲ ସଲିମ୍ ଗିରଫ


କଟକ,୨୮ ।୧୧: ମୁମ୍ବଇ ସାଇବର ଅପରାଧ ଶାଖା ଏବଂ ଟେଲିକମ୍ ବିଭାଗର ଅଧିକାରୀ କହୁଛୁ । ତୁମ ଆଧାର କାର୍ଡରେ ଏକ ଅଜଣା ମୋବାଇଲ ନମ୍ବର ସଂଯୋଗ ହୋଇଛି। ବେଆଇନ ଅସ୍ତ୍ରଶସ୍ତ୍ର କାରବାର, ଧଳା ଜହର ଚାଲାଣ ସହ ମହାରାଷ୍ଟ୍ରରେ ବହୁ ଲୋକଙ୍କୁ ଧମକ ଦେବା ଭଳି କାର୍ଯ୍ୟରେ ଏହି ମୋବାଇଲ ନମ୍ବରକୁ ବ୍ୟବହାର କରାଯାଇଛି । ଏଥିପାଇଁ ତୁମକୁ ଗିରଫ କରାଯିବା ସହ ୩ ରୁ ୭ ବର୍ଷ ପର୍ଯ୍ୟନ୍ତ ଜେଲ ଯିବାକୁ ହେବ ବୋଲି କଲ୍ କରି ଜଣେ ବରିଷ୍ଠ ନାଗରିକଙ୍କୁ ଭୟଭୀତ କରାଇବା ସହ ତାଙ୍କ ନିକଟରୁ କୋଟିଏ ଟଙ୍କା ଠକି ନେଇଛନ୍ତି ସାଇବର ଠକ। ବ୍ରହ୍ମପୁର ଅଞ୍ଚଳର ଅଶୋକ କୁମାର ବେହେରା ଏଭଳି ଠକାମିର ଶିକାର ହୋଇଥିବାବେଳେ କ୍ରାଇମବ୍ରାଞ୍ଚ ଏହାର ତଦନ୍ତ କରି ଜଣେ ଠକକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଉଛି, ତେଲେଙ୍ଗାନାର ଯେଲୋମାଗୁଟା ଅଞ୍ଚଳର ଅବଦୁଲ ସଲିମ୍ (୩୩) । ତା ନିକଟରୁ ମୋବାଇଲ ସମେତ ୩ଟି ଭାରତୀୟ ସିମ୍, ଗୋଟିଏ ସାଉଦି ଆରବର ସିମ୍ କାର୍ଡ ଏବଂ ହାଇଦରାବାଦର ଏକ ବ୍ୟାଙ୍କ ପାସବୁକ୍ ଓ ୬ଟି ଡେବିଟ୍ କାର୍ଡ ଜବତ କରାଯାଇଛି।
ବ୍ରହ୍ମପୁର ଅଞ୍ଚଳର ଅଶୋକ କୁମାର ବେହେରାଙ୍କୁ ଗିରଫର ଭୟ ଦେଖାଇ ଠକ ତାଙ୍କ ନିକଟରୁ ଯାଞ୍ଚ ନିମନ୍ତେ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ନେଇଥିଲେ। ଯାଞ୍ଚ ପାଇଁ ସମସ୍ତ ଅର୍ଥ ହସ୍ତାନ୍ତର କରିବାକୁ କହିବା ସହ ପରେ ଏହା ଫେରସ୍ତ କରିଦିଆଯିବ ବୋଲି କହିଥିଲେ। ବରିଷ୍ଠ ନାଗରିକ ଜଣକ ଭୟଭୀତ ଅବସ୍ଥାରେ ପ୍ରାୟ କୋଟିଏ ଟଙ୍କା ଦେଇଥିଲେ । ହେଲେ ଏହା ପରେ ଆଉ ଟଙ୍କା ଫେରସ୍ତ ହୋଇନଥିଲା। ମାମଲା ରୁଜୁ ପରେ କ୍ରାଇମବ୍ରାଞ୍ଚ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଥିଲା। ଇନ୍ସିପେକ୍ଟର ଅବନ୍ତିମଣି ନାୟକଙ୍କ ନେତୃତ୍ବର ଏକ ଟିମ୍ ଟଙ୍କା କାରବାର ତଥ୍ୟରୁ ଅଭିଯୁକ୍ତକୁ ଚିହ୍ନଟ କରିପାରିଥିଲା । ସେଠାକୁ ଯାଇ ତାକୁ ଗିରଫ କରିବା ସହ ପ୍ରଥମେ ତେଲେଙ୍ଗାନାର ସ୍ଥାନୀୟ ଅଦାଲତରେ ହାଜର କରିଥିଲା ଏବଂ ରିମାଣ୍ଡରେ ଓଡ଼ିଶାକୁ ଅଣାଯାଇଥିଲା। ଜବତ କାଗଜପତ୍ରରେ ଜଣାପଡ଼ିଥିଲା ଯେ, ଅଭିଯୁକ୍ତ ୨୦୧୭ ଏବଂ ୨୦୨୪ରେ ୨ ଥର ସାଉଦି ଆରବ ଯାଇଥିଲା। ଯେଉଁ ଆକାଉଣ୍ଟକୁ ଟଙ୍କା କାରବାର ହୋଇଥିଲା, ତାହା ପୂର୍ବରୁ ୧୩ ଟି ସାଇବର ଅପରାଧରେ ଜଡ଼ିତ ରହିଥ‌ିବା ଜଣାପଡ଼ିଥିଲା ।

Leave a Reply