Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
କେଶବଧାମ ସରସ୍ୱତୀ ବିଦ୍ୟା ମନ୍ଦିରର ୩୬ ତମ ବାର୍ଷିକ ଉତ୍ସବ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

କେଶବଧାମ ସରସ୍ୱତୀ ବିଦ୍ୟା ମନ୍ଦିରର ୩୬ ତମ ବାର୍ଷିକ ଉତ୍ସବ

କଟକ.୨୩/୧୨ ଆବାସିକ ବିଦ୍ୟାଳୟ ସରସ୍ୱତୀ ବିଦ୍ୟାମନ୍ଦିର, କେଶବଧାମ, ଗତିରାଉତପାଟଣାର ୩୬ତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ବିଦ୍ୟା ମନ୍ଦିରର ସଭାପତି ଡଃ ହେମେନ୍ଦ୍ର ନାରାୟଣ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବିଭିନ୍ନ କ୍ଷେତ୍ରରେ କୃତିô ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ ସହ ଅତିଥି ଓ ଅଧିକାରୀ ମାନେ ଭାରତୀୟ ସଂସ୍କୃତି ଓ ପରମ୍ପରାର ମହାନତା ସମ୍ବନ୍ଧରେ ମାର୍ଗଦର୍ଶନ କରିଥିଲେୟ ବିଦ୍ୟା ମନ୍ଦିରର ସମ୍ପାଦକ ଶ୍ରୀଯୁକ୍ତ ଉମେଶ ଚନ୍ଦ୍ର ଦାଶ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍‌ତ ସନ୍ତୋଷ କୁମାର ପଣ୍ଡା ବାର୍ଷିକ ବିବରଣୀ ପାଠ କରିଥିଲେୟ ମୁଖ୍ୟ ଅତିଥି ପୂଜ୍ୟ ପରମହଂସ ସ୍ୱାମୀ ପ୍ରଜ୍ଞାନନ୍ଦ ମହାରାଜ ଭାରତୀୟ ଶିକ୍ଷାରେ ସଂସ୍କୃତିର ପ୍ରଭାବ ସମ୍ପର୍କରେ ଉଦବୋଧନ ଦେଇଥିଲେ । ମୁଖ୍ୟ ବକ୍‌ତା ଶ୍ରୀଯୁକ୍‌ତ ରବି ନାରାୟଣ ପଣ୍ଡା ( ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପୂର୍ବ ପ୍ରାନ୍ତ ପ୍ରଚାର ପ୍ରମୁଖ ) ମୂଲ୍ୟବୋଧ ଶିକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ । ଶେଷରେ ବିଦ୍ୟା ମନ୍ଦିରର କୋଷାଧ୍ୟକ୍ଷା ସୁଶ୍ରୀ ଇନ୍ଦୁମତୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱ୍‌ାରା ମନୋଜ୍ଞ ରଙ୍ଗମ୍‌ଞ୍ଚ କାର୍ଯ୍ୟକ୍ରମ ସମସ୍ତଙ୍କ ପାଇଁ ଉପଭୋଗ୍ୟ ହୋଇଥିଲା । ସମସ୍ତ ଆଚାର୍ଯ୍ୟ, ଆଚାର୍ଯ୍ୟା, ସେବକ, ସେବିକା, ପରିଚାଳନା ସମିତି, ମାତୃଭାରତୀ, ବିଦ୍‌ତ ପରିଷଦ, ଅଭିଭାବକ, ଅଭିଭାବିକା ଓ ଶିଶୁଙ୍କ ସହଯୋଗରେ ଏହା ସଫଳ ଭାବେ ସମ୍ପାଦିତ ହୋଇଥିଲା ।

Leave a Reply