Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଅଯୋଧ୍ୟାଧାମରେ ମନ୍ଦିର ପରିସରର ରାମଲଲାଙ୍କ ଭ୍ରମଣ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଅଯୋଧ୍ୟାଧାମରେ ମନ୍ଦିର ପରିସରର ରାମଲଲାଙ୍କ ଭ୍ରମଣ

ଅଯୋଧ୍ୟାଧାମ : ଅଯୋଧ୍ୟାଧାମର ବିବେକ ସୃଷ୍ଟି ପରିସରରେ ମଙ୍ଗଳବାରରୁ ଆରମ୍ଭ ହୋଇଥିବା ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାର ୭ଦିବସୀୟ ଅନୁଷ୍ଠାନ ଆଜିଠୁ ଶ୍ରୀରାମ ଜନ୍ମଭୂମି ପରିସରରେ କରାଯିବ । ବୁଧବାର ରାମଲଲାଙ୍କ ମୂର୍ତ୍ତି ପରିସରରେ ପ୍ରବେଶ କରିବ । ମୂର୍ତ୍ତିକୁ ପରିସର ମଧ୍ୟରେ ଭ୍ରମଣ କରାଯିବ । ବିବେକ ସୃଷ୍ଟି ପରିସରରେ ପ୍ରାୟଶ୍ଚିତ ପୂଜନ ଓ କର୍ମକୁଟି ପୂଜନ ସହିତ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଅନୁଷ୍ଠାନ କାଲିଠାରୁ ଆରମ୍ଭ ହୋଇଛି । ପ୍ରାଣ ପ୍ରତିଷ୍ଠାର ମୁଖ୍ୟ ଯଜମାନ ଶ୍ରୀରାମ ଜନ୍ମୂଭମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସଦସ୍ୟ ଡକ୍ଟର ଅନିଲ ମିଶ୍ରଙ୍କୁ କରାଯାଇଛି । କାଲି ପ୍ରାୟ ୩ଘଣ୍ଟା ଧରି ପ୍ରାୟଶ୍ଚିତ୍ତ ପୂଜା କରାଯାଇଛି । ଏହାପରେ ଯଜମାନଙ୍କୁ ସରଯୁ ସ୍ନାନ କରାଯାଇଛି । ମୂର୍ତ୍ତି ନିର୍ମାଣ ସ୍ଥଳର ମଧ୍ୟ ପୂଜା କରାଯାଇଛି । ଚୟନ ମୂର୍ତ୍ତିର ଶୁଦ୍ଧିକରଣ କରାଯାଇ ତାଙ୍କ ଆଖିରେ ପଟି ବନ୍ଧାଯାଇଛି । ଏହି ପଟି ଜାନୁୟାରୀ ୨୨ରେ ଖୋଲାଯିବ । ପ୍ରାୟଶ୍ଚିତ୍ତ ପୂଜା ମାଧ୍ୟମରେ ରାମଲଲାଙ୍କୁ କ୍ଷମା ମଗାଯାଇଛି । ଏହି କ୍ଷମା ମୂର୍ତ୍ତି ନିର୍ମାଣ ସମୟରେ ହାତୁଡି କିମ୍ବା କୌଣସି କାରଣରୁ ତାଙ୍କୁ ଆଘାତ ଲାଗିଥିଲେ, ସେଥିପାଇଁ ତାଙ୍କୁ କ୍ଷମା ମଗାଯାଇଛି । ଏହାପରେ କର୍ମକୁଟୀ ପୂଜନ କରାଯାଇଛି ।

Leave a Reply