Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
କାର୍ଯ୍ୟକର୍ତା ବିକାଶ ବର୍ଗ ଦ୍ୱିତୀୟ (ବିଶେଷ) - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

କାର୍ଯ୍ୟକର୍ତା ବିକାଶ ବର୍ଗ ଦ୍ୱିତୀୟ (ବିଶେଷ)


ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର କାର୍ଯ୍ୟକର୍ତା ବିକାଶ ବର୍ଗ ଦ୍ୱିତୀୟ ବିଶେଷ ରେଶମବାଗ ସ୍ଥିତ ଡକ୍ଟର ହେଡଗେୱାର ସ୍ମୃତି ଭବନ ପରିସରର ମହର୍ଷି ସଭାଗୃହରେ ଅନୁଷ୍ଠିତ ହେଉଅଛି । ୨୫ ଦିନଆ ଅନୁଷ୍ଠିତ ଏହି ବର୍ଗ ନଭେମ୍ବର ୧୮ ତାରିଖ ଦିନ ଉଦ୍‌ଘାଟିତ ହୋଇଥିଲା ଏବଂ ଡିସେମ୍ବର ୧୨ ତାରିଖ ଦିନ ଦୀକ୍ଷାନ୍ତ ପରେ ବର୍ଗ ସମାପନ ହେବ । ଉଦ୍‌ଘାଟନ ଉତ୍ସବରେ ସହସରକାର୍ଯ୍ୟବାହ ଡ.କୃଷ୍ଣଗୋପାଳଜୀ, ଅଖିଳ ଭାରତୀୟ ସହ ସେବା ପ୍ରମୁଖ ଏବଂ ବର୍ଗ ପାଳକ ଅଧିକାରୀ ରାଜକୁମାରଜୀ ମଟାଲେ ଏବଂ ଯୋଧପୁର ପ୍ରାନ୍ତ ସଂଘଚାଳକ ଏବଂ ସର୍ବାଧିକାରୀ ହରଦୟାଲ ବର୍ମାଜୀ ଉପସ୍ଥିତ ଥିଲେ । ସେମାନେ ଭାରତମାତା ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ଅବସରରେ ଦୁଇ ଜଣ ସହ ସରକାର୍ଯ୍ୟବାହ ମୁକୁନ୍ଦଜୀ ଏବଂ ରାମଦତଜୀ ମଧ୍ୟ ଉପସ୍ଥିତ ଥିଲେ ।
ଏହି ବର୍ଗରେ ସାରା ଦେଶରୁ ୪୦ ବର୍ଷରୁ ଅଧିକ ବୟସର ୮୬୮ ଜଣ ଶିକ୍ଷାର୍ଥୀ ଅଂଶଗ୍ରହଣ କରିଛନ୍ତି । ପ୍ରଶିକ୍ଷଣ ବର୍ଗରେ ସାମାଜିକ ସଚେତନତା ଏବଂ ସାମାଜିକ ପରିବର୍ତନ ଉପରେ ପ୍ରଶିକ୍ଷଣ ଦିଆଯାଏ । ରାଜକୁମାରଜୀ ମଟାଲେ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ଶିକ୍ଷାର୍ôଥମାନଙ୍କୁ ସମ୍ବୋଧିତ କରିଥିଲେ ।
ଡକ୍ଟର ହେଡଗେୱାର ଏବଂ ଶ୍ରୀ ଗୁରୁଜୀଙ୍କର ତପୋଭୂମିରେ ଆରମ୍ଭ ହୋଇଥିବା ଏହି ବିଶେଷ ବର୍ଗ ଐତିହାସିକ ଅଟେ । ସଂଘଶିକ୍ଷା ବର୍ଗର ନୂତନ ସଂରଚନା ଅନୁଯାୟୀ ଏହି ବିଶେଷ ବର୍ଗ ପ୍ରଥମ ଥର ପାଇଁ ଆୟୋଜିତ ହେଉଛି । ବର୍ଗ ରାଷ୍ଟ୍ରୀୟ ଏକତା ଏବଂ ସହଜୀବନର ଭାବନା ପ୍ରଦାନ କରେ । ସଂଘ ପ୍ରଣାଳୀରେ ପ୍ରଶିକ୍ଷଣ ବର୍ଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେଣୁ କାର୍ଯ୍ୟ ଅଗ୍ରଗତି କଲାବେଳେ ବିଭିନ୍ନ ପ୍ରଦେଶରେ ପ୍ରଶିକ୍ଷଣ ବର୍ଗ ଆରମ୍ଭ ହେଲା ।
୧୯୨୫ ରେ ସଂଘର ସ୍ଥାପନା ହୋଇଥିବା ବେଳେ ୧୯୨୭ ରେ ପ୍ରଶିକ୍ଷଣ ବର୍ଗ ଆରମ୍ଭ ହୋଇଥିଲା । ସେହି ସମୟରେ ୧୭ ଜଣ ଶିକ୍ଷାର୍ଥୀ ପ୍ରଶିକ୍ଷଣ ଗ୍ରହଣ କରିଥିଲେ । ଜରୁରୀକାଳୀନ ପରିସ୍ଥିତି ଏବଂ କରୋନା ଅବଧି ବ୍ୟତୀତ ପ୍ରତିବର୍ଷ ସଂଘର ପ୍ରଶିକ୍ଷଣ ଆୟୋଜିତ ହେଉଅଛି । ସମୟ ସହିତ ପ୍ରଶିକ୍ଷଣର ଅବଧି ଏବଂ ପାଠ୍ୟକ୍ରମରେ ଯୁଗାନୁକୂଳ ପରିବର୍ତନ କରାଯାଉଛି । ଆଜିର ଦୃଷ୍ଟିକୋଣରେ କାର୍ଯ୍ୟକର୍ତାର ବିଚାରଧାରା,ଆଦର୍ଶ, ଭୂମିକା, କାର୍ଯ୍ୟ ପଦ୍ଧତିର ସ୍ପଷ୍ଟତା, ପ୍ରତିବଦ୍ଧତା, ତାଙ୍କ ସାମ୍ନାକୁ ଆସୁଥିବା ଚ୍ୟାଲେଞ୍ଜଗୁଡ଼ିକୁ କିପରି ଗ୍ରହଣ କରାଯିବ ଏବଂ ସମାଜରେ କିପରି ସକରାତ୍ମକ ପରିବର୍ତନ ଅଣାଯିବ ସେଥିରେ ଉପସ୍ଥାପିତ ହୋଇଛି ।
ଆଦ୍ୟ ସରସଂଘଚାଳକ ଡକ୍ଟର କେଶବ ବଲିରାମ ହେଡଗୱାରଙ୍କ ଦ୍ୱାରା ମୋହିତ ଶାଖାରୁ ଆରମ୍ଭ ହୋଇଥିବା ସଂଘ କାର୍ଯ୍ୟ ଆଜି ଦେଶବ୍ୟାପୀ ହୋଇଯାଇଛି । ସ୍ୱାମୀ ବିବେକାନନ୍ଦଙ୍କ ବିବୃତି ଅନୁଯାୟୀ କୌଣସି ପବିତ୍ର ପ୍ରାମାଣିକ କାର୍ଯ୍ୟକୁ ପ୍ରଥମେ ଅଣଦେଖା କରାଯାଏ, ପରିହାସ କରାଯାଏ, ବିରୋଧ କରାଯାଏ ଏବଂ ପରେ ଗ୍ରହଣ କରାଯାଏ । ସେହିଭଳି ପ୍ରାରମ୍ଭିକ ଅବଧିରେ ସଂଘ କାର୍ଯ୍ୟକୁ ଉପେକ୍ଷା ଏବଂ ଉପହାସ କରାଯାଇଥିଲା । ଆଜି ସଂଘ କାର୍ଯ୍ୟ ସବୁଠାରେ ଗ୍ରହଣୀୟ ହୋଇଛି । ଯେଉଁମାନେ ସଂଘ କାର୍ଯ୍ୟକୁ ସର୍ବସାଧାରଣରେ ବିରୋଧ କରୁଥିଲେ, ଆଜି ସେମାନେ ମଧ୍ୟ ବ୍ୟକ୍ତିଗତ ଭାବରେ ପ୍ରଶଂସା କରୁଛନ୍ତି ।
ସଂଘ କାର୍ଯ୍ୟକର୍ତା ବିକାଶ ବର୍ଗ ଦ୍ୱିତୀୟ(ବିଶେଷ)ର ପଦାଧିକାରୀ
ମାନନୀୟ ସର୍ବାଧିକାରୀ-ମା.ହରଦୟାଲ ବର୍ମାଜୀ
ବର୍ଗ କାର୍ଯ୍ୟବାହ-ମନସୁଖ ଲାଲ ସେଠିଆଜୀ
ବର୍ଗ ପାଳକ-ରାଜକୁମାର ମଟାଲେଜୀ

Leave a Reply