କୁମ୍ଭାର ପରିବାର ଏବେ ଦୁଦ୍ଦିନରେ


କେନ୍ଦ୍ରାପଡା : ଦିନକୁ ଦିନ ମାଟିରେ ତିଆରି ସାମଗ୍ରୀର ଚାହିଦା କମିବାରେ ଲାଗିଛି | ଫଳରେ ଏହି କୌଳିକ ବୃତ୍ତି ଉପରେ ନିର୍ଭର କରୁଥିବା କୁମ୍ଭାର ପରିବାର ଏବେ ଦୁଦ୍ଦିନରେ କାଳାତିପାତ କରୁଛନ୍ତି। ପୂର୍ବଭଳି ଆଉ ବ୍ୟବସାୟ ହେଉନଥିବାରୁ ବହୁଲୋକ ଏହି ବୃତ୍ତି ଛାଡ଼ି ଦାଦନ ଚାଲିଗଲେଣି| କେନ୍ଦ୍ରାପଡାରେ ବସବାସ କରୁଥିବା କିଛି ହାତଗଣତି କୁମ୍ଭାର ଏହି କୌଳିକ ବୃତିକୁ ବଞ୍ଚାଇ ରଖିଛନ୍ତି। ଦୀପାବଳୀ ସମୟରେ ହଜାର ହଜାର ମାଟି ତିଆରି ଦୀପ ଓ ଅନ୍ୟ ମାଟି ସାମଗ୍ରୀ ତିଆରି କରି ଏମାନେ ପ୍ରାୟ ବର୍ଷକ ପାଇଁ ଆୟ କରୁଥିଲେ। କିନ୍ତୁ ଯୁଗ ବଦଳିବା
ପରେ ଇଲେକ୍ଟ୍ରୋନିକ୍ସ୍ ଜିନିଷର ଚାହିଦା ବଢ଼ିବାରେ ଲାଗିଛି। ଫଳରେ ଦୀପାବଳୀରେ ପୂର୍ବଭଳି ମାଟିଦୀପ ବିକ୍ରି ହୋଇନଥିବା ଜଣାପଡ଼ିଛି। ମାଟି ତିଆରି ସାମଗ୍ରୀର ଚାହିଦା କମୁଅଛି। ଯଦି ପ୍ରଶାସନ ପକ୍ଷରୁ ପ୍ରୋତ୍ସାହନ ଯୋଗାଇ ଦିଆଯାଏ, ତାହାଲେ କୁମ୍ଭାର ପରିବାର ବହୁତ ଉପକୃତ ହୋଇପାରନ୍ତେ। ବୁଡ଼ିବାକୁ ବସିଥିବା କୁମ୍ଭାରମାନଙ୍କର କୌଳିକ ବୃତ୍ତିକୁ ବଞ୍ଚାଇ ରଖିବା ପାଇଁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

Leave a Reply

Your email address will not be published. Required fields are marked *