Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବାତ୍ୟାଚଂଳରେ ସ୍ୱୟଂସେବକମାନଙ୍କ ସେବାକାର୍ଯ୍ୟ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବାତ୍ୟାଚଂଳରେ ସ୍ୱୟଂସେବକମାନଙ୍କ ସେବାକାର୍ଯ୍ୟ


ଭୁବନେଶ୍ୱର,୨୮/୧୦: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସଂଯୋଜନାରେ ସେବା ଭାରତୀ ତତ୍ୱାବଧାନରେ ଉତ୍କଳ ବିପନ୍ନ ସହାୟତା ସମିତି ତରଫରୁ ସାମୁଦ୍ରିକ ବାତ୍ୟା ଦାନାର ପ୍ରଭାବରେ କ୍ଷତିଗ୍ରସ୍ତ ଅଂଚଳରେ ଉତ୍କଳ ବିପନ୍ନ ସହାୟତା ସମିତି ତରଫରୁ ବ୍ୟାପକ ସେବାକାର୍ଯ୍ୟ ଅନୁଷ୍ଠିତ ହୋଇ ଯାଇଛି । ବିଶେଷକରି ବାତ୍ୟା ପ୍ରଭାବିତ ଅଂଚଳ ପାରାଦୀପ, ମହାକାଳପଡା, ରାଜନଗର, ରାଜକନିକା, ଚାନ୍ଦବାଲି ସମେତ ଅନେକ ଅଂଚଳରେ ସ୍ୱୟଂସେବକମାନେ ଶୁଖିଲା ଖାଦ୍ୟ ବିବତରଣ କରିବା ସହିତ ରାସ୍ତା ଉପରେ ପଡିଥିବା ଗଛ ଓ ଘର ଉପରେ ପଡିଥିବା ଗଛ ଗୁଡିକ କାଟି ସଫା କରିଥିଲେ । ବାତ୍ୟାପରେ ବନ୍ୟାଘେରରେ ଥିବା ଅଞ୍ଚଳର ଲୋକମାନଙ୍କୁ ଉଦ୍ଧାର କରିବା ସହିତ ବିଭିନ୍ନ ଅଂଚଳରେ ସ୍ୱଚ୍ଛତାକାର୍ଯ୍ୟ କରୁଛନ୍ତି । ଏଥିପାଇଁ ଭଦ୍ରକ ଓ କେନ୍ଦ୍ରାପଡା ଜିଲ୍ଲାରେ ୪୮୨ଜଣ ସ୍ୱୟଂସେବକ ସେବାକାର୍ଯ୍ଯରେ ଲାଗିଛନ୍ତି ।
ବାତ୍ୟା ପୂର୍ବରୁ ବାତ୍ୟା ଆଶଙ୍କା ଥିବା ୧୧ଟି ଜିଲ୍ଲାରେ ୧୬୯ଟି ଟିମ୍ ଗଠନ କରାଯାଇ ସେବାକାର୍ଯ୍ୟପାଇଁ ୨୦୪୪ ଜଣ ସ୍ୱୟଂସେବକ ସଜାଗ ଥିଲେ । କେନ୍ଦ୍ରାପଡା ଜିଲ୍ଲାରେ ୧୨ଟି ଟିମ୍‌ରେ ୧୭୦ଜଣ,ଭଦ୍ରକରେ ୧୧ଟିମ୍ ରେ ୩୧୨ କାର୍ଯ୍ୟକର୍ତା ବାଲେଶ୍ୱର ଜିଲ୍ଲାରେ ୪୩ଟି ଟିମରେ ୪୨୫ଜଣ, ଜଗତସିଂପୁର ଜିଲ୍ଲାରେ ୯ ଟିମରେ ୯୨ ଜଣ. ଭୁବନେଶ୍ୱରରେ ୧୬ ଟିମ୍ ରେ ୭୦ ଜଣ,ଖୋର୍ଦ୍ଧାରେ ୧୩ଟି ଟିମ୍‌ରେ ୨୧୫ଜଣ,ପୁରୀରେ ୧୫ଟି ଟିମରେ ୧୦୫ ଜଣ, କେନ୍ଦୁଝରରେ ୧୮ ଟିମରେ ୧୫୯ଜଣ, ରାଇରଙ୍ଗପୁରରେ ୧୪ଟି ଟିମରେ ୧୦୮ଜଣ, ମୟୁରଭଞ୍ଜରେ ୧୬ଟି ଟିମରେ ୧୫୬ଜଣ,ଗଞ୍ଜାମରେ ୧ଟିମରେ ୧୪ଜଣ.ଯାଜପୁରରେ ୧୩ଟି ଟୋଲିରେ ୨୩୨ଜଣ ସ୍ୱୟଂସେବକ ପ୍ରସ୍ତୁତ ଥିଲେ । ବାତ୍ୟା ପୂର୍ବରୁ ଅନେକ ସ୍ଥାନରେ ସ୍ୱୟଂସେବକମାନେ ପ୍ରଶାସନକୁ ସହଯୋଗ କରିଥିବା ବେଳେ ସଚେତନ କରିବା ସହିତ ଲୋକମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ନେଇଆସିଥିଲେ । ବାତ୍ୟାସ୍ଥଳୀରେ ଥିବା ଲୋକମାନଙ୍କୁ ଶୁଖିଲା ଖାଦ୍ୟ, ପାଣି ଓ ଔଷଧ ପ୍ରଭୃତି ବିତରଣ କରିଥିଲେ ।

Leave a Reply