Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଉତ୍ସବ ମୁଖର ହୋଇ ଉଠିଛି ରାମ ଜନ୍ମଭୂମି ଅଯୋଧ୍ୟା ନଗରୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଉତ୍ସବ ମୁଖର ହୋଇ ଉଠିଛି ରାମ ଜନ୍ମଭୂମି ଅଯୋଧ୍ୟା ନଗରୀ

ଅଯୋଧ୍ୟା : ରାମ ମନ୍ଦିରରେ ଶ୍ରୀରାମଙ୍କ ବିଗ୍ରହ ସ୍ଥାପନ ଓ ପ୍ରାଣ ପ୍ରତିଷ୍ଠାକୁ ନେଇ ସାରା ଦେଶରେ ଉତ୍କଣ୍ଠା । ଉତ୍ସବ ମୁଖର ହୋଇ ଉଠିଛି ରାମ ଜନ୍ମଭୂମି ଅଯୋଧ୍ୟା ନଗରୀ । ପ୍ରାଣପ୍ରତିଷ୍ଠାର ଆଦ୍ୟପର୍ବ ଆରମ୍ଭ ହୋଇ ଯାଇଛି । ପ୍ରାୟଶ୍ଚିତ ଓ କର୍ମକୁଟି ପୂଜନ ହୋଇଥିବା ବେଳେ ବିଭିନ୍ନ ରାଜ୍ୟରୁ ଅଯୋଧ୍ୟାକୁ ଆସିବାରେ ଲାଗିଛି ବିଭିନ୍ନ ଉପହାର ଓ ସୁସ୍ୱାଦୁ ଭୋଗ ସାମଗ୍ରୀ । ଆସନ୍ତା ୨୨ ତାରିଖରୁ ଶୁଭ ମୁହୂର୍ତ୍ତକୁ ସମସ୍ତଙ୍କ ଅପେକ୍ଷା । ରାମମନ୍ଦିର ଗର୍ଭଗୃହରେ ଲାଗିଛି ୧୨ଟି ମୟୂର ଖୋଦିତ ସୁନା ଚଦର ଲାଗିଥିବା ବିରାଟ କବାଟ । ମନ୍ଦିର ତଳ ମହଲାରେ ମୋଟ ୧୪ଟି ସୁନା କବାଟ ଲାଗିସାରିଛି । ସୁନ୍ଦର ରଙ୍ଗୋଲିରେ ସଜେଇ ହେଉଛି ଅଯୋଧ୍ୟାର ରାସ୍ତାଘାଟ । ପ୍ରାଣପ୍ରତିଷ୍ଠା ସମାରୋହରେ ଭକ୍ତଙ୍କୁ ପ୍ରସାଦ ବଣ୍ଟନ ଲାଗି ଦିନରାତି ଏକ କରି ଚାଲିଛି ଥାଳି ଓ ଦନା ତିଆରି କାମ । ଶ୍ରଦ୍ଧାଳୁଙ୍କୁ ଶୀତରୁ ଆଶ୍ୱସ୍ତି ଦେବା ପାଇଁ ଲାଗିଛି ଆଉଟଡୋର ହିଟର । ମଥୁରାରୁ ୧୦୦ କିଲୋ ଲଡ଼ୁ ଆସିଥିବା ବେଳେ, ଆଗ୍ରାରୁ ସୁସଜ୍ଜିତ ଗାଡ଼ିରେ ଆସିଛି ୫୬ ପ୍ରକାରର ପେଡ଼ା । ଗୁଜରାଟ ବରୋଦାରୁ ଆସିଥିବା ୧୦୮ ଫୁଟ୍ ଲମ୍ବା ସାଢ଼େ ୩ ଫୁଟ୍ ଚଉଡ଼ା ବିଶାଳ ଧୂପକାଠିରେ ଅଗ୍ନି ସଂଯୋଗ କରାଯାଇଛି ।ଅନ୍ୟପଟେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ପାଇଁ ଚଳଚଞ୍ଚଳ ଅଯୋଧ୍ୟା ନଗରୀ । ସଜେଇ ହୋଇଛି ପୁରା ସହର, ରାମ ମନ୍ଦିର ଯିବା ରାସ୍ତାରେ ଥିବା ସୁର ସମ୍ରାଜ୍ଞୀ ଲତା ମଞ୍ଜେସକର ଛକ ଆଲୋକ ମାଳାରେ ସଜେଇ ହୋଇଛି । ଲାଇଟ୍ ସୋ ଦେଖିବା ଲାଗି ଲୋକଙ୍କ ଭିଡ । ସତେ ଯେମିତି ସ୍ୱର୍ଗରୁ ତାରା ଆସି ଗଛରେ ଲାଗିଥିବା ଭଳି ଅନୁଭବ । ରାମମୟ ପରିବେଶରେ ସହରକୁ ବେଶ୍ ସୁନ୍ଦର ଭାବେ ସଜାଯାଇଛି । ପ୍ରଭୁ ରାମଙ୍କ ଆକର୍ଷଣୀୟ ଚିତ୍ର ସବୁ କାନ୍ଥବାଡ଼ରେ ଅଙ୍କାଯାଇଛି । ସେପଟେ ପ୍ରାଣ ପ୍ରତିଷ୍ଠା ପାଇଁ ଭକ୍ତଙ୍କ ଉତ୍ସାହ ଚରମ ସୀମାରେ । ଏବେଠାରୁ ଲାଗିଲାଣି ଭକ୍ତଙ୍କ ଗହଳି । ତେଣୁ ଅଯୋଧ୍ୟାରେ ଆକାଶ ଛୁଆଁ ହେଲାଣି ହୋଟେଲ ବୁକିଂ । ଗୋଟିଏ ରାତି ପାଇଁ ରୁମ୍ ରେଣ୍ଟ ଦେବାକୁ ପଡ଼ୁଛି ଲକ୍ଷେ ଟଙ୍କା । ରାମମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ପୂରା ଅଯୋଧ୍ୟା ସଜେଇ ହୋଇଛି ।

May be an image of 1 person, temple and text

Leave a Reply