ବାଲିକୁଦା:ବାଲିକୁଦା ଥାନା ନରସିଂହପୁର ଗ୍ରାମର ଗ୍ରାମ ଦେବତୀ ମା’ କେନ୍ଦୁଳାଇ ମନ୍ଦିରରୁ ରବିବାର ବିଳମ୍ବିତ ରାତିରେ ଦୁର୍ବୃତ୍ତ କଳାକନା ବୁଲାଇଛନ୍ତି। ସେମାନେ ମା’ଙ୍କ ଅଳଙ୍କାର ସମେତ ବାସନକୁସନ ଚୋରି କରି ନେଇଛନ୍ତି। ଏ ନେଇ ବାଲିକୁଦା ଥାନାରେ ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ମନ୍ଦିର ତାଲା ଭାଙ୍ଗି ରୂପା ମୁକୁଟ, ସୁନା ଚିତା ଓ କଂସା ଓ ପିତ୍ତଳ ବାସନ ଚୋରି କରିଥିବା ଅଭିଯୋଗରେ ଦର୍ଶାଯାଇଛି। ଅଭିଯୋଗକୁ ଭିତ୍ତି କରି ପୁଲିସ ମାମଲା(୪୩୦/୨୪)ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି