ଉତ୍କଳ ବିପନ୍ନ ସହାୟତା ସମିତି ଦ୍ୱାରା ରକ୍ତଦାନ ଶିବିର

ଉତ୍କଳ ବିପନ୍ନ ସହାୟତା ସମିତି ଦ୍ୱାରା ରକ୍ତଦାନ ଶିବିର
­­­ ଭୁବନେଶ୍ୱର : ତା.୦୯.୧୦.୨୦୨୪ ରିଖ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଅକ୍ଟୋବର ୯, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ‘ସେବା ଦିବସ’ ଅବସରରେ, ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ,ଓଡିଶାର ସେବା ବିଭାଗ ଉତ୍କଳ ବିପନ୍ନ ସହାୟତା ସମିତ(ଟଈଝଝ) ଆନୁକୂଲ୍ୟରେ ସମିତିର ମଞ୍ଚେଶ୍ୱରସ୍ଥିତ ମୁଖ୍ୟ କାର୍ଯ୍ୟାଳୟ “ସେବା” ପରିସରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ସମ ହସ୍ପିଟାଲ୍‌ର କର୍କଟ ରୋଗ ବିଶେଷଜ୍ଞ ବିଭାଗୀୟ ମୁଖ୍ୟ ପ୍ର.ଡା. ସୌମ୍ୟସୁରତ ପଣ୍ଡା ମୁଖ୍ୟ ଅତିଥି, କ୍ୟାପିଟାଲ ହସ୍ପିଟାଲ ବ୍ଲଡ ବ୍ୟାଙ୍କର ଡା. ଦେବାଶିଷ ମିଶ୍ର ସମ୍ମାନୀତ ଅତିଥି ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ଓଡିଶା ପୂର୍ବପ୍ରାନ୍ତର ସହପ୍ରାନ୍ତ କାର୍ଯ୍ୟବାହ ଶ୍ରୀଯୁକ୍ତ ସୁଦର୍ଶନ ଦାସ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ପ୍ର.ଡା. ସୌମ୍ୟସୁରତ ପଣ୍ଡା ତାଙ୍କ ବକ୍ତବ୍ୟବରେ କହିଲେ ଯେ, ମଣିଷର ରକ୍ତ ମଣିଷ ପାଇଁ ଆବଶ୍ୟକ । ରକ୍ତ କୌଣସି ଫ୍ୟାକ୍ଟ୍ରିରେ ନିର୍ମିତ ହୋଇ ପାରେନା । ମଣିଷ ରକ୍ତ ଦାନ କଲେ ହିଁ ଏହା ଅନ୍ୟ ଜଣର ଜୀବନ ବଞ୍ôଚବ । ଗୋଟିଏ ବୋତ ରକ୍ତ ଚାରି ଭାଗର ପୃଥକ କରାଯାଇ ଚାରି ଜଣଙ୍କ ପ୍ରାଣ ବଞ୍ଚା ଯାଇ ପାରୁଛି । ଶ୍ରୀଯୁକ୍ତ ଅକ୍ଷୟ କୁମାର ବିଟ, ସଭାପତି ଉତ୍କଳ ବିପନ୍ନ ସହାୟତା ସମିତି ଅଧ୍ୟକ୍ଷୀୟ ଅଭିଭାଷଣ ରେ ଉତ୍କଳ ବିପନ୍ନ ସହାୟତା ସମିତି ଦ୍ୱାରା ଚାଲୁଥିବା ସେବା ବିଷୟରେ ସମ୍ୟକ ଧାରଣ ଦେଇଥିଲେ ।
ମୁଖ୍ୟବକ୍ତା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ଓଡିଶା ପୂର୍ବପ୍ରାନ୍ତ ସହପ୍ରାନ୍ତ କାର୍ଯ୍ୟବାହ ଶ୍ରୀଯୁକ୍ତ ସୁଦର୍ଶନ ଦାସ ଉପସ୍ଥିତ ଜନସାଧାରଣଙ୍କୁ ଗୋପବନ୍ଧୁ ଦାସଙ୍କ ଜୀବନ ଦର୍ଶନ ଯାହାକି କେବଳ ସେବାରେ ସୀମିତ ନ ରହି କର୍ତ୍ତବ୍ୟ ବୋଲି କୁହାଯିବା ଯଥାର୍ଥ ହେବ । କାରଣ ସେବା ଦ୍ୱାରା କିଛି ପାଇବାର ଆଶା ଥାଏ ମାତ୍ର କର୍ତ୍ତବ୍ୟରେ କୌଣସି ପାଇବାର ନଥାଏ । ଏହି ଶିବିରକୁ ସୁଶ୍ରୁତ ପ୍ରାନ୍ତ ସଂଯୋଜକ ଶ୍ରୀ ରୁଦ୍ରନାରାୟଣ ମହାପାତ୍ର ସଂଯୋଜନା କରିଥିଲେ । ଉକ୍ତ ଶିବିରରେ ୪୩ ୟୁନିଟ୍ ରକ୍ତ ସଂଗୃହିତ କରାଯାଇ କ୍ୟାପିଟାଲ ହସ୍ପିଟାଲକୁ ହସ୍ତାନ୍ତର କରାଯାଇଛି ।

Leave a Reply

Your email address will not be published. Required fields are marked *