Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଅତାବିରା ବ୍ଲକ ତାଲପତର ଟିକ୍ରାଠାରେ ଗୋ- ଚାଲାଣ ହେଉଥିବା ବେଳେ ବଜରଙ୍ଗ ଦଳ ଦ୍ବାରା ୪ଟି ଗୋରୁ ଉଦ୍ଧାର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଅତାବିରା ବ୍ଲକ ତାଲପତର ଟିକ୍ରାଠାରେ ଗୋ- ଚାଲାଣ ହେଉଥିବା ବେଳେ ବଜରଙ୍ଗ ଦଳ ଦ୍ବାରା ୪ଟି ଗୋରୁ ଉଦ୍ଧାର


ଅତାବିରା: ଅତାବିରା ବ୍ଲକ ତାଲପତର ଟିକ୍ରାଠାରେ ଗୋ- ଚାଲାଣ ହେଉଥିବା ଗାଡିକୁ ବଜରଙ୍ଗ ଦଳର କର୍ମୀମାନେ ଅଟକ ରଖି ୪ଟି ଗୋରୁ ଉଦ୍ଧାର କରିଛନ୍ତି। ଘଟଣାରୁ ପ୍ରକାଶ ଯେ, ଅତାବିରା ଥାନା ତାଲପତରଟିକ୍ରା ଗ୍ରାମର ପିଲ୍ଲୀ ହରିକ୍ରିଷ୍ଣା ଏକ ଟାଟା ଏସିଇ (ଓଆର୧୭-ଜି-୭୪୩୧)ରେ ୪ଟି ଗୋରୁଥିବା ଦେଖି ସନ୍ଦେହ ହେବାରୁ ଗାଡିର ଡ୍ରାଇଭର ଡୋଳାମଣି ଲୁହାଙ୍କୁ ପଚରାଉଚରା କରିଥିଲେ। ଭେଡ଼େନ ଥାନା ଛାଲୁକୁଲୁଣ୍ଡା ଗ୍ରାମକୁ ନେଉଥିବା ଡ୍ରାଇଭର ଶ୍ରୀ ଲୁହା କହିଥିଲେ। ଏନେଇ ଶ୍ରୀ ହରିକ୍ରିଷ୍ଣା ଗୋଡ଼ଭଗା ବଜରଙ୍ଗ ଦଳର କର୍ମକର୍ତ୍ତାମାନଙ୍କୁ ସୂଚନା ଦେଇଥିଲେ। ବଜରଙ୍ଗ । ଦଳର ସଦସ୍ୟମାନେ ଘଟଣାସ୍ଥଳକୁ ଯାଇ ଗାଡି ସହ ୪ଟି ଗୋରୁଙ୍କୁ ଉଦ୍ଧାର କରି ଅତାବିରା ପୁଲିସକୁ ହସ୍ତାନ୍ତରକରିଥିଲେ। ଅତାବିରା ପୁଲିସ ଡ୍ରାଇଭର ଡୋଳାମଣି ଲୁହାଙ୍କୁ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛି।

Leave a Reply