Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭାରତୀୟ ସାଂସ୍କୃତିକ ନବଜାଗରଣରେ ଅହଲ୍ୟାବାଈ କର୍ଣ୍ଣଧାର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭାରତୀୟ ସାଂସ୍କୃତିକ ନବଜାଗରଣରେ ଅହଲ୍ୟାବାଈ କର୍ଣ୍ଣଧାର

ସମ୍ବଲପୁର, : ଋଗ୍‌ବେଦ, ଗୁରୁକୁଳ ଶିକ୍ଷାଦାନରେ ମହିଳାଙ୍କ ଭୂମିକା ସେ ସମୟରେ ପୁରୁଷଙ୍କ ତୁଳନାରେ କିଛି କମ୍ ନ ଥିଲା । କିନ୍ତୁ ମଧ୍ୟଯୁଗୀୟ ବିଦେଶୀ ଆକ୍ରମଣ ଫଳରେ ଭାରତୀୟ ସଂସ୍କୃତିରେ ଅନେକ କୁସଂସ୍କାର ଭରିଗଲା । ତା’ ସତ୍ତ୍ଵେ ଭାରତର ସହସ୍ରାଧ‌ିକ ମହିଳା ସାହିତ୍ୟ, ସଂସ୍କୃତି, ପ୍ରଶାସନ, ଯୁଦ୍ଧନୀତିରେ ମହିଳାଙ୍କ ଉଲ୍ଲେଖନୀୟ ଅବଦାନ ରହିଛି । ସେଥୁମଧ୍ୟରୁ ମାଲବର ରାଣୀ ଅହଲ୍ୟାବାଈ ହୋଲକର ଜଣେ ଥିଲେ । ଆଧୁନିକ ଭାରତରେ ଜାତୀୟତାବୋଧ ଏବଂ ଧର୍ମ ଓ ସାଂସ୍କୃତିକ ଉତ୍ଥାନରେ ରାଣୀ ଅହଲ୍ୟାବାଈ ଥିଲେ କଣ୍ଠଧାର ବୋଲି ମତପ୍ରକାଶ ପାଇଛି । ସ୍ଥାନୀୟ ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟରେ ଭାରତୀୟ ଶିକ୍ଷଣ ମଣ୍ଡଳ ପକ୍ଷରୁ ଆୟୋଜିତ ଆଲୋଚନାଚକ୍ରରେ ବକ୍ତା ମାନେ ଏହା କହିଛନ୍ତି।

ଭାରତୀୟ ଶିକ୍ଷଣ ମଣ୍ଡଳ ଏବଂ ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଆନୁକୂଲ୍ୟରେ ଆୟୋଜିତ ଆଲୋଚନାଚକ୍ରରେ ‘ଭାରତୀୟ ସାଂସ୍କୃତିକକୀକରଣ ଓ ବୀରାଙ୍ଗନା ଅହଲ୍ୟାବାଈ ହୋଲକର’ ପ୍ରସଙ୍ଗରେ ଜାତୀୟସ୍ତରର ବକ୍ତାମାନେ ଉଚ୍ଚକୋଟୀର ବକ୍ତବ୍ୟ ଉପସ୍ଥାପନ କରିଥିଲେ।

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସହ ସରକାର୍ଯ୍ୟବାହ ଡଃ କୃଷ୍ଣଗୋପାଳ ମୁଖ୍ୟଅତିଥୁ ଭାବେ ଯୋଗଦେଇ ଅହଲ୍ୟାବାଈଙ୍କ ବ୍ୟକ୍ତିଗତ ଜୀବନରେ ଅନେକ ସମସ୍ୟା ଥିଲେ ହେଁ ସେ ଭାଙ୍ଗି ନ ପଡ଼ି ଜଣେ କୁଶଳ ପ୍ରଶାସିକା, ଯୋଦ୍ଧା, ଅର୍ଥିକ ଓ ସାଂସ୍କୃତିକ ନବଜାଗରଣର ପୁରୋଧା ଭାବେ ପରିଚିତି ଲାଭ କରିଥିଲେ। ପୁଣେ ଭଳି ଛୋଟରାଜ୍ୟର ରାଣୀ ହୋଇଥ‌ିବା ସତ୍ତ୍ବେ ସେ ଆଧୁନିକ ଯୁଗରେ ବୃହତ୍ ଭାରତୀୟତାବାଦର ପ୍ରବର୍ତ୍ତିକା ଥିଲେ ବୋଲି କହିଥିଲେ। ଯେଉଁ ସମୟରେ ଇଂରେଜ ମାନେ

ଭାରତର ଅସ୍ତିତ୍ବ ନାହିଁ ବୋଲି ଉପହାସ କରୁଥିଲେ ସେ ସମୟରେ ରାଣୀ ଅହଲ୍ୟାବାଈ ଧାର୍ମିକ ଓ ସାଂସ୍କୃତିକ କ୍ଷେତ୍ରରେ ଭାରତକୁ ଏକତାସୂତ୍ରରେ ବାନ୍ଧିବାର କାର୍ଯ୍ୟ କରିଥିଲେ। ସେ ଉତ୍ତରରେ ବଦ୍ରିନାଥ ଧାମରୁ ଦକ୍ଷିଣରେ ରାମେଶ୍ଵରମ୍ ପର୍ଯ୍ୟନ୍ତ ୧୮୦ ସ୍ଥଳରେ ସାଂସ୍କୃତିକ ବିକାଶ କାର୍ଯ୍ୟ କରିଛନ୍ତି । ଏଥ୍‌ପାଇଁ ସେ ନିଜ ହାତଖର୍ଚ୍ଚରୁସେସବୁ କାର୍ଯ୍ୟ କରିଥିଲେ । ଆମ ଭାରତର ରାଷ୍ଟ୍ରତତ୍ତ୍ଵ କେବେ ମଧ୍ୟ ପାଶ୍ଚାତ୍ୟ ବିଶ୍ବସହ ତୁଳନୀୟ ନୁହେଁ । ଏଠାରେ ଭାରତକୁ ମାତା ଆଖ୍ୟା ଦିଆଯାଏ । ଭାରତ ହିଁ ବିଶ୍ଵକୁ ସଂସ୍କାର ଦେଇଛି । ବିଦୂଷୀ ମହିଳାମାନେ ଭାରତର ଉତ୍‌ଥାନରେ ଯୋଗଦାନ କରିଛନ୍ତି । ଆକ୍ରାନ୍ତାମାନେ ନାରୀଙ୍କୁ ନାନାପ୍ରକାର ଅତ୍ୟାଚାର ଦେଇଥିଲେ । ଇଂରେଜ ଶାସନ ଭାରତକୁ ବୌଦ୍ଧିକ ଭାବେ ଗୁଲାମ କରିବାସହ ସମୃଦ୍ଧ ଇତିହାସକୁ ଦଳିମକଚି ନଷ୍ଟ କରିଦେଲା । ଏବେ ସମୟ ଆସିଛି ଭାରତୀୟ ତତ୍ତ୍ୱଜ୍ଞାନ ପ୍ରକାଶରେ ଭାରତର ନୂତନ ଅନୁଶୀଳନ କରିବା ବୋଲି ଡଃ କୃଷ୍ଣଗୋପାଳ କହିଥିଲେ। ଆଲୋଚନାଚକ୍ରରେ ପଞ୍ଜାବ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଆର. ପି. ତିୱାରୀ, ଭାରତୀୟ ଶିକ୍ଷଣ ମଣ୍ଡଳ ବ୍ରଜ ପ୍ରାନ୍ତ ଅଧକ୍ଷା ଡଃ ପୁନମ ସିଂ ଅନ୍ୟତମ ବକ୍ତା ଥିଲେ । ଜିଏମ୍ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଏନ୍. ନାଗରାଜୁ ଉପସ୍ଥିତ ଥିଲେ।

Leave a Reply