Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବେଲଗୁଣ୍ଠା ସରସ୍ୱତୀ ଶିଶୁ ବିଦ୍ୟା ଭବନ ପରିସରରେ ୨୮ତମ ଜ୍ଞାନ ବିଜ୍ଞାନ ମେଳା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବେଲଗୁଣ୍ଠା ସରସ୍ୱତୀ ଶିଶୁ ବିଦ୍ୟା ଭବନ ପରିସରରେ ୨୮ତମ ଜ୍ଞାନ ବିଜ୍ଞାନ ମେଳା


ଭଞ୍ଜନଗର: ବେଲଗୁଣ୍ଠା ସରସ୍ୱତୀ ଶିଶୁ ବିଦ୍ୟା ଭବନ ପରିସରରେ ୨୮ତମ ଜ୍ଞାନ ବିଜ୍ଞାନ ମେଳା ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଜ୍ଞାନ ବିଜ୍ଞାନ ମେଳାକୁ ଉଦ୍‌ଘାଟକ ଭାବେ ସ୍ଥାନୀୟ ତହସିଲଦାର କଳାକୃଷ୍ଣ ପ୍ରଧାନ ଉପସ୍ଥିତ ରହି ଉଦ୍‌ଘାଟନ କରିବା ସହିତ ଦୀପ ପ୍ରଜ୍ଜ୍ୱଳନ କରି ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାରମ୍ଭ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ୨୦୦ଜଣରୁ ଊର୍ଦ୍ଧ୍ୱ ବିଭିନ୍ନ ପ୍ରକାରର ପ୍ରକଳ୍ପ ଆଣି ଅଂଶଗ୍ରହଣ କରିଥିଲେ । ୫ଟି ବିଭାଗରେ ବିଭକ୍ତ କରାଯାଇଥିଲା । ବିଚାରପତି ଭାବେ ଜୁନିଅର ବିଜ୍ଞାନ ମହାବିଦ୍ୟାଳୟ ପ୍ରଦ୍ୟୁମ୍ନ କୁମାର ସାହୁ, ରଜତ କୁମାର ରାଉତ, ଜି.ଟି. ହାଇସ୍କୁଲ ସୁନାଖି ଦିଗାଲ, ଶିକ୍ଷକ ଅକ୍ଷୟ କୁମାର ଦାସ, ଦୀପକ ଜେନା, ପୂର୍ବତନ ଗୁରୁଜୀ ସତ୍ୟ ନାରାୟଣ ସିଓ ପ୍ରମୁଖ ଉପସ୍ଥିତ ରହି ୫ ଟି ବିଭାଗର ପ୍ରକଳ୍ପଗୁଡ଼ିକ ମୂଲ୍ୟାୟନ କରିଥିଲେ । ମା’ମାନଙ୍କୁ ନେଇ ଏକ କର୍ମଶାଳା ରଖାଯାଇଥିଲା । ମା’ମାନେ ବିଭିନ୍ନ ପ୍ରକାରର ପିଠା, ମିଠା ଓ ବିଭିନ୍ନ ବର୍ଜ୍ୟବସ୍ତୁର ସଦୁପଯୋଗ ପାଇଁ ଉପକରଣ ପ୍ରସ୍ତୁତ କରିଆଣିଥିଲେ । ଭୋଜନ ବିରତି ପରେ ପୁରସ୍କାର ବିତରଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଦେବୀ ପ୍ରସାଦ ପାତ୍ର, ଅବସରପ୍ରାପ୍ତ ବନବିଭାଗ କର୍ମଚାରୀ ଶୂଳପାଣି ଶତପଥି, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ମୃତ୍ୟୁଞ୍ଜୟ ରଥ, ପୂର୍ବତନ ଉପନଗରପାଳ ପ୍ରଶାନ୍ତ କୁମାର ସାହୁ, ପ୍ରେସ କ୍ଲବ ସଭାପତି ପ୍ରଦ୍ୟୁମ୍ନ କୁମାର ପାତ୍ର, ବିଦ୍ୟାଳୟର ସମ୍ପାଦକ ସୂର୍ଯ୍ୟ ନାରାୟଣ ପାତ୍ର, ଓଡ଼ିଶା ଟୁଡେ ନିଉସ୍ ସମ୍ପାଦକ ବବି ରଥ, ଶିବରାମ ଚୌଧୁରୀ ପ୍ରମୁଖ ଅତିଥିମାନେ ମଞ୍ଚାସୀନ ଥିଲେ । କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ ଓ ମାନପତ୍ର ପ୍ରଦାନ କରାଯାଇଥିଲା । ବିଦ୍ୟାଳୟର ପ୍ରଧାନଆଚାର୍ଯ୍ୟ ଅତିଥିମାନଙ୍କ ପରିଚୟ ପ୍ରଦାନ ଓ ସ୍ୱାଗତ କରିଥିଲେ । ବିଦ୍ୟାଳୟର ସମସ୍ତ ଗୁରୁମା ତଥା ଆଶା, ମାମାଜିନୀ, ସୁମିତ୍ରା, ଅଲିଭା, ଅମ୍ବିକା, ଶୋଭା, ମିନୃି, ଗୁରୁଜୀ ପ୍ରମୋଦ, କୁମାରେଶ୍ୱର, ଗଣେଶ, ମୋନଜ ଆଦି ନିଜ ନିଜ ଦାୟିତ୍ୱ ସମ୍ପାଦନା କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

Leave a Reply