Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଓଡ଼ିଶା ଆଶା କର୍ମୀ ସଂଘ ସମ୍ବଲପୁର ଜିଲ୍ଲା ଶାଖା ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଦାବିପତ୍ର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଓଡ଼ିଶା ଆଶା କର୍ମୀ ସଂଘ ସମ୍ବଲପୁର ଜିଲ୍ଲା ଶାଖା ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଦାବିପତ୍ର


ବୁର୍ଲା: ଓଡ଼ିଶା ଆଶା କର୍ମୀ ସଂଘ ସମ୍ବଲପୁର ଜିଲ୍ଲା ଶାଖା ପକ୍ଷରୁ ଶୁକ୍ରବାର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ୬ ଦଫ। ଦାବିପତ୍ର ଜିଲ୍ଲା ପ୍ରଶାସନକୁ ପ୍ରଦାନ କରାଯାଇଛି। ଦାବିଗୁଡ଼ିକ ମଧ୍ୟରେ ଜାତୀୟ ସ୍ଵାସ୍ଥ୍ୟ ମିସନକୁ ସ୍ଥାୟୀ କରାଯିବା, ଆଶା କର୍ମୀଙ୍କୁ ସରକାରୀ ମାନ୍ୟତା, ସରକାରୀ ମାନ୍ୟତା ଦିଆନଯିବା ପର୍ଯ୍ୟନ୍ତ ମାସିକ ୧୮ ହଜାର ଟଙ୍କା ଦରମା, ସାମାଜିକ ସୁରକ୍ଷା ପ୍ରଦାନ, ଅବସର ପରେ ୫ ଲକ୍ଷ ଟଙ୍କା ଓ ମାସିକ ୫ ହଜାର ପେନ୍‌ସନ ଓ ସମସ୍ତ ପିଏସି | ସିଏସିରେ ଆଶା ଗୃହ ନିର୍ମାଣ ଆଦି ଅନ୍ତର୍ଭୁକ୍ତ। ଦାବିପତ୍ର ପ୍ରଦାନ ବେଳେ ଜିଲ୍ଲା ସଂଯୋଜିକା ପଦ୍ମିନୀ ସାହୁ,ସହସଂଯୋଜିକା କୈଳାସିକା ବାଗ, ଭାରତୀୟ ମଜଦୁର ସଂଘର ଆଶୁତୋଷ ବିଶି ଓ ବୈଶାଖୁ କଲେତ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply