Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମା’ ମାହେଶ୍ଵରୀ ଗୋ-ସେବାଶ୍ରମକୁ ୩ ଜଣ ଦୁର୍ବୃତ୍ତ ପଶି ଗୋ-ସେବାଶ୍ରମ ପାଳଗଦା ଜାଳିଦେଲେ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମା’ ମାହେଶ୍ଵରୀ ଗୋ-ସେବାଶ୍ରମକୁ ୩ ଜଣ ଦୁର୍ବୃତ୍ତ ପଶି ଗୋ-ସେବାଶ୍ରମ ପାଳଗଦା ଜାଳିଦେଲେ


ଉଲୁଣ୍ଡା, ୪-୧୦: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଯାଲୋଏ ପଞ୍ଚାୟତ ଅନ୍ତର୍ଗତ ଘିକୁଣ୍ଡି ଗାଁରେ ଶୁକ୍ରବାର ସନ୍ଧ୍ୟାରେ ତୁମୁଳ କାଣ୍ଡ ଘଟିଛି। ଗାଁରେ ଥିବା ମା’ ମାହେଶ୍ଵରୀ ଗୋ-ସେବାଶ୍ରମକୁ ୩ ଜଣ ଦୁର୍ବୃତ୍ତ ପଶି ଜଳାପୋଡ଼ା କରିଛନ୍ତି। ଏହା ସହିତ ସେବାଶ୍ରମର କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଆତଙ୍କ ଖେଳାଇଥିଲେ। ସେମାନେ ମଧୁସୂଦନଙ୍କୁ ବନ୍ଧୁକ ଦେଖାଇ ଗୋରୁଗୁଡ଼ିକୁ ଗୋ-ବେପାରୀକୁ ବିକ୍ରି ସହିତ ତାଙ୍କୁ ଜୀବନରେ ମାରିଦେବେ ବୋଲି ଧମକ ଦେଇ ମାଡ଼ ମାରିଥିଲେ। ଫଳରେ ମଧୁସୂଦନ ପ୍ରାଣ ବିକଳରେ ସେଠାରୁ ପଳାଇ ଯାଇଥିଲେ। ଦୁର୍ବୃତ୍ତମାନେ ସେଠାରେ ଥିବା ସମସ୍ତ ଗୋରୁଙ୍କୁ ଜଙ୍ଗଲ ପଟକୁ ତଡ଼ି ଦେଇଥିଲେ। ଏହା ସହିତ ଗୋରୁମାନଙ୍କ ପାଇଁ ଗଚ୍ଛିତ ଥିବା ଖାଦ୍ୟ ପାଳ, ଦାନା ଆଦିରେ ନିଆଁ ଲଗାଇ ଦେଇଥିଲେ। ଖବର ପାଇ ବୀରମହାରାଜପୁର ଓ ଉଲୁଣ୍ଡାରୁ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ା ବୀରମହାରାଜପୁର ଥାନା ଆଇଆଇସି ଶୋଭାକର ସେଠ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ । ଜଣେ ଅଭିଯୁକ୍ତକୁ କାବୁ କରିବାରେ ସଫଳ ହୋଇଥିବା ବେଳ ଅନ୍ୟ ଦୁଇଜଣ ଫେରାର୍ ହୋଇ ଯାଇଥିଲେ । ଅନ୍ୟପକ୍ଷରେ ବଜରଙ୍ଗଦଳ କର୍ମୀ, ଗୋ-ସେବାଶ୍ରମ କର୍ମଚାରୀ, ଗ୍ରାମବାସୀ ଓ ଗୋସେବକ ଅଭିଯୁକ୍ତମାନଙ୍କୁ ପୁଲିସ ଗିରଫ ନକଲେ ଆନ୍ଦୋଳନ କରିବେ ବୋଲି ଧମକ ଦେଇଛନ୍ତି।

Leave a Reply