Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଓଡିଶା ପୂର୍ବ ସକ୍ଷମ ପରିବାର ତରଫରୁ ଜିଲ୍ଲା କର୍ମକର୍ତା ବୈଠକ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଓଡିଶା ପୂର୍ବ ସକ୍ଷମ ପରିବାର ତରଫରୁ ଜିଲ୍ଲା କର୍ମକର୍ତା ବୈଠକ

ସକ୍ଷମ ପରିବାରର ଜିଲ୍ଲା କର୍ମକର୍ତା ବୈଠକ

ବାରିପଦା: ଓଡିଶା ପୂର୍ବ ସକ୍ଷମ ପରିବାର ତରଫରୁ ଏକ ଜରୁରି ବୈଠକ ସ୍ଥାନୀୟ ସର୍କିଟ ହାଉସ ଠାରେ ଅନୁଷ୍ଠିତ ହୋଇଯାଇଅଛି । ମୁଖ୍ୟ ଅତିଥି ଭାବେ ଓଡିଶା ପୂର୍ବ ପ୍ରାନ୍ତ ସହ ସମ୍ପାଦକ ବୀରକିଶୋର ମହାନ୍ତ ଯୋଗ ଦେଇ ଆଗାମୀ ଦିନରେ ଦିବ୍ୟାଙ୍ଗ ମାନଙ୍କୁ ଆତ୍ମ ନିର୍ଭରଶୀଳ କରିବା ପାଇଁ ଜିଲ୍ଲା କାର୍ଯ୍ୟକର୍ତାଙ୍କ ସହ ଆଲୋଚନା କରିଥିଲେ । ସକ୍ଷମ ଜିଲ୍ଲା ସଭାପତି ଇଂ ଅଶୋକ କୁମାର ଦଳବେହେରା ସଭା ପରିଚାଳନା କରିଥିବାବେଳେ ଜିଲ୍ଲା ସମ୍ପାଦକ ଗତିକୃଷ୍ଣ ତିୱାର, ଜ୍ଞାନେନ୍ଦ୍ର ଦାସ, ସକ୍ଷମ ମହିଳା ଜିଲ୍ଲା ସମ୍ପାଦିକା ରୀତାଞ୍ଜଳି ସାହୁ , ସୁମିତା ଦାସ, ମହେଶ୍ୱର ସାହୁ, ସାରଳା ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିଲେ । ପରିଶେଷରେ ଜିଲ୍ଲା କୋଷାଧ୍ୟକ୍ଷ ଦୀପକ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply