Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମନ୍ଦିରରୁ ମୂର୍ତି ଚୋରି, ଥାନାରେ ଏତଲା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମନ୍ଦିରରୁ ମୂର୍ତି ଚୋରି, ଥାନାରେ ଏତଲା


ସମ୍ବଲପୁର: ସ୍ଥାନୀୟ ଧନୁପାଲି ଥାନା ଅନ୍ତର୍ଗତ କୁଲୁଥକାନୀସ୍ଥିତ ମାଉଳି ମା’ ମନ୍ଦିରରୁ ମା’ଙ୍କ ମୂର୍ତି ଚୋରି ହୋଇଯାଇଛି । ଏ ସମ୍ପର୍କରେ ଥାନାରେ ଏତଲା ଦିଆଯାଇଛି । ଅଭିଯୋଗ ଅନୁଯାୟୀ, ଅକ୍ଟୋବର ୨ ତାରିଖ ଦିନ ମନ୍ଦିରକୁ ପୂଜା କରିବା ପାଇଁ ଅଚ୍ୟୁତାନନ୍ଦ ଭୋଇ ଯାଇଥିବା ବେଳେ ମୂର୍ତି ଚୋରି ହୋଇଥିବା ଜଣାପଡିଥିଲା । ଏଣୁ ଅଂଚଳବାସୀ ମୂର୍ତିକୁ ବହୁ ଖୋଜାଖୋଜି କରିବା ପରେ ନ ପାଇବାରୁ ଧନୁପାଲି ଥାନାରେ ଗୁରୁବାର ଅଭିଯୋଗ କରିଛନ୍ତି । ମନ୍ଦିରରେ ଥିବା ମୂର୍ତି ୨୦୦ ବର୍ଷରୁ ଊର୍ଦ୍ଧ୍ୱ ପ୍ରାଚୀନ ବୋଲି ଅଂଚଳବାସୀ ଦାବି କରିଛନ୍ତି । ପୁରାତନ କାଳରୁ ଭୁତାପଡା, ମୋତିଝରନ, କମଲାପଡା, ସୁନାପାଲି, ଦିଗତପାଲି, କୁଲୁଥକାନୀ, ଚାରଭାଟି ଆଦି ଅଂଚଳବାସୀଙ୍କର ମାଉଳି ମା’ଙ୍କ ଉପରେ ଅତୁଟ ବିଶ୍ୱାସ ରହିଥିବା ବେଳେ ପାରମ୍ପରିକ ରୀତିନୀତି ଅନୁଯାୟୀ ନିୟମିତ ପୂଜା କରି ଆସୁଛନ୍ତି । ଏଣୁ ମନ୍ଦିରରୁ ମୂର୍ତି ଚୋରି ହେବା ଘଟଣାକୁ ନେଇ ଅଂଚଳାବସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave a Reply