ଭୀମ ଭୋଇ ମହାବିଦ୍ୟାଳୟରେ ଏବିଭିପିର ନୂତନ କର୍ମକର୍ତ୍ତା

ରେଢ଼ାଖୋଲ : ସ୍ଥାନୀୟ ଭୀମ ଭୋଇ ମହାବିଦ୍ୟାଳୟରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ ନୂତନ କର୍ମକର୍ତ୍ତା ମନୋନୟନ ଏବଂ ସଦସ୍ୟତା ଅଭିଯାନ କରାଯାଇଥିଲା ମହାବିଦ୍ୟାଳୟ ଏବିଭିପି ଶାଖା ବିଭାଗ ସେବାର୍ଥେ ବିଦ୍ୟାର୍ଥୀ ପ୍ରମୁଖ ସିଦ୍ଧାନ୍ତ ମାଝୀ, ଜିଲା ସହସଂଯୋଜକ ରାଜା ପ୍ରଧାନ, ପୂର୍ବତନ କ୍ୟାମ୍ପସ ସଭାପତି ବିବେକ ମହାପାତ୍ରଙ୍କ ଉପସ୍ଥିତିରେ ନୂତନ ଶାଖା ଗଠନ କରାଯାଇଥିଲା । ନୂତନ କ୍ୟାମ୍ପସ ସଭାପତି ଭାବେ ରାକେଶ ଦେହୁରୀ, ଉପସଭାପତି ଦୀପଶିଖା ସାହୁ, ସମ୍ପାଦକ ରୋଷନ ବିଶ୍ବାଳ, ସହସମ୍ପାଦକ ସୁରଜ ମେହେର, ଏସଏଫ୍ଏସ ଆଶିଷ ରାଉତ, ଏସଏଫଡି ପ୍ରମୁଖ ପ୍ରବୀଣ ପ୍ରଧାନ, ରାଷ୍ଟ୍ରୀୟ କଳାମଞ୍ଚ ପ୍ରମୁଖ ପୂର୍ଣ୍ଣେଶ୍ଵରୀ ଦେଓ ଓ ଲିକୁନ ପ୍ରଧାନ, ଛାତ୍ରୀ ପ୍ରମୁଖ ଶୁଭଲକ୍ଷ୍ମୀ ସାହୁ, ସୋସିଆଲ ମିଡିଆ ପ୍ରମୁଖ ସୌମ୍ୟରଞ୍ଜନ ନାୟକ ଓ ବାଦଲ ପ୍ରଧାନ, ସିଡିଡି ପ୍ରମୁଖ ସୌମ୍ୟରଞ୍ଜନ ଦେହୁରୀ ଓ ସଲଟି ସେଠୀ, ଖେଲୋ ଭାରତ ପ୍ରମୁଖ ପ୍ରଶାନ୍ତ ମେହେର ଓ ମାମାଲି ବିଶ୍ବାଳ, ଛାତ୍ରୀବାସ ପ୍ରମୁଖ ସାଗରିକା ସାହୁ ଏବଂ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ଅନୁଭବ ଭୋଇ, ପ୍ରଣତି ସ୍ଵାଇଁ, ମନୋଜ ଫେରା, କାଜଲ ଧଳ ପ୍ରମୁଖଙ୍କୁ ମନୋନୟନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *