କଟକ-ଦେଶବିରୋଧୀ କାର୍ଯ୍ୟକଳାପ ଅଭିଯୋଗ ନେଇ ହିନ୍ଦୁସେନା ସଂଗଠନ ଡିଜିପିଙ୍କ ହସ୍ତକ୍ଷେପ ଲୋଡିଛି । ସଂଗଠନର ଅଭିଯୋଗ ଅନୁସାରେ ସେପ୍ଟେମ୍ବର ୧୬ ତାରିଖ ଦିନ କଟକରେ ଧାର୍ମିକ ଶୋଭାଯାତ୍ରା ବେଳେ କିଛି ଯୁବକ ସର୍ବସମ୍ମୁଖରେ ପାକିସ୍ତାନ ଓ ପାଲେଷ୍ଟାଇନ ଦେଶର ପତାକା ଉଡାଇବା ସହ ଦେଶ ବିରୋଧୀ ନାରା ଦେଇଥିଲେ । ଯାହାକି ଭାରତୀୟ ଜାତୀୟ ସଂହତିକୁ ନଷ୍ଟ କରିବା ସହିତ କୋଟି କୋଟି ଦେଶପ୍ରେମୀଙ୍କ ମନରେ କଠୋର ଆଘାତ ଦେଇଛି । ଏଥିପାଇଁ କଟକ ସହର ଦେଶରେ ବଦନାମ ହୋଇଛି ।