Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମାଟି ତଳେ ମାଓ ଡମ୍ପ ଠାବ ବିପୁଳ ବିସ୍ଫୋରକ ଜବତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମାଟି ତଳେ ମାଓ ଡମ୍ପ ଠାବ ବିପୁଳ ବିସ୍ଫୋରକ ଜବତ

ମାଲକାନଗିରି: ଯେତେ ଯାହା କଲେ ମଧ୍ୟ ମାଓବାଦୀଙ୍କ ଦବ୍ଦବା ଥମିବାର ନାଁ ଧରୁନାହିଁ । ସେମାନେ ଗୋଟିଏ ପରେ ଗୋଟିଏ ହିଂସାକାଣ୍ଡ ଭିଆଇବା ପାଇଁ ଯୋଜନା ପ୍ରସ୍ତୁତ କରି ଚାଲିଛନ୍ତି । ବିଶେଷକରି ସୁରକ୍ଷା କର୍ମୀଙ୍କୁ ସେମାନେ ଟାର୍ଗେଟ କରୁଛନ୍ତି । ତେବେ ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଭେଜଙ୍ଗୱାଡ଼ା ଜଙ୍ଗଲରେ ସୁରକ୍ଷା କର୍ମୀଙ୍କୁ ସର୍ଚ୍ଚ ଅପରେସନବେଳେ ମାଟିତଳୁ ଏକ ମାଓ ଡମ୍ପ ଠାବ କରାଯାଇଛି । କାଲିମେଳା ବ୍ଲକ ତେଲରାଇ ପଞ୍ଚାୟତର ଦୟଲଗୁନ୍ତି ଜଙ୍ଗଲରୁ ଏହି ଡମ୍ପ ଠାବ ହୋଇଛି । ଡମ୍ପରୁ ବିପୁଳ ପରିମାଣର ବିସ୍ଫୋରକ ଜବତ କରାଯାଇଛି । ଜବତ ସାମଗ୍ରୀ ମଧ୍ୟରେ ୩ଟି ଟିଫିନ ବୋମା, ଜିଲୋଟିନ୍, ବିଦୁ୍ୟତ ତାର, ନକ୍ସଲ ପୋଷାକ ଓ ନକ୍ସଲ ସାମଗ୍ରୀ ଜବତ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବାବେଳେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।

Leave a Reply