Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭାରତ ବିକାଶ ପରିଷଦ ତରଫରୁ ନିଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭାରତ ବିକାଶ ପରିଷଦ ତରଫରୁ ନିଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର

ବାରଙ୍ଗ : ଭୁବନେଶ୍ୱର ଉପକଣ୍ଠ ଗଣ୍ଡରପୁର ସ୍ଥିତ ଶ୍ରୀ ଅରବିନ୍ଦ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ଭାରତ ବିକାଶ ପରିଷଦ ଓ କଳିଙ୍ଗ ରାଜଧାନୀ ଶାଖା ମିଳିତ ତରଫରୁ ଏକ ନିଶୁଳ୍କ ସ୍ୱାସ୍ଥ୍ୟ ସେବା କେନ୍ଦ୍ର ରବିବାର ଦିନ ସକାଳ ୧୦ ଘଟିକା ରୁ ଅପରାହ୍ନ ୫ ଘଟିକା ପର୍ଯନ୍ତ ଅନୁଷ୍ଠିତ ହୋଇଥିଲା । ଏମ୍ସ ଦିଲ୍ଲୀ ଏବଂ ଭୁବନେଶ୍ୱର ପୂର୍ବତନ ନିର୍ଦେଶକ ଡ଼ଃ ଅଶୋକ କୁମାର ମହାପାତ୍ର ସେବା ଶିବିର ଉଦ୍ଘାଟନ କରିଥିବାବେଳେ ଭାରତ ବିକାଶ ପରିଷଦ ଓଡିଶା ପୂର୍ବପ୍ରାନ୍ତର ମହାସଚିବ ସୌମେନ୍ଦ୍ର ଦାସ,କ୍ଷେତ୍ରୀୟ ମହିଳା ସହଭାଗିତା ସଂଯୋଜିକା ଶ୍ରୀମତୀ ସୁପ୍ରିତି ରଥ ଅତିଥି ଭାବେ ଉପସ୍ଥିତ ଥିଲେ, ଶିକ୍ଷା ଓ ଅନୁସନ୍ଧାନ ପରିଚାଳିତ ଫୁଲନଖରା ସ୍ଥିତ ସମକ୍ୟାମ୍ପସ-୨ର ମେଡ଼ିସିନ ବିଭାଗ ଡ଼ଃ ଅଭିଜିତ ଦଳାଇ,ସର୍ଜରି ବିଭାଗରେ ଡ଼ଃ ସୁଭମ ପାତ୍ର,ସ୍ତ୍ରୀ ରୋଗ ବିଶେଷଜ୍ଞ ଡ଼ଃ ପ୍ରିୟଆଁଶା ନନ୍ଦ,ଶିଶୁ ରୋଗ ବିଭାଗରେ ଡ଼ଃ ରାସାନନ୍ଦ ପଳାଇ,ଅସ୍ଥି ଶଲ୍ୟ ବିଭାଗ ରେ ଡ଼ଃ ଆଶିଷ ମିଶ୍ର,ଚକ୍ଷୁ ରେ ଡ଼ଃ ସ୍ନେହଲତା ଦାସ,କର୍ଣ୍ଣ,ନାଶ ଗଳା ବିଭାଗ ରେ ଡ଼ଃ ରାକେଶ ଗିରି,ଚର୍ମ ବିଭାଗର ଡ଼ଃ ରେସମା ବିଶ୍ୱାଳ,ସ୍ନାୟୁ ବିଶେଷଜ୍ଞ ଡ଼ଃ ମାନସୀ ଦାସ ଏବଂ ଡ଼ଃ ରଞ୍ଜିତ କୁମାର ପଣ୍ଡା ପ୍ରାୟ ୩୦୦ ରୁ ଉର୍ଦ୍ଧ ରୋଗୀ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ମାଗଣା ଔଷଧ ପ୍ରଦାନ କରିଥିଲେ ।ଏହା ଛଡା ରୋଗୀ ମାନଙ୍କ ରକ୍ତ ଶର୍କରା,ଇ ସି ଜି,ଏଚ ଜି ଟି ପରୀକ୍ଷା କରାଯାଇଥିଲା । ଭାରତ ବିକାଶ ପରିଷଦ କଳିଙ୍ଗ ଶାଖା ର ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ପୃଷ୍ଟି, ସଚିବ ନୃସିଂହନାଥ ନନ୍ଦ,ଅର୍ଥ ସଚିବ ପ୍ରଦୀପ୍ତ ସାହୂ,ଉପାଧକ୍ଷ ବ୍ରଜ ଗୋପାଳ ରାଏ,ରାଜଧାନୀ ଶାଖାର ଅଧ୍ୟକ୍ଷା ଶ୍ରୀମତୀ ଆରତୀ ମିଶ୍ର,ସଚିବ ସଂଯୁକ୍ତା ମିଶ୍ର,ଅଶୋକ ପାତ୍ର,ଧିରୁ ସ୍ୱାଇଁ ,ରାଜେନ୍ଦ୍ର ପଢ଼ିଆରୀ,ମଣ୍ଡଳ ସଭାପତି ସଂଯୁକ୍ତା ପଢ଼ିଆରୀ,ଭାସ୍କର ପଢ଼ିଆରୀ,ସୁକାନ୍ତ ରାଉତ,ବିଷ୍ଣୁ ପଢ଼ିଆରୀ,ପ୍ରଧାନ ଶିକ୍ଷକ ତ୍ରିବିକ୍ରମ ସେଠୀ ପ୍ରମୁଖ ସ୍ୱାସ୍ଥ୍ୟ ସେବା ଶିବିର ପରିଚାଳନା ରେ ସହଯୋଗ କରିଥିଲେ ।

Leave a Reply