Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭାରତୀୟ କିଶାନ ସଂଘ ବଲାଙ୍ଗିରର ଜିଲ୍ଲାସ୍ତରୀୟ ବୈଠକ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭାରତୀୟ କିଶାନ ସଂଘ ବଲାଙ୍ଗିରର ଜିଲ୍ଲାସ୍ତରୀୟ ବୈଠକ

ବଲାଙ୍ଗିର : ବଲାଙ୍ଗିର ର ଅର୍ଯ୍ୟ ସମାଜ ମନ୍ଦିର ପ୍ରାଙ୍ଗଣରେ ଭାରତୀୟ କିଶାନ ସଂଘର ଜିଲ୍ଲା ସ୍ତରୀୟ ବୈଠକ ଡ. ଶଶି ଭୂଷଣ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଅଛି । ତହିଁ ରେ ଭାରତୀୟ କିଶାନ ସଂଘ ଓଡିଶାର କାର୍ଯ୍ୟକାରିଣି ସଦସ୍ୟ ରାଧାକୃଷ୍ଣ ମେହେର ମାର୍ଗଦର୍ଶକ ଭାବରେ ଉପସ୍ଥିତ ଥିଲେ । ଆଗାମୀ ଦିନରେ ଜିଲ୍ଲା, ବ୍ଲକ, ଗ୍ରାମ ସମିତି ଗଠନ ତଥା ସକ୍ରିୟ ହେବା ସମ୍ବନ୍ଧରେ ସମସ୍ତେ ନିଜ ନିଜ ମତ ପ୍ରକାଶ କରିଥିଲେ । ଆଗରୁ ଗୁଗୁଲ ମିଟ୍ ହୋଇଥିଲା ଓ ତହିଁରେ କିଛି ସୁବିଧା ଅସୁବିଧା ବା ଜାଣିଥିବେ ବା ନ ଜାଣିଥିବେ ତହିଁର ପୁଙ୍ଖାନୁପୁଙ୍ଖ ଆଲୋଚନା ତଥା ପ୍ରତ୍ୟକ୍ଷ ଭାବରେ ଜାଣିବା ପାଇଁ ନିଜ ନିଜ ମୋବାଇଲ କୁ ଲିଙ୍କ ପଠାଇ ସମସ୍ତଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା । ଶ୍ରୀ ସାହୁ ପ୍ରତ୍ୟେକଙ୍କ ମୋବାଇଲ ଦେଖି ଅନ୍ୟ ସମସ୍ତଙ୍କ ପାଖକୁ ଯାଇ ସମ୍ପୁର୍ଣ୍ଣ ଧାରଣା ଦେବା କାର୍ଯ୍ୟ କରିଥିଲେ । ଉକ୍ତ ବୈଠକରେ ମୁଖ୍ୟ କାର୍ଯ୍ୟକର୍ତା ମାନେ ଚନ୍ଦ୍ରଭାନୁ ପ୍ରଧାନ, ମଧୁସୁଦନ କ୍ଷେତି, ହୁକୁମରାଜ ସାହୁ, ରାଜୁ ମାହାର, ସନ୍ତୋଷ ପ୍ରଧାନ, ବୈଦ୍ୟନାଥ କରନ, କିଶୋର ଚନ୍ଦ୍ର ଭୋଇ, ବିକାଶ ପ୍ରଧାନ, ସୁଧାମୟ ପଟେଲ, ସୁବାଷ କରନ, ପ୍ରେମରାଜ ପ୍ରଧାନ, ଜଗତ ନାଏକ ଓ ଅନ୍ୟମାନେ ଉପସ୍ଥିତ ରହି ନିଜ ନିଜ ମତ ପ୍ରକାଶ କରିଥିଲେ । ସଦସ୍ୟତା ବହି ସଂଗ୍ରହ ପାଇଁ ତାରିଖ ଧାର୍ଯ୍ୟ କରି ଜିଲ୍ଲାସ୍ତରୀୟ କାର୍ଯ୍ୟକର୍ତାମାନଙ୍କୁ ଶିଘ୍ର ଡକାଇବା ସିଦ୍ଧାନ୍ତ ହେଲା । ଏତଦ୍ ବ୍ୟତିତ ଚାଷୀର ସମସ୍ୟା ତଥା ବଲାଙ୍ଗିର ଜିଲ୍ଲା ଚିନି କଳକୁ ଚାଷିମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ଭାରତୀୟ କିଶାନ ସଂଘ ନେଉଥିବା ପଦକ୍ଷେପ ସମ୍ବନ୍ଧରେ ଆଲୋଚନା ହୋଇଥିଲା । ସୋସାଇଟି ମାନଙ୍କରେ ଧାନ ବିକ୍ରି କରିବା ପାଇଁ ପଞ୍ଜିକରଣ ସମ୍ବନ୍ଧରେ କୌଣସି ଅସୁବିଧା ନ ହେବା ତଥା ଭାରତୀୟ କିଶାନ ସଂଘ ଡିଆରସିଏସ୍ ସମ୍ମୁଖରେ ନେଇଥିବା ପଦକ୍ଷେପ ସମ୍ବନ୍ଧରେ ସଭାପତି ପ୍ରକାଶ କରିଥିଲେ । ଇତି ମଧ୍ୟରେ ଭାରତୀୟ କିଶାନ ସଂଘ ପାଇଁ ଜିଲ୍ଲା ସ୍ତରରେ ଏକ କାର୍ଯ୍ୟାଳୟ ଆବଶ୍ୟକତା ମତ ପ୍ରକାଶ କରିଥିଲେ । ଶେଷରେ ଶ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply