Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଡାକ୍ତର ହେବେ ବଣ୍ଡା ଯୁବକ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଡାକ୍ତର ହେବେ ବଣ୍ଡା ଯୁବକ

ମାଲକାନଗିରି: ଡାକ୍ତର ହେବେ ବଣ୍ଡା ଯୁବକ । ପ୍ରଥମ ଥର ପାଇଁ ଆଦିମ ବଣ୍ଡା ଜନଜାତୀରୁ ଜଣେ ଶିକ୍ଷିତ ଯୁବକ ଡାକ୍ତର ହେବାକୁ ଯାଉଛନ୍ତି । ମାଲକାନଗିରି ଜିଲ୍ଲା ବଣ୍ଡାଘାଟି ସ୍ଥିତ ଅଣ୍ଡ୍ରାହାଲ ପଂଚାୟତ ଅନ୍ତର୍ଗତ ବଡବେଲ ଗାଁର ମଙ୍ଗଳା ମୁଦୁଲି ନିଟ୍ ପରୀକ୍ଷାରେ ଉତ୍ତିର୍ଣ୍ଣ ହେବା ପରେ ଡାକ୍ତର ହବା ଲାଗି ନିଜକୁ ଯୋଗ୍ୟ ପ୍ରମାଣିତ କରିଛନ୍ତି । ମଙ୍ଗଳାଙ୍କ ଓଜେଇଇ ରାଙ୍କ ୪ହଜାର ୬୦୭ ରହିଥିବା ବେଳେ ବ୍ରହ୍ମପୁର ଏମକେସିଜି ମେଡ଼ିକାଲ କଲେଜରେ ନାମ ଲେଖାଇବେ ବୋଲି ସିଟ୍ ଆଲର୍ଟ ହୋଇଛି । ମଙ୍ଗଳା ବଣ୍ଡାଘାଟି ସ୍ଥିତ ମୁଦୁଲିପଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ପାଠ ପଢିଥିବାବେଳେ ବଳଦିଆଗୁଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ଦୁଇ ପାଠ ପଢିଛନ୍ତି । ବାପା ହାଡି ମୁଦୁଲି ଜଣେ ଚାଷୀ ହୋଇଥିବା ବେଳେ ବିଦ୍ୟାଳୟରେ ପାଠ ପଢିବା ଲାଗି ସେ ବହୁ କଷ୍ଟ କରିଛନ୍ତି । ଛୁଟି ଦିନେ ଲୋକଙ୍କ ବିଲବାଡରେ କାମ କରି ପଢା ଖର୍ଚ୍ଚ ତୁଲାଇଛନ୍ତି । ଏପରିକି ଛୋଟ ମୋବାଇଲ ଫୋନଟେ ଧରି ପାହାଡ ଉପର ନେଟଓର୍କ ଜାଗାକୁ ଯାଇ ପାଠ ପଢୁଥିଲେ ।

Leave a Reply